ETV Bharat / state

ବିଜେପି କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ବିଗୁଡିଛି ଆଇନ ଶୃଙ୍ଖଳା: ବିଜେଡି - BJD TARGETS BJP

‘‘ପୋଲିସ ସରକାରୀ ଦଳର ଗୁଣ୍ଡା ସାଜିଛି । ଏକପାଖିଆ ଗିରଫଦାରୀ ହେଉଛି । ଡିଜିପିଙ୍କୁ ଜଣାଇବୁ, ଆନ୍ଦୋଳନକୁ ଓହ୍ଲାଇବୁ ।’’ ପ୍ରେସମିଟରେ ଗର୍ଜିଲା ବିଜେଡି ।

ବିଜେପି କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ବିଗୁଡୁଛି ଆଇନ ଶୃଙ୍ଖଳା: ବିଜେଡି
ବିଜେପି କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ବିଗୁଡୁଛି ଆଇନ ଶୃଙ୍ଖଳା: ବିଜେଡି (ETV Bharat Odisha)
author img

By ETV Bharat Odisha Team

Published : Nov 25, 2024, 8:01 AM IST

ଭୁବନେଶ୍ବର: ବିଜେପି ଆସିବା ଦିନଠୁଁ ଆଇନ ଶୃଙ୍ଖଳା ବିଗୁଡୁଛି ବୋଲି ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି । ଭଦ୍ରକ ଓ ବାଲେଶ୍ୱରରେ ଦଙ୍ଗା ହେଲା । ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି । ନାରୀ ନିର୍ଯାତନା, ଚୋରି, ହିଂସା ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଉନି । ହେଲେ ଏପରି ଅପରାଧୀଙ୍କୁ ପୋଲିସ ଦ୍ୱାରା ଉତ୍ସହିତ କରୁଛନ୍ତି । ବିଜେଡି ଲୋକଙ୍କୁ ହଇରାଣ କରାଯାଉଛି । ବିଜେପି କର୍ମୀଙ୍କ କେସ ଜରିଆରେ ବିଜେଡି ନେତାଙ୍କୁ ପୋଲିସ ହଇରାଣ କରୁଛି ବୋଲି ପ୍ରେସମିଟ କରି ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ଓ ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ।

  • ଧର୍ମଶାଳା ବିଧାୟକ ଠେଙ୍ଗା ଧରାଇ ଲୋକଙ୍କୁ ଯାଜପୁର ନେଇଥିଲେ: ପ୍ରମିଳା

ପ୍ରମିଳା କହିଛନ୍ତି,‘‘କୁଚିଣ୍ଡା, ନୀଳଗିରି, ବଙ୍ଗୋମୁଣ୍ଡା, କଟକରେ ମହିଳା ନିର୍ଯାତନା ମାମଲା ସାମ୍ନାକୁ ଆସିଛି । କଟକର ଢାବା ଧର୍ଷଣର କେନ୍ଦ୍ର ପାଲଟିଥିଲା । ହେଲେ ପୋଲିସ ଏସବୁ ଦେଖୁନି । ପୋଲିସ ସରକାରୀ ଗୁଣ୍ଡା ଭାବେ କାମ କରୁଛି । ତାରାତାରିଣୀ ମନ୍ଦିରରୁ ସବୁ ଲୁଟି ନେଲେ । ଧର୍ମଶାଳା ବିଧାୟକ ଯାଜପୁର ଯାଉଥିଲେ, ଯାଜପୁର ତାଙ୍କ ଏରିଆ ନୁହେଁ, ଏତେ ଲୋକଙ୍କୁ ଠେଙ୍ଗା ଧରାଇ କାହିଁକି ଯାଜପୁର ନେଇଥିଲେ ? ବିଜେଡି ଲୋକ ଗିରଫ ହେଲେ, ବିଧାୟକଙ୍କ ଲୋକ କାହିଁକି ଗିରଫ ହେଲେନି ? ପୋଲିସ ଠିକ ନ୍ୟାୟ କରୁନି । ଆସନ୍ତାକାଲି ଡିଜିପିଙ୍କୁ ଭେଟି ପୋଲିସ ଓ ବିଜେପିର ଅନ୍ୟାୟ କଥା ଜଣାଇବୁ । ନ୍ୟାୟ ନମିଳିଲେ ଆନ୍ଦୋଳନ ହେବ ।’’

ବିଜେପି କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ବିଗୁଡିଛି ଆଇନ ଶୃଙ୍ଖଳା: ବିଜେଡି (ETV Bharat Odisha)
  • ଏକପାଖିଆ ଗିରଫଦାରୀ କରୁଛି ପୋଲିସ : ଦାସବର୍ମା

