ଶ୍ରାବଣ ଦ୍ୱତୀୟ ସୋମବାର, ବାବା ଏକାଦଶ ରୁଦ୍ରଙ୍କ ପୀଠରେ କାଉଡିଆଙ୍କ ଭିଡ - Sawan 2024

By ETV Bharat Odisha Team

Published : Jul 29, 2024, 7:33 AM IST

thumbnail
HATKESHWAR TEMPLE (ETV BHARAT ODISHA)

ଖୋର୍ଦ୍ଧା: ଆଜି ଶ୍ରାବଣ ମାସ ଦ୍ବିତୀୟ ସୋମବାର । ସକାଳୁ ସକାଳୁ ରାଜ୍ୟର ସମସ୍ତ ଶୈବପୀଠ ଗୁଡିକରେ ଜମିଛି ଭକ୍ତଙ୍କ ଗହଳି । ଭୋଳାନାଥଙ୍କୁ ପାଣିଲାଗି କରୁଛନ୍ତି କାଉଡିଆ । ହର ହର ମହା ଦେବରେ ପ୍ରକମ୍ପିତ ହେଉଛି ଗଗନପବନ । ବୋଲବମ ହରେ ହରେ ବମ ଗାନ କରୁଛନ୍ତି କାଉଡିଆ । ଏହି ଅବସରରେ ଚଳଚଞ୍ଚଳ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶୈବ ପୀଠ । ଭୋର ସମୟରୁ ଖୋର୍ଦ୍ଧା ବାଘମାରିର ପ୍ରସିଦ୍ଧ ଶୈବ ପୀଠ ହଟକେଶ୍ବର ବାବା ଏକାଦଶ ରୁଦ୍ରଙ୍କ ପୀଠରେ ଭକ୍ତଙ୍କ ଭିଡ ଜମିଛି । ଶହ ଶହ ସଂଖ୍ୟାରେ କାଉଡିଆ ମାନେ ଶ୍ରାବଣ ଭାର ଆଣି ମହାଦେବଙ୍କୁ ଜଳାଭିଷେକ କରିଥିବା ଦେଖିବାକୁ ମିଳିଛି । ଶ୍ରାବଣ ଦ୍ୱତୀୟ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।  ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମହାଦେବଙ୍କୁ ଜଳଲାଗି ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କାଲି ଶ୍ରାବଣ ପ୍ରଥମ ସୋମବାର, ବୋଲବମ ଧ୍ବନିରେ କମ୍ପିଲା ସିଲଭରସିଟି - Sawan First Monday

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.