ETV Bharat / state

ଚାଉଳ କାଟ ପ୍ରସଙ୍ଗ, ବୌଦ୍ଧରେ ବିଜେଡିର ଗଣଧାରଣା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରୁ 5 କେଜି ଚାଉଳ କାଟକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଜାରି ରହିଛି । ଏହି କ୍ରମରେ ବୌଦ୍ଧରେ ମଧ୍ୟ ଗୁରୁବାର ଦିନ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Feb 17, 2023, 2:09 PM IST

ବୌଦ୍ଧରେ ବିଜେଡିର ଗଣଧାରଣା
ବୌଦ୍ଧରେ ବିଜେଡିର ଗଣଧାରଣା
ବୌଦ୍ଧରେ ବିଜେଡିର ଗଣଧାରଣା

ବୌଦ୍ଧ: କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତି ଜିଲ୍ଲାରେ ବିଜେଡିର ବିକ୍ଷୋଭ ଜାରି ରହିଛି । କେନ୍ଦ୍ର ସରକାରଙ୍କ ଚାଉଳ କାଟ ପ୍ରସଙ୍ଗରେ ବୌଦ୍ଧ ଜିଲ୍ଲାର ପ୍ରତି ବ୍ଲକରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ଗରିବ ଅନ୍ନ ଯୋଜନା ପୁନଃ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଛି ।

କେନ୍ଦ୍ର ସରକାରଙ୍କ ଚାଉଳ ବନ୍ଦ ନିଷ୍ପତ୍ତି ବିରୋଧରେ ରାଜ୍ୟର ସମସ୍ତ ବ୍ଲକରେ ବିଜେଡି ଦଳ ପକ୍ଷରୁ ଗଣଧାରଣା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନା ପୁନଃ ଆରମ୍ଭ ପାଇଁ ଦାବି କରି ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ବିଜେଡି ପକ୍ଷରୁ pmgky ବନ୍ଦ ପ୍ରତିବାଦରେ ଗଣଧାରଣା ପ୍ରଦାନ କରାଯାଇଥିଲା । ଗୁରୁବାର ଜିଲ୍ଲାର ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଓ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଦଳର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ଶତାଧିକ ବିଜେଡି ନେତା ଓ କର୍ମୀ ଯୋଗଦେଇ କେନ୍ଦ୍ରର ଅବହେଳା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଜିଲ୍ଲା କାର୍ଯ୍ୟ କାରୀ ସଭାପତି ସୁବୋଧ ପ୍ରଧାନଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଗରିବ ହିତାଧିକାରୀଙ୍କ ପାଞ୍ଚ କେଜି ଚାଉଳ କାଟ ପ୍ରସଙ୍ଗରେ ଦଳ ପକ୍ଷରୁ ବିରୋଧ କରାଯାଇ ଏହି pmgky ପୁଣିଥରେ ପ୍ରଚଳନ ପାଇଁ ଦାବି କରାଯାଇଥିଲା ।

ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଓଡିଶାକୁ କେନ୍ଦ୍ର ବାରମ୍ବାର ଅବହେଳା କରି ଆସୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନା ବନ୍ଦ ଗରିବ ପରିବାରର ପେଟକୁ ଲାତ ମାରୁଛନ୍ତି । ଗରିବଙ୍କ ଥାଳିରୁ ଅନ୍ନ ଛଡାଇ ନେଉଛି ବିଜେପି । ଏହି ପ୍ରତିବାଦ ସଭାରେ ବରିଷ୍ଠ ବିଜେଡି ନେତା ଅଶୋକ କୁମାର ସାହୁ, ତାରେଣୀ ମହାପାତ୍ର, ବିଦ୍ୟାଧର ସ୍ବାଇଁ, ମନୋରଞ୍ଜନ ପୁରୋହିତ, ଅରୁଣ କୁମାର ବାଘ ପ୍ରମୁଖ ନେତାଙ୍କ ସହିତ ଶତାଧିକ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ ।

ବିଜେଡିର ସମସ୍ତ ନେତା କର୍ମୀ ଏହାର ବିରୋଧ କରିଥିଲେ । ଯଦି କେନ୍ଦ୍ରର ଏଭଳି ଅବହେଳା ଜାରି ରହେ ତେବେ ଦଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.