ETV Bharat / state

ମାତିଛନ୍ତି ଅନ୍ତଃରାଜ୍ୟ ମାଫିଆ, ବୃଦ୍ଧି ପାଉଛି ଅପରାଧିକ ମାମଲା - ଆଭ୍ୟନ୍ତରୀଣ ଜଙ୍ଗଲରେ ଚାଲିଛି ବେଧଡକ ଗଞ୍ଜେଇ ଚାଷ

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଛି ବେଆଇନ ଗଞ୍ଜେଇ ଚାଷ । ଅନ୍ତଃରାଜ୍ୟ ମାଫିଆମାନେ ବିଭିନ୍ନ ଅପରାଧିକ ମାମଲା ଘଟାଉଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

criminal cases increasing for ganja in boudh
ମାତିଛନ୍ତି ଅନ୍ତଃରାଜ୍ୟ ମାଫିଆ, ବୃଦ୍ଧି ପାଉଛି ଅପରାଧିକ ମାମଲା
author img

By

Published : Oct 12, 2022, 3:53 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲରେ ଚାଲିଛି ବେଧଡକ ଗଞ୍ଜେଇ ଚାଷ । କେତେକ ସରକାରୀ ଓ ଗୋଚର ଭୂମିରେ ମଧ୍ୟ କପାଚାଷ ଓ ଗଞ୍ଜେଇ ଚାଷ ହେଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ଅପରାଧିକ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ମାତିଛନ୍ତି ଅନ୍ତଃରାଜ୍ୟ ମାଫିଆ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଓ କପାଚାଷ ହେଉଥିବା ଦେଖିବାକୁ ମିଳିଛି। ଏହା ପଛରେ କେତେକ ରାଜ୍ୟ ବାହାରର ମାଫିଆଙ୍କ ହାତଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ବର୍ତ୍ତମାନ ଜିଲ୍ଲାର ଅନେକ ରାଜସ୍ୱ ଜମି ଓ ଗୋଚର ଜମିରେ କପାଚାଷ ନାରେ ଗଞ୍ଜେଇ ଚାଷ ହେଉଥିବା ସାଙ୍ଘାତିକ ଅଭିଯୋଗ ଆସୁଛି । ତେବେ ବେଆଇନ ଗଞ୍ଜେଇ ବ୍ୟବସାୟ ଯୋଗୁଁ ଜିଲ୍ଲାରେ ଦିନକୁ ଦିନ ଅପରାଧିକ ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ପଞ୍ଚାୟତରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ ହେବା ପରେ ଏହାର ଲିଙ୍କ ଗଞ୍ଜେଇ ବ୍ୟବସାୟ ସହିତ ରହିଥିବା ବିଶ୍ବସ୍ତ ସୂଚନା ମିଳିଛି । ଏନେଇ ବୁଦ୍ଧିଜୀବୀ କହିଛନ୍ତି, " ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଞ୍ଚଳକର ସରକାରୀ ଜମିଗୁଡ଼ିକ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟବହାର ହେବା ପରିବର୍ତ୍ତେ ମାଫିଆଙ୍କ ହାତମୁଠାକୁ ଯାଉଛି । ଜିଲ୍ଲାରୁ ଗଞ୍ଜେଇ ଦୂର କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ହେଲେ ଏସବୁ ସମୁଦ୍ରକୁ ଶଙ୍ଖେ ପରି । " ତେଣୁ ତୁରନ୍ତ ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଘରେ ଚାଲିଥିଲା ବନ୍ଧୁକ କାରଖାନା, ବନ୍ଧୁକ ତିଆରି ସାମଗ୍ରୀ ଜବତ ଜଣେ ଗିରଫ

ସେପଟେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବୌଦ୍ଧ ଜଙ୍ଗଲ ବିଭାଗ ପଞ୍ଚରାର ଆଭ୍ୟନ୍ତରୀଣ ଜଙ୍ଗଲରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ପାଇଁ ଡ୍ରୋନ କ୍ୟାମେରାର ସହାୟତା ନେଇ ଦୁଇ ହେକ୍ଟର ଗଞ୍ଜେଇ ଚାଷ ନଷ୍ଟ କରିଛି । ତେବେ ଦିନକୁ ଦିନ ଏହି ଗଞ୍ଜେଇ ଚାଷ ଓ କପାଚାଷ ଯୋଗୁଁ ଅନେକ ସରକାରୀ ଜମି ଓ ଗୋଚର ଜମି ମାଫିଆଙ୍କ କବ୍ଜାକୁ ଚାଲିଯାଉଥିବାରୁ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ସୂଚନା ଥାଉକି, ମନମୁଣ୍ଡା ଥାନା ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି କାରଖାନାରେ ଚଢ଼ାଉ କରି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ପୋଲିସ ଜବତ କରିଛି । ମନମୁଣ୍ଡା ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ କାରଖାନା ଉପରେ ଚଢାଉ କରି ଦୁଇଟି ଦେଶୀ ପିସ୍ତଲ, ଚାରୋଟି ବଡ ବନ୍ଧୁକ,ଜିଲୋଟିନ,ବନ୍ଧୁକ ତିଆରି ସାମଗ୍ରୀ ସହିତ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.