ETV Bharat / sports

ଚମକିଲେ ଭାରତୀୟ ବୋଲର, ଦ୍ବିତୀୟ ଟି-20 ହାରିଲା ଶ୍ରୀଲଙ୍କା; ଆଗୁଆ ସିରିଜ୍‌ କବ୍‌ଜା କଲା ଭାରତ - India beat Sri Lanka by 7 wickets

author img

By ETV Bharat Sports Team

Published : Jul 29, 2024, 8:29 AM IST

Updated : Jul 29, 2024, 10:11 AM IST

India beat Sri Lanka by 7 wickets in 2nd T20I Match: ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-20ରେ ଚମତ୍କାର ପ୍ରଦର୍ଶନ କରି ଘରୋଇ ଦଳ ଶ୍ରୀଲଙ୍କାକୁ 7 ଓ୍ବିକେଟରେ ମାତ ଦେଇଛି ଟିମ୍ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ ଜିତି ସିରିଜରେ 2-0ରେ ଲିଡ୍‌ ସହ ସିରିଜ୍‌କୁ ଆଗୁଆ କବ୍‌ଜା କରିନେଇଛି ଟିମ୍ ଇଣ୍ଡିଆ । ଅଧିକ ପଢନ୍ତୁ

Etv Bharat
Etv Bharat (@BCCI)

ହାଇଦ୍ରାବାଦ: ପୁଣି କମାଲ କରିଛନ୍ତି ଭାରତୀୟ ବୋଲର । ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-20ରେ ଚମତ୍କାର ପ୍ରଦର୍ଶନ କରି ଘରୋଇ ଦଳ ଶ୍ରୀଲଙ୍କାକୁ 7 ଓ୍ବିକେଟରେ ମାତ ଦେଇଛି ଟିମ୍ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଜିତି ସିରିଜରେ 2-0 ଲିଡ୍‌ ନେବା ସହିତ ସିରିଜ୍‌କୁ ଆଗୁଆ କବ୍‌ଜା କରିନେଇଛି ଟିମ୍ ଇଣ୍ଡିଆ । ଦର୍ଶନୀୟ ବୋଲିଂ ପ୍ରଦର୍ଶନ ପାଇଁ ରବି ବିଷ୍ଣୋଇ ମ୍ୟାନ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ବ୍ୟାଟିଂ କରି 20 ଓଭରରେ 9 ଓ୍ବିକେଟ ହରାଇ 161 ରନ ସ୍କୋର କରିଥିଲା । ଦଳ ପକ୍ଷରୁ କେବଳ କୁଶାଲ ପେରେରା ଅର୍ଦ୍ଧଶତକ ହାସଲ କରିଥିବାବେଳେ ପାଥୁମ୍ ନିଶଙ୍କା ଏବଂ କାମିଣ୍ଡୁ ମେଣ୍ଡିସ୍ ହେଲ୍ପଫୁଲ୍ ଇନିଂସ ଖେଳିଥିଲେ । ନିଶଙ୍କା 32 ରନ୍, ମେଣ୍ଡିସ 10, ପେରେରା 53, କାମିଣ୍ଡୁ ମେଣ୍ଡିସ୍ 26, ଆଶଲଙ୍କା 14 ରନ ସ୍କୋର କରିଥିଲେ ।

ତେବେ ବୋଲିଂରେ ଅଧିନାୟକ ସୂର୍ଯ୍ୟକୁମାର 6 ଜଣ ବୋଲରଙ୍କୁ ବଲ ଧରାଇଥିଲେ । ସବୁଠୁ ସଫଳ ରହିଥିଲେ ରବି ବିଶ୍ନୋଇ । ସେ 4 ଓଭର ବୋଲିଂ କରି ମାତ୍ର 26 ରନ ଦେଇ 3ଟି ଓ୍ବିକେଟ ନେଇଥିଲେ । ସେହିପରେ ଅର୍ଶଦୀପ ସିଂ, 3 ଓଭର ବୋଲିଂ କରି 24 ରନ ଦେଇ 2ଟି ଓ୍ବିକେଟ, ଅକ୍ସର ପଟେଲ 4 ଓଭର ବୋଲିଂ କରି 30 ରନ ଦେଇ 2ଟି ଓ୍ବିକେଟ, ହାର୍ଦ୍ଦିକ ପାଣ୍ଡ୍ୟା 23 ରନ ଦେଇ 2ଟି ଓ୍ବିକେଟ ନେଇଥିଲେ ।

ଏହା ବି ପଢନ୍ତୁ- ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ଟୁର୍‌: T20ରେ ସୂର୍ଯ୍ୟ-ODIରେ ରୋହିତ, ଗାଏକଓ୍ବାଡେ-ଅଭିଶେଖଙ୍କୁ ଅଣଦେଖା, ବ୍ୟାକ୍ କଲେ ବିରାଟ - India Squad for Sri Lanka Tour

162 ରନ ଜବାବରେ ଭାରତ ବ୍ୟାଟିଂ ଆରମ୍ଭରୁ ବର୍ଷା ହୋଇଥିଲା । ପରେ ଦଳକୁ ବିଜୟ ପାଇଁ 8 ଓଭରରେ 78 ରନ ଟାର୍ଗେଟ ମିଳିଥିଲା । ତେବେ ଓପନିଂ କରିବାକୁ ଆସିଥିବା ସାମସନ କିଛି କମାଲ କରିପାରିନଥିଲେ । ସେ ପ୍ରଥମ ବଲରେ କ୍ଲିନ୍ ବୋଲ୍ଡ ହୋଇ ଗୋଲଡେନ୍ ଡକରେ ପାଭିଲିୟନ ଫେରିଥିଲେ । ପରେ ଷ୍ଟାର ଓପନର ଜୟସ୍ବାଲ 15 ବଲରୁ 30 ରନ, ଅଧିନାୟକ ସୂର୍ଯ୍ୟକୁମାର 12 ବଲରୁ 26 ରନ୍, ହାର୍ଦିକ 9 ବଲରୁ 22 ରନ ସ୍କୋର କରି 6.3 ଓଭରରେ ଭାରତ 81 ରନ ସ୍କୋର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2024, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.