ETV Bharat / state

4ରେ ଆସୁଛନ୍ତି ରାଷ୍ଟ୍ରପତି, ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି - PRESIDENT MURMU PURI VISIT

ଆସୁଛନ୍ତି ରାଷ୍ଟ୍ରପତି । ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି ଖୁରାନିଆ । ମୁତୟନ ହେବେ 80 ପ୍ଲାଟୁନ ଫୋର୍ସ ସହ 3ଶହ ଅଧିକାରୀ

4ରେ ଆସୁଛନ୍ତି ରାଷ୍ଟ୍ରପତି, ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି
4ରେ ଆସୁଛନ୍ତି ରାଷ୍ଟ୍ରପତି, ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି (ETV Bharat Odisha)
author img

By ETV Bharat Odisha Team

Published : Nov 25, 2024, 7:40 AM IST

ପୁରୀ: ଆସନ୍ତା 4 ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ମହାପ୍ରଭୁଙ୍କ ଦର୍ଶନ କରିବା ସହ ବ୍ଲୁ-ଫ୍ଲାଗ ବିଚରେ ଆୟୋଜିତ ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ସହ ଏକାଧିକ କାର୍ଯ୍ୟକ୍ରମ ମଧ୍ୟ ରହିଛି । ରାଷ୍ଟ୍ରପତି 3 ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ 4ରେ ପୁରୀ ଗସ୍ତ କରିବେ । ଏନେଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଓ୍ବାବି ଖୁରାନିଆ ।

ଏହି ଦୁଇ କାର୍ଯ୍ୟକ୍ରମ ବ୍ୟତୀତ ରାଷ୍ଟ୍ରପତିଙ୍କ ଏକାଧିକ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ମୁଖ୍ୟଅତିଥି ଭାବେ ମଧ୍ୟ ଯୋଗ ଦେବେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ ଗତକାଲି ପୁରୀ ଗସ୍ତରେ ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ।

4ରେ ଆସୁଛନ୍ତି ରାଷ୍ଟ୍ରପତି, ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି (ETV Bharat Odisha)
  • ମୁତୟନ ହେବେ 80 ପ୍ଲାଟୁନ ଫୋର୍ସ ସହ 3ଶହ ଅଧିକାରୀ

ପୋଲିସ ଡିଜି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପାର୍କିଂ, ବ୍ଲୁ-ଫ୍ଲାଗ ବିଚ୍, ପୁରୀ ରାଜଭବନ ସହ ସମୁଦ୍ରକୂଳ ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏସପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ ଡିଜିପି । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଡିଜିପି ଓ୍ବାଇ.ବି ଖୁରାନିଆ କହିଛନ୍ତି । ସୁରକ୍ଷା ଦାୟିତ୍ବରେ ସମୁଦାୟ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ । ଭୁବନେଶ୍ଵରଠାରୁ ପୁରୀ ଏବଂ ସମ୍ପୂର୍ଣ୍ଣ ପୁରୀ ସହରରେ ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ସେହିପରି ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଛନ୍ତି ଡିଜିପି । ନୌସେନା ଦିବସ ଅବସରରେ ୨୫ଟି ଜାହାଜ ସହ ୪୦ଟି ଏୟାରକ୍ରାଫ୍ଟ ସୋ’ ଦେଖିବାର ସୁଯୋଗ ପାଇବେ ଦର୍ଶକ । ତେଣୁ ଦର୍ଶକଙ୍କ ବେଶ ଭିଡ ରହିବ । ସେମାନଙ୍କ ସୁରକ୍ଷାକୁ ମଧ୍ୟ ପୋଲିସ ପ୍ରଶାସନ ଗୁରୁତ୍ବ ଦେଇଛି ବୋଲି ଡିଜିପି କହିଛନ୍ତି ।

4ରେ ଆସୁଛନ୍ତି ରାଷ୍ଟ୍ରପତି, ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି
4ରେ ଆସୁଛନ୍ତି ରାଷ୍ଟ୍ରପତି, ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି (ETV Bharat Odisha)
ଏହା ମଧ୍ୟ ପଢନ୍ତୁ:- 3 ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି; ବାତ୍ୟା ‘ଦାନ’ କାରଣରୁ ସ୍ଥଗିତ ରହିଥିଲା ଗସ୍ତ
  • ଉତ୍ସାହିତ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା

ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ରାଜ ରତନ ମହାପାତ୍ର,‘‘ ଆମେ ଗଣମାଧ୍ୟମରୁ ଜାଣିଛୁ ରାଷ୍ଟ୍ରପତି ପୁରୀରେ ଅନୁଷ୍ଠିତ ହେବାକୁ ଥିବା ନୌବାହିନୀର କାର୍ଯ୍ୟକ୍ରମରେ ଯୋଗଦେବେ । ଯେହେତୁ ସେ ପୁରୀ ଆସୁଛନ୍ତି, ସେ ମହାପ୍ରଭୁଙ୍କୁ ନିଶ୍ଚିତ ଦର୍ଶନ କରିବେ । ଏ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ଆମକୁ ରାଷ୍ଟ୍ରପତିଙ୍କ ଆଗମନ ନେଇ କୌଣସି ସୁଚନା ଦିଆଯାଇନାହିଁ । ତେବେ ପ୍ରଶାସନ ପକ୍ଷରୁ ସୂଚନା ମିଳିବା ପରେ ପୁର୍ବ ଥର ମଧ୍ୟ ଯେଭଳି ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ନିକଟକୁ ନେଇ ଦର୍ଶନ କରାଇଥିଲୁ, ଏଥର ମଧ୍ୟ ସେହିପରି ଦର୍ଶନ କରାଇବୁ । ଗତ 2022 ମସିହା ନଭେମ୍ବର 11 ତାରିଖରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ରାଷ୍ଟ୍ରପତି ହେବା ପୁର୍ବରୁ ଅନେକ ଥର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଛନ୍ତି । 1996-97 ମସିହାରେ ସେ ଯେତେବେଳେ କାଉନସିଲର ଥିଲେ, ସେତେବେଳେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ । 2004ରୁ 2009 ମଧ୍ୟ ରେ ବିଜେପି-ବିଜେଡ଼ି ମିଳିତ ସରକାରରେ ସେ ପରିବହନ ମନ୍ତ୍ରୀ ଥିବା ବେଳେ ଅନେକ ଥର ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଛନ୍ତି । ଝାଡଖଣ୍ଡର ରାଜ୍ୟପାଳ ଥିଵା ବେଳେ ମଧ୍ୟ ସେ ଅନେକ ଥର ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଛନ୍ତି ।’’

4ରେ ଆସୁଛନ୍ତି ରାଷ୍ଟ୍ରପତି (ଫାଇଲ ଫଟୋ)
4ରେ ଆସୁଛନ୍ତି ରାଷ୍ଟ୍ରପତି (ଫାଇଲ ଫଟୋ) (ETV Bharat Odisha)
ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.