ETV Bharat / snippets

ବିଲ୍ଡରଙ୍କ ଘର ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

author img

By ETV Bharat Odisha Team

Published : Jul 28, 2024, 10:56 PM IST

Miscreants Throw Bomb At Bbusinessmans Residential Home
Miscreants Throw Bomb At Bbusinessmans Residential Home (ETV Bharat Odisha)

ଢେଙ୍କାନାଳ: ସହରର ଖମାର ସାହିରେ ବୋମାମାଡ଼ । ସୁଶାନ୍ତ ସାହୁ ନାମକ ଜଣେ ବିଲଡରଙ୍କ ଘର ଉପରକୁ ହୋଇଛି ବୋମାମାଡ଼ । ଫଳରେ ତାଙ୍କ ଘର ମୁଖ୍ୟ ଫାଟକରେ ପଡି କିଛି ଅଂଶ ଭାଙ୍ଗିଛି । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ପାଖରେ ଥିବା ଦୋକାନର ସିସିଟିଭି ଫୁଟେଜରୁ ଯାଞ୍ଚ ଆରମ୍ଭ କରିଛି । ୨ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି । ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଲାଲ ଗାମୁଛା ଧରି ହାତରେ ୨ଟି ବୋମା ଧରି ଗୋଟିଏ ଫୋପାଡ଼ି ପଳାଇଯାଉଥିବା ଦେଖିବାକୁ ମିଳୁଛି । ତେବେ ବୋମା ମାଡ଼ର କାରଣ କ'ଣ ଘର ମାଲିକ ତଥା ବିଲଡର ସୁଶାନ୍ତ ସାହୁ ସେ ସମ୍ପର୍କରେ କିଛି କହୁ ନଥିଲେ ମଧ୍ୟ ବୋମାମାଡ଼ ପୂର୍ବରୁ ତାଙ୍କୁ କେହି ଫୋନରେ ଧମକ ଦେଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.