ETV Bharat / state

ଜିଲ୍ଲାରେ କମୁଛି କୋରୋନା ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା - covid death toll

ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କୋରୋନା ଜନିତ ମୃତ୍ୟୁ କିନ୍ତୁ ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

number of covid positive patient is declining in Boudh but death toll is rising
ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ, ବଢୁଛି ମୃତ୍ୟୁ ସଂଖ୍ୟା
author img

By

Published : Nov 6, 2020, 4:01 AM IST

ବୌଦ୍ଧ: ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କୋରୋନା ଜନିତ ମୃତ୍ୟୁ କିନ୍ତୁ ବଢିବାରେ ଲାଗିଛି । ଆଜି(ଗୁରୁବାର) ପୁଣି ଜଣେ କୋରୋନା ଆକ୍ରାନ୍ତଙ୍କ କୋଭିଡ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ସେପଟେ ଶ୍ମଶାନ ଘାଟର ଉନ୍ନତି କରଣ ପାଇଁ ଥିବା ଟଙ୍କାକୁ ବିନିଯୋଗ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ, ବଢୁଛି ମୃତ୍ୟୁ ସଂଖ୍ୟା

ଜିଲ୍ଲାରୁ ଗୁରୁବାର ମାତ୍ର ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୧୪ ରେ ପହଞ୍ଚିଛି । ଗତ ସପ୍ତାହରେ ବୌଦ୍ଧ ଡାକ୍ତରଖାନାର ଜଣେ ଲୋକପ୍ରିୟ ଡାକ୍ତରଙ୍କ ହାଇଦ୍ରାବାଦରେ କୋରୋନାରେ ମୃତ୍ୟୁ ହୋଇଥିଲା ବେଳେ, ଆଜି ହରଭଙ୍ଗା ବ୍ଳକ୍ କୃଷ୍ଣପାଲିର ଜଣେ ବ୍ୟକ୍ତିଙ୍କର ବୌଦ୍ଧ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତକଙ୍କ ଦାହ ସଂସ୍କାର ବୌଦ୍ଧ ରାଜଘାଟରେ କରାଯାଇଥିଲା । ତେବେ ଶ୍ମଶାନ ଘାଟ ଧିରେ ଧିରେ ଆବର୍ଜନା ଯୋଗୁଁ ପରିତ୍ୟକ୍ତ ହୋଇପଡୁଥିବା ନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ ସହ ଗତ ବର୍ଷ ଠାରୁ ବ୍ୟୟବରାଦ ହୋଇଥିବା ଅର୍ଥ ଶ୍ମଶାନ ଘାଟ ଉନ୍ନତି କରଣରେ ବିନିଯୋଗ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.