ETV Bharat / state

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ କୋରୋନା ସଚେତନତା - ବୃଦ୍ଧଙ୍କ କୋରୋନା ବାର୍ତ୍ତା ବୌଦ୍ଧ

ଗାଡିରେ ଯମ ରାଜଙ୍କ ଫଟୋ ଲଗାଇ ଗାଁକୁ ଗାଁ ବୁଲି ହାତଯୋଡି ଲୋକଙ୍କୁ କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଅଧିକ ପଢନ୍ତୁ...

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ କୋରୋନା ସଚେତନତା

author img

By

Published : May 29, 2021, 7:52 AM IST

ବୌଦ୍ଧ: ରାଜ୍ୟରେ ତଥା ଦେଶରେ କୋରୋନା ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମଣ ହାର ଅଧିକ ଥିଲେ ମଧ୍ୟ କଟକଣା ସେତେଟା କଡାକଡି କରାଯାଉ ନାହିଁ । ଏପରି ସ୍ଥିତିରେ ସଚେତନତାର ଆବଶ୍ୟକତା ରହିଛି । ବିଭିନ୍ନ ସମୟରେ ସ୍ବେଚ୍ଛେସେବୀ ସଙ୍ଗଠନ ପ୍ରଶାସନ ତଥା ସାଧାରଣ ଲୋକେ ମଧ୍ୟ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ କୋରୋନା ସଚେତନ କରୁଥିବା ଦେଖିବାକୁ ମିଳିଛି ।

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ କୋରୋନା ସଚେତନତା

ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିଆରା ଢଙ୍ଗରେ ଲୋକଙ୍କୁ କୋରୋନା ସଚେତନ କରୁଛନ୍ତି । ବାଇକରେ ଯମ ରାଜଙ୍କ ଫଟୋ ଲଗାଇ ଗାଁକୁ ଗାଁ ବୁଲି ହାତଯୋଡି ମୋକଙ୍କୁ କୋରୋନା ସଚେତନ କରୁଥିବା ଦେଖିବାକୁ ମିଳିଛି । ଗାଁରେ ଏକାଠି ହୋଇଥିବା ବ୍ୟକ୍ତିଙ୍କୁ ସାମାଜିକ ଦୂରତା ନିୟମ ମାନିବାକୁ କହିବା ସହ ନାକ ଉପରକୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ତେବେ ଏପରି କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଉମେଶ ଚନ୍ଦ୍ର ମିଶ୍ର(65) । ସ୍ଥାନୀୟ ଅଞ୍ଚଳରେ ମିଶ୍ର ଭାଇନା ଭାବେ ବେଶ ପରିଚିତ । ବୌଦ୍ଧ ଜିଲ୍ଲା ସଦର ମହକୁମାରେ ସରକାରୀ ଚାକିରିରୁ ଅବସର ନେବା ପରେ ଏକ ଛୋଟ ହୋଟେଲ କରି ପରିବାର ପ୍ରତିପୋଷଣ କରୁଛନ୍ତି ମିଶ୍ର ଭାଇନା । ମାତ୍ର ସଚେତନତା ନିଶା ତାଙ୍କୁ ଘାରିଛି । ହୋଟେଲ ବନ୍ଦ କରି ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

ତେବେ ବୌଦ୍ଧ ସହରାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଅମାନିