ETV Bharat / state

ଧରା ଦେଉନି ଛୁଆ ହାତୀ, ନାକେଦମ ବନ କର୍ମଚାରୀ

author img

By

Published : Feb 12, 2023, 7:24 AM IST

ଶନିବାର ଦିନ ତମାମ ଛୁଆ ହାତୀଟି ଭୟଭୀତ ଅବସ୍ଥାରେ ଇତସ୍ତତଃ ହୋଇ ଗାଁରେ ବୁଲୁଥିବା ବେଳେ ଗ୍ରାମବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଛୁଆ ହାତୀକୁ ଧରିବା ପାଇଁ ଅନେକ ପ୍ରକାରର ଉଦ୍ୟମ ସତ୍ତ୍ବେ ସେ ଧରା ଛୁଆଁ ଦେଉନାହିଁ । ଅଧିକ ପଢ଼ନ୍ତୁ

ଛୁଆ ହାତୀକୁ ଧରିବା ପାଇଁ ନାକେଦମ ବନ କର୍ମଚାରୀ ଓ ଗ୍ରାମବାସୀ

ବୌଦ୍ଧ: ଛୁଆ ହାତୀ ପାଇଁ ନାକେଦମ ବନ କର୍ମଚାରୀ ଓ ଗ୍ରାମବାସୀ । ମାଆ ହାତୀ ଠାରୁ ଅଲଗା ହୋଇଯାଇଥିବା ଛୁଆ ହାତୀକୁ ଧରିବା ପାଇଁ ବନକର୍ମଚାରୀ ଓ ଗ୍ରାମବାସୀ ଅନେକ ଉଦ୍ୟମ କରି ବିଫଳ ହୋଇଛନ୍ତି । ଶନିବାର ଦିନ ତମାମ ଛୁଆ ହାତୀଟି ଭୟଭୀତ ଅବସ୍ଥାରେ ଇତସ୍ତତଃ ହୋଇ ଗାଁରେ ବୁଲୁଥିବା ବେଳେ ଗ୍ରାମବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଛୁଆ ହାତୀକୁ ଧରିବା ପାଇଁ ଅନେକ ପ୍ରକାରର ଉଦ୍ୟମ ସତ୍ତ୍ବେ ସେ ଧରା ଛୁଆଁ ଦେଉନାହିଁ । ଯାହା ଫଳରେ ନାକେଦମ ହେଲେଣି ବନ କର୍ମଚାରୀ ଓ ଗ୍ରାମବାସୀ ।

ଗତକାଲି ଦିନ ତମାମ ଛୁଆ ହାତୀଟି ନିଜ ମାଆକୁ ଖୋଜି ଇତସ୍ତତଃ ହୋଇ ଭୟଭୀତ ଅବସ୍ଥାରେ ଗାଁ ନିକଟରେ ବୁଲୁଥିବା ଦେଖାଯାଇଥିଲା । ସୂଚନା ଥାଉକି, ଗତକାଲି ସକାଳୁ ଆଠମଲ୍ଲିକ ପଟରୁ ମହାନଦୀ ଡେଇଁ ବୌଦ୍ଧ ବନାଞ୍ଚଳର ବିଷ୍ଣୁପୁର ନିକଟସ୍ଥ ଝରଣା ନିକଟକୁ ଚାଲି ଆସିଥିଲେ ମା ଓ ଛୁଆ ହାତୀ ।

କିଛି ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତେବେ ଧିରେ ଧିରେ କୋଳାହଳ ବଢିବାରୁ ଉଭୟ ମାଆ ଛୁଆ ହାତୀ ଅଲଗା ହୋଇ ଯାଇଥିଲେ । ମାଆ ହାତୀଟି ଅଲଗା ହୋଇ କେଉଁ ଆଡେ ଚାଲିଯିବା ପରେ ପ୍ରାୟ ଚାରି ବର୍ଷର ଛୁଆ ହାତୀଟି ଭୟଭୀତ ହୋଇଯାଇଥିଲା । ଭୟଭୀତ ହାତୀଟି ବିଷ୍ଣୁପୁର ପ୍ରାଥମିକ ବିଦ୍ୟାଳୟର ପଛରେ ଥିବା ଶାଗୁଆନ ବଗିଚାରେ ଇତସ୍ତତଃ ହୋଇ ବୁଲୁଥିବା ଦେଖାଯାଇଥିଲା । ଦିନ ତମାମ ବନ କର୍ମଚାରୀଙ୍କ ସହିତ ଗ୍ରାମବାସୀ ମାନେ ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ତେବେ ସଂଧ୍ୟା ପର୍ଯ୍ୟନ୍ତ ମାଆ ଓ ଛୁଆ ହାତୀ ମିଶିପାରି ନଥିବାରୁ ଗ୍ରାମବାସୀ ମାନେ କୌଣସି ଅଘଟଣ ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ତେବେ ସମସ୍ତ ବିଷୟ ଉପରେ ବନବିଭାଗ ନଜର ରଖିଥିବା ସୂଚନା ମିଳିଛି । ଏହାଛଡା ରାତି ହେଲେ ସବୁକିଛି ଠିକ ହୋଇଯିବ ବୋଲି ବୌଦ୍ଧ ରେଞ୍ଜର ଆଶା ପ୍ରକାଶ କରିବା ସହିତ ରାସ୍ତା ଭୁଲି କିମ୍ବା ଖାଦ୍ୟ ଅନ୍ବେଷଣରେ ଏଭଳି ପରିସ୍ଥିତି ଉପୁଜିଥିବା ରେଞ୍ଜର ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଉଭୟ ଆଠମଲ୍ଲିକ ବନାଞ୍ଚଳ ଓ ବୌଦ୍ଧ ବନାଞ୍ଚଳକୁ ହାତୀପଲଙ୍କ ମହାନଦୀ ଡେଇଁ ଯାତାୟାତ ରହିଛି । ତେବେ ଗତ କିଛି ମାସ ମଧ୍ୟରେ ଉଭୟ ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଅନେକ ହାତୀଙ୍କ ବିଭିନ୍ନ କାରଣରୁ ଦୁଃଖଦ ମୃତ୍ୟୁ ଘଟିଛି । ତେଣୁ ଉଭୟ ହାତୀ ଓ ମଣିଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.