ETV Bharat / health

ପତ୍ନୀଙ୍କ ଠାରୁ ଗୋପନ ରଖନ୍ତୁ ଏସବୁ କଥା, ପରିବାରକୁ କଦାପି ଛୁଇଁବନି ସଙ୍କଟ - Chanakya Niti

author img

By ETV Bharat Odisha Team

Published : Jul 28, 2024, 10:35 PM IST

Chanakya Niti For Husband: ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ଏହି କଥାକୁ ନିଜ ପତ୍ନୀଙ୍କ ଠାରୁ ଗୁପ୍ତରେ କରନ୍ତୁ । ଯାଦାଦ୍ବାରା ଆପଣଙ୍କ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଅଧିକ ପଢ଼ନ୍ତୁ

Chanakya Niti
Chanakya Niti (ETV Bharat Odisha)

ହାଇଦ୍ରାବାଦ: ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଶ୍ବର ମହାନ କୂଟନୀତିଜ୍ଞ, ଅର୍ଥନୀତିଜ୍ଞ ଓ ପଣ୍ଡିତଙ୍କ ମଧ୍ୟରେ ଗଣାଯାଏ । ମଣିଷର ସଫଳତାରେ ବାଧା ସୃଷ୍ଟି କରୁଥିବା ଜିନିଷ ଗୁଡ଼ିକ ବିଷୟରେ ସେ ଉଲ୍ଲେଖ କରିଛନ୍ତି । ଜୀବନ ସହ ଜଡିତ ଅନେକ ବିଷୟ ଉପରେ ଚାଣକ୍ୟ ତାଙ୍କ ନୀତି କଥା ଲେଖିଛନ୍ତି । ତାଙ୍କ ଦ୍ବାରା କୁହାଯାଇଥିବା ଜିନିଷଗୁଡ଼ିକ ଜଣେ ବ୍ୟକ୍ତିଙ୍କୁ ସଫଳ, ଦକ୍ଷ ଏବଂ ଧନୀ କରିଥାଏ । ଯିଏ ଆଚାର୍ଯ୍ୟଙ୍କ ଚିନ୍ତାଧାରାକୁ ନିଜ ଜୀବନରେ କାର୍ଯ୍ୟକାରୀ କରେ, ସେ ଏକ ସୁଖମୟ ଜୀବନ ବିତାଇଥାଏ । ତେବେ ସ୍ବାମୀ ଓ ସ୍ତ୍ରୀଙ୍କୁ ନେଇ ମଧ୍ୟ ଚାଣକ୍ୟ ନୀତିରେ ମାର୍ଗଦର୍ଶନ ଦିଆଯାଇଛି । ଏହି ଅନୁସାରେ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିଶ୍ୱାସ, ସଚ୍ଚୋଟତା ଏବଂ ପାରସ୍ପରିକ ସମ୍ମାନ ରହିବା ଆବଶ୍ୟକ । କିନ୍ତୁ ଏହା ମଧ୍ୟ କୁହାଯାଇଛି ଯେ, ସ୍ବାମୀ ସର୍ବଦା କିଛି କଥାକୁ ସ୍ତ୍ରୀ ଠାରୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ଉଚିତ । ଏମିତି କିଛି ଜିନିଷ ଅଛି ଯାହାକୁ ସ୍ବାମୀମାନେ ସ୍ତ୍ରୀଙ୍କୁ ଆଦୌ ଜଣାଇବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ସ୍ତ୍ରୀ ଠାରୁ ଗୋପନ ରଖିବା ଉଚିତ୍‌ ।

ପତ୍ନୀଙ୍କୁ ଜଣାନ୍ତୁ ନାହିଁ ଏସବୁ କଥା:

Chanakya Niti
Chanakya Niti (Getty)

