ETV Bharat / state

ଉଦଘାଟିତ ହେଲା ବୌଦ୍ଧ ପୁସ୍ତକ ମେଳା - ବୌଦ୍ଧ ଖବର

ବୌଦ୍ଧ କଚେରୀ ପଡିଆଠାରେ ଶୁକ୍ରବାର ବୌଦ୍ଧ ପୁସ୍ତକ ମେଳା ଉଦଘାଟିତ ହୋଇଛି । ଏହି ମେଳାକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ଓ ଏସପି । ଅଧିକ ପଢ଼ନ୍ତୁ

ଉଦଘାଟିତ ହେଲା ବୌଦ୍ଧ ପୁସ୍ତକ ମେଳା
ଉଦଘାଟିତ ହେଲା ବୌଦ୍ଧ ପୁସ୍ତକ ମେଳା
author img

By

Published : Dec 3, 2022, 10:54 PM IST

Updated : Dec 4, 2022, 3:20 PM IST

ବୌଦ୍ଧ : ବୌଦ୍ଧ କଚେରୀ ପଡିଆଠାରେ ଶୁକ୍ରବାର ବୌଦ୍ଧ ପୁସ୍ତକ ମେଳା ଉଦଘାଟିତ ହୋଇଛି । ଏହି ମେଳାକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ଓ ଏସପି । ପରେ ନିଜେ ବିଭିନ୍ନ ଷ୍ଟଲରୁ ବହି କ୍ରୟ କରିଥିଲେ। ଦୀର୍ଘ ୧୭ବର୍ଷ ଧରି ରାଜ୍ୟର ଏକମାତ୍ର ସାମ୍ବାଦିକ ସଂଗଠନ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଆସୁଥିବାରୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ସାଧୁବାଦ ଜଣାଇଥିଲେ।

ଉଦଘାଟିତ ହେଲା ବୌଦ୍ଧ ପୁସ୍ତକ ମେଳା

ଶୀତୁଆ ସନ୍ଧ୍ୟାରେ ମେଳାର ମୁଖ୍ୟ ଆକର୍ଷଣ ବିଭିନ୍ନ ଷ୍ଟଲରେ ଥିବା ଦୁର୍ମୂଲ୍ୟ ପୁସ୍ତକ ଓ ହାତ ତିଆରି ସାମଗ୍ରୀର ବେଶ ଚାହିଦା ରହିଛି । ଆହୁରି ମଧ୍ୟ ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପରିବେଷିତ ପାରମ୍ପାରିକ ଲୋକନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଛି । ଏହି ମେଳାରେ ବିଭିନ୍ନ ପ୍ରକାରର ପୁସ୍ତକ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଜୀବନୀ କାହାଣୀ ଉପରେ ଲେଖା ହୋଇଥିବା ବହି ମଧ୍ୟ ଏଠାରେ ବିକ୍ରି ହେଉଛି । ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ କାହାଣୀ ଉପରେ ଲେଖା ହୋଇଥିବା ବହି ବିକ୍ରି ହେଉଛି ।

ଏନେଇ ଏକ କୁନି କଳାକାର ସଂତୃପ୍ତୀ ସାହୁ କହିଛନ୍ତି, ''କୋରୋନା କଟକଣା ହଟିବାର ଦୀର୍ଘ ୨ ବର୍ଷ ପରେ ଏଠାରେ ପୁସ୍ତକ ମେଳା ହେଉଥିବାରୁ ଖୁବ ଖୁସି ଲାଗୁଛି । ଏଠି ବିଭିନ୍ନ ପ୍ରକାରର ପୁସ୍ତକ ବିକ୍ରି ହେଉଛି । ଯେପରି ଗଳ୍ପମାଳା, କାବ୍ୟମାଳା, ପାଠ ବହି ମିଳୁଛି । ଏହାସହ ଲୋକଙ୍କୁ ମନୋରଞ୍ଜନ ଦେବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଛି ।''

ତେବେ ଏହି ପୁସ୍ତକ ମେଳାରେ ନାନା ଖାଦ୍ୟ ସାମଗ୍ରୀ ଯେପରିକି ବଡ଼ି, ରଙ୍ଗବେରଙ୍ଗର ପାମ୍ପଡ଼ ସହ ନାନା ଘରୋଇ ସାଜସଜ୍ଜା ସାମଗ୍ରୀ, ଛୋଟ ପିଲାଙ୍କ ପାଇଁ ଖେଳଣା ବି ବିକ୍ରି ହେଉଛି । ଯାହାକୁ କିଣିବାକୁ ଆଉ ଦେଖିବାକୁ ଲାଗିଛି ଗ୍ରାହକଙ୍କ ଭିଡ଼ ।

ଇଟିଭି ଭାରତ, ବୌଦ୍ଧ

Last Updated : Dec 4, 2022, 3:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.