ETV Bharat / state

ଆବାସ ଯୋଜନା ଦୁର୍ନୀତି ଅଭିଯୋଗକୁ ମୁଣ୍ଡାପଡା ସରପଞ୍ଚଙ୍କ ଖଣ୍ଡନ

author img

By

Published : Nov 25, 2020, 12:40 PM IST

Updated : Nov 25, 2020, 1:01 PM IST

ବୌଦ୍ଧ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ହେରଫେର୍ ମାମଲାରେ ଡିଆରଡିଏ ବିଭାଗ ଓ ସରପଞ୍ଚଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି । ଅଧିକ ପଢନ୍ତୁ...

ଆବାସ ଯୋଜନା ଦୁର୍ନୀତି ଅଭିଯୋଗକୁ ମୁଣ୍ଡାପଡା ସରପଞ୍ଚଙ୍କ ଖଣ୍ଡନ
ଆବାସ ଯୋଜନା ଦୁର୍ନୀତି ଅଭିଯୋଗକୁ ମୁଣ୍ଡାପଡା ସରପଞ୍ଚଙ୍କ ଖଣ୍ଡନ

ବୌଦ୍ଧ: ଜିଲ୍ଲାରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଦିନକୁ ଦିନ ନୂଆ ନୂଆ ମୋଡ ନେବାରେ ଲାଗିଛି । ଏନେଇ ପୂର୍ବରୁ ବୌଦ୍ଧ ବିଡିଓ ଡିଆରଡିଏ ବିଭାଗର ଦୁଇଜଣଙ୍କ ନାମରେ ଲିଖିତ ଅଭିଯୋଗ କରି ଥିବାବେଳେ ବର୍ତ୍ତମାନ ଡିଆରଡିଏ ପକ୍ଷରୁ ସରପଞ୍ଚଙ୍କ ନାମରେ ଅଭିଯୋଗ କରାଯାଇଛି । ତେବେ ସରପଞ୍ଚ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ।

ସୂଚନା ଅନୁଯାୟୀ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମୃତବ୍ୟକ୍ତିଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଅର୍ଥ ହଡପ ଅଭିଯୋଗରେ ବୌଦ୍ଧ ବିଡିଓ ଡିଆରଡିଏର ଦୁଇଜଣ କର୍ମଚାରୀଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ବର୍ତ୍ତମାନ ଘଟଣା ଆଉ ଏକ ମୋଡ ନେଇଛି । ଡିଆରଡିଏ ପକ୍ଷରୁ ସରପଞ୍ଚଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଛି । ସରପଞ୍ଚ ଆବାସ ଯୋଜନାରେ ଅର୍ଥ ହଡପ କରିଛନ୍ତି ବୋଲି ବିଭାଗ କହିଛି ।

ତେବେ ସରପଞ୍ଚ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ମାମଲାରେ ଭିଜିଲାନ୍ସ ତଦନ୍ତ କରାଗଲେ ସତ ପଦାକୁ ଆସିବ ବୋଲି ସରପଞ୍ଚ କହି ଥିବାବେଳେ ସାଧାରଣରେ ମଧ୍ୟ ଦାବି କରାଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 25, 2020, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.