ଆପଣଙ୍କ ଆୟ:- ସ୍ବାମୀ ନିଜର ଇନ୍‌କମ୍‌ ବିଷୟରେ ପତ୍ନୀଙ୍କୁ ଜଣାଇବା ଅନୁଚିତ୍‌ । ଯଦି ସ୍ବାମୀ ଅଧିକ ରୋଜଗାର କରୁଥିବା କଥା ସ୍ତ୍ରୀ ଜାଣନ୍ତି, ତେବେ ସେ ଅଧିକ ଖର୍ଚ୍ଚ କରିବେ । ଏପରି ସ୍ଥିତିରେ ସ୍ବାମୀମାନେ ଟଙ୍କା ସଞ୍ଚୟ କରିପାରିବେ ନାହିଁ । ତେଣୁ ସ୍ବାମୀ ସର୍ବଦା ପତ୍ନୀ ଠାରୁ ନିଜ ପ୍ରକୃତ ରୋଜଗାର ବିଷୟରେ ଲୁଚେଇ ରଖିବା ଉଚିତ । ଯାହାଫଳରେ ଗୁପ୍ତ ଭାବରେ କିଛି ଟଙ୍କା ସଂଚୟ କରିପାରିବେ, ଯାହା ଭବିଷ୍ୟତରେ ଜରୁରୀକାଳୀନ ପରିସ୍ଥିତିରେ ପରିବାର ପାଇଁ ଉପଯୋଗୀ ହୋଇପାରିବ ।

Chanakya Niti
Chanakya Niti (Getty)

ଦାନ:- ଯଦି ଗୁପ୍ତ ଭାବରେ ଦାନ କରାଯାଏ ତାହା ଫଳପ୍ରଦ ହୋଇଥାଏ । ତେଣୁ ସ୍ବାମୀ କେବେ ବି ନିଜେ ଦାନ କରୁଥିବା କୌଣସି ବସ୍ତୁ ବିଷୟରେ ପତ୍ନୀଙ୍କୁ ନ କହିବା ଉଚିତ । ଏପରିକି ଶାସ୍ତ୍ରରେ କୁହାଯାଇଛି ଯେ, ଦାନ ଏଭଳି ଗୁପ୍ତ ଭାବରେ କରନ୍ତୁ ଯେପରି ଗୋଟିଏ ହାତରେ ଦାନ କରୁଥିଲେ ତାହା ଅନ୍ୟ ହାତ ଜାଣିପାରିବ ନାହିଁ । ଅର୍ଥାତ ସମସ୍ତଙ୍କ ଅଗୋଚରେ ଗୁପ୍ତ ଭାବରେ ଦାନ କରିବା ଉଚିତ ।

Chanakya Niti
Chanakya Niti (Getty)

ଅପମାନ:- ଯଦି ବି ସ୍ବାମୀ କୌଣସି କାର୍ଯ୍ୟକୁ ନେଇ କେବେ ଅପମାନିତ ହୋଇଛନ୍ତି, ତେବେ ଏହା ବିଷୟରେ କାହାକୁ କୁହନ୍ତୁ ନାହିଁ । ଏପରିକି ନିଜ ପତ୍ନୀକୁ ମଧ୍ୟ ନୁହେଁ । ନଚେତ ପତ୍ନୀଙ୍କ ନଜରରେ ସ୍ବାମୀର ସମ୍ମାନ ହ୍ରାସ ହୋଇଥାଏ ।

Chanakya Niti
Chanakya Niti (Getty)

ନିଜର ଦୁର୍ବଳତା:- ଆପଣଙ୍କ ଦୁର୍ବଳତା ବିଷୟରେ କାହାକୁ ମଧ୍ୟ ଜଣାନ୍ତୁ ନାହିଁ । ବନ୍ଧୁବାନ୍ଧବ ହୁଅନ୍ତୁ କି ସମ୍ପର୍କୀୟ, ଏମିତିକି ପତ୍ନୀଙ୍କୁ ମଧ୍ୟ ନିଜର ଦୁର୍ବଳତା ବିଷୟରେ କୁହନ୍ତୁ ନାହିଁ । ଯଦି ଆପଣ ନିଜ ଦୁର୍ବଳତା ବିଷୟରେ କାହାକୁ କହୁଛନ୍ତି ତେବେ ସେମାନେ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି । ଯାହା ଆପଣଙ୍କୁ ଜୀବନସାରା କଷ୍ଟ ଦେଇପାରେ ।

ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ସୂଚନା ପାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.