ବିଜେଡି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ଆବାହକ ସଞ୍ଜୟ ଦାସବର୍ମା କହିଛନ୍ତି ," ସରକାର ଗଠନର 5 ମାସରେ ଆଇନ ଶୃଙ୍ଖଳା କେବଳ ବିପର୍ଯ୍ୟସ୍ତ ହୋଇନି, ପୋଲିସକୁ ସରକାରୀ ଦଳର ଗୁଣ୍ଡା ବାହିନୀ ଭାବେ ବ୍ୟବହାର କରାଯାଇଛି । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଧର୍ମଶାଳା ବିଧାୟକ ଯାଜପୁର ଯାଇଥିଲେ । ସେଠି ଗଣତନ୍ତ୍ରିକ ଆନ୍ଦୋଳନ ଚାଲିଥିଲା । ହେଲେ ବିଧାୟକ ଜୋର ଜବରଦସ୍ତ ପଶିବାକୁ ଚେଷ୍ଟା କରିଥିଲେ । ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ହେଲା, ଗୋଟେ ରାଜନୈତିକ ଦଳର 19 ଜଣ ଗିରଫ ହେଲେ । ଅନ୍ୟ ଦଳର କେହି ଗିରଫ ହେଲେନି । ବିଜେଡି କର୍ମୀଙ୍କୁ ଆକ୍ରମଣ ହୋଇଛି । ହେଲେ ଜଣେ ବି ଗିରଫ ନ ହେବା ଦୁର୍ଭାଗ୍ୟ କଥା ।’’

ଏହା ମଧ୍ୟ ପଢନ୍ତୁ:- ଧର୍ମଶାଳା ବିଧାୟକ ଓ ପୋଲିସକୁ ଟାର୍ଗେଟ କଲେ ବିଜେଡି ନେତ୍ରୀ ପ୍ରମିଳା, ହିମାଂଶୁ କହିଲେ..

  • ଲୋକଙ୍କ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇବୁ:-

ଦାସବର୍ମା ଆହୁରି ମଧ୍ୟ କହିଛନ୍ତି,"ବ୍ରହ୍ମଗିରିରେ ବି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର 4 ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଦଳର କେହି ଗିରଫ ହୋଇନାହାନ୍ତି । ଜଣେ ଆକ୍ରମଣର ଶିକାର ହୋଇ ଭେଣ୍ଟିଲେଟରରେ ଅଛନ୍ତି । ଧର୍ମକୁ ଆଖି ଠାର ପରେ ଜଣେ ଗିରଫ ହେଲେ । ପୁରୀ SPଙ୍କ ନିର୍ଦ୍ଦେଶ ପରେ ବି ବ୍ରହ୍ମଗିରି IIC ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିନାହାନ୍ତି । ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ଅତ୍ୟାଚାର କଲେ । କୁଚିଣ୍ଡାରେ ବିଜେଡି ଅନୁସନ୍ଧାନ ନ କରିଥିଲେ, ମନ୍ତ୍ରୀଙ୍କ ଲୋକଙ୍କୁ ଧର୍ଷଣ ଅଭିଯୋଗରେ ଗିରଫ କରାଯାଇ ନଥାନ୍ତା । ସାମ୍ପ୍ରଦାୟିକ ଘଟଣା ଭଦ୍ରକ ବାଲେଶ୍ୱର ଓ ଖୋର୍ଦ୍ଧାରେ ଘଟିଲା । ପୋଲିସ ବିଜେପିର ହାତବାରିସୀ ହୋଇ ବିଜେଡି କର୍ମୀ, ନେତା, ନିର୍ବାଚିତ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ କିଛି ନ କରିବା ନିନ୍ଦନୀୟ ଘଟଣା । ଭରତପୁର ଥାନା ମାମଲାରୁ ଆରମ୍ଭ କରି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତାକାଲି ଡିଜିପିଙ୍କୁ ଭେଟି ଜଣାଇବୁ । ଗୋଟେ ଗଣତନ୍ତ୍ରିକ ବ୍ୟବସ୍ଥାରେ ପୋଲିସ ନିରପେକ୍ଷ ଭାବେ ଯଦି କାମ ନକରେ, ଆଇନ ଶୃଙ୍ଖଳା ପରିସ୍ଥିତି ବଢିବ । ନହେଲେ ଆମେ ଆନ୍ଦୋଳନକୁ ଓହ୍ଲାଇ ଲୋକଙ୍କ ଅଧିକାର ପାଇଁ ସଶକ୍ତ ଜନମତ ସୃଷ୍ଟି କରିବୁ । ଡିଜିପି ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରୁଛୁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.