ଖୋର୍ଦ୍ଧା: କୋରୋନା ପଜିଟିଭ ଚିହ୍ନଟ ରାଜ୍ୟରେ ଭୟଭୀତ ଶ୍ରମିକ। ଲକଡାଉନ ସମୟରେ ଫସି ରହିଥିବା ଏହି ଶ୍ରମିକ ମାନେ ନିଜ ଘରକୁ ଫେରିଯିବା ପାଇଁ ବାରମ୍ବାର ଗୁହାରି କରିଥିଲେ । ଆଉ ଶେଷରେ ନିର୍ମାଣଧିନ ପ୍ରକଳ୍ପ ସ୍ଥାନରୁ ଚାଲି ଚାଲି ପଶ୍ଚିମବଙ୍ଗ ବାହାରିଲେ ।
ବୌଦ୍ଧର ଜଗତୀ ନିକଟସ୍ଥ ସୁବର୍ଣ୍ଣପୁରଠାରେ ‘ଏଲ ଆଣ୍ଡ ଟି’କମ୍ପାନୀ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ଚାଲିଛି । ଉକ୍ତ ପ୍ରକଳ୍ପର କିଛି ମିଟର ଦୂରରେ ଦୁଇ ପାର୍ଶ୍ଵରେ ଏବେ ଚାରି ଚାରୋଟି କୋରୋନା ପଜିଟିଭ ଚିହ୍ନଟ ପରେ ଆତଙ୍କିତ ତଥା ଭୟଭୀତ ଅବସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକ ।
ଲକଡାଉନ ସମୟରେ ପଶ୍ଚିମବଙ୍ଗର 16 ଜଣ ଶ୍ରମିକ ଫସି ରହିଥିବା ବେଳେ ସେମାନେ ବାରମ୍ବାର ନିଜ ରାଜ୍ୟକୁ ଯିବାପାଇଁ ଠିକାଦାର ଓ କମ୍ପାନୀକୁ ଜଣାଇଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଆଉ ଏବେ ପୁଣି କୋରୋନା ପଜିଟିଭ ଚିହ୍ନଟ ପରେ ଆତଙ୍କିତ ଶ୍ରମିକ ମାନେ ବାଧ୍ୟ ହୋଇ ଚାଲି ଚାଲି ଘର ମୁହାଁ ହୋଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