ETV Bharat / state

ପାରମ୍ପରିକ ଲୋକନୃତ୍ୟରେ ଦୁଲୁକୁଛି ଗଡ଼ଜାତ ଲୋକ ମହୋତ୍ସବ

author img

By ETV Bharat Odisha Team

Published : Dec 20, 2023, 12:29 PM IST

Lok mohotsav in Boudh: ପାରମ୍ପରିକ ବାଦ୍ୟର ତାଳେ ତାଳେ ତଥା ଲୋକନୃତ୍ୟରେ ଦୁଲୁକୁଛି ଲୋକକଳା ମହୋତ୍ସବ ମଞ୍ଚ । ଅଧିକ ପଢନ୍ତୁ

Lok mohotsav
Lok mohotsav
Lok mohotsav

ବୌଦ୍ଧ: ଦିନକୁ ଦିନ ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳା ବୁଡିବାକୁ ବସିଛି । ଏହାକୁ ଉଦଜ୍ଜୀବିତ କରି ରଖିବା ପାଇଁ ଆରମ୍ଭ ହୋଇଛି ଲୋକକଳା ମହୋତ୍ସବ । ପାରମ୍ପରିକ ବାଦ୍ୟର ତାଳେ ତାଳେ ତଥା ଲୋକନୃତ୍ୟରେ ଦୁଲୁକୁଛି ଲୋକକଳା ମହୋତ୍ସବ ମଞ୍ଚ ।

କଳା, ସଂସ୍କୃତିର ଅପୂର୍ବ ସମନ୍ବୟ ଘଟିଥିବା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭରି ରହିଛି ଅନେକ ପ୍ରାଚୀନ ନୃତ୍ୟ ଓ ସଙ୍ଗୀତ କଳା । ବୌଦ୍ଧ ଜିଲ୍ଲାର ଧୁନକେଲୀ ବାଦ୍ୟ କଳାର ଏକ ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଲୁପ୍ତପ୍ରାୟ ପାରମ୍ପରିକ ଲୋକନୃତ୍ୟ ଝାଲିଆ ଶବର, ଶବରୁଣୀ, ବାଇଧନ, ନଚନିଆ, ବଜନିଆ, ପତର ଶଉରା, ଘୁଡୁକା ଭଳି ଅନେକ ନୃତ୍ୟର ସ୍ବତନ୍ତ୍ର ପରିଚୟ ରହିଆସିଛି । ପଞ୍ଚ ଧର୍ମର ମିଳନ ସ୍ଥଳୀ ବୌଦ୍ଧ ଜିଲ୍ଲାର ଶ୍ୟାମସୁନ୍ଦରପୁର, ପରଗଳପୁର ଭଳି କେତେକ ବୌଦ୍ଧ ଧର୍ମର ପ୍ରାଚୀନ ପୀଠ ସମସ୍ତଙ୍କୁ ଆକର୍ଷିତ କରିଆସିଛି । ଏସବୁ ଲୋକ ସଂସ୍କୃତି ଓ ପରମ୍ପରାକୁ ଉଦ୍‌ଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାର ବୀରନରସିଂହପୁର ଠାରେ ଗତ ସାତ ବର୍ଷ ଧରି ଆୟୋଜିତ ହୋଇ ଆସୁଛି ଗଡ଼ଜାତ ଲୋକ ମହୋତ୍ସବ ।

ଚଳିତ ବର୍ଷ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ସାତ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଦିନ ସଂଧ୍ୟାରେ ଜମୁଛି ନୃତ୍ୟ ସଙ୍ଗୀତର ଆସର । ବୌଦ୍ଧ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର କଳାକାରମାନେ ଏହି ମହୋତ୍ସବ ମଞ୍ଚରେ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରୁଛନ୍ତି । ମହୋତ୍ସବର ମେଳାକୁ ଅଧିକ ଆକର୍ଷଣୀୟ କରୁଛି ଏଠାରେ ଖୋଲାଯାଇଥିବା ବିଭିନ୍ନ ଷ୍ଟଲ ଓ ମୀନା ବଜାର । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପ୍ରବଳ ଶୀତ ସତ୍ତ୍ବେ ହଜାର ହଜାର ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୃତ୍ୟ ସଙ୍ଗୀତର ମଜା ଉଠାଉଛନ୍ତି । ମଞ୍ଚରେ ନୃତ୍ୟକଳା ସଂସ୍କୃତି ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ - ପାରମ୍ପରିକ ଲୋକନୃତ୍ୟର ତାଳେ ତାଳେ ଉଦଘାଟିତ ହେଲା ଗଡ଼ଜାତ ଲୋକ ମହୋତ୍ସବ

ସେପଟେ ବୁଧବାର ସନ୍ଧ୍ୟାରେ ଏହି ଗଡ଼ଜାତ ଲୋକ ମହୋତ୍ସବ ମଞ୍ଚରେ ଦୁଇ ରାଜନୈତିକ ପ୍ରତିଦ୍ବନ୍ଦୀଙ୍କୁ ଏକତ୍ରିତ ଦେଖିବାକୁ ମିଳିଥିଲା । କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ରୂପେ ଓ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ତେବେ ମୁଖ୍ୟ ଅତିଥି କଣ୍ଟାମାଳ ବିଧାୟକ କଳାକାରଙ୍କୁ ଉତ୍ସାହିତ ଉଦ୍ଦେଶ୍ୟରେ ନିଜେ ମଞ୍ଚ ଉପରକୁ ଯାଇ ନାଚୁଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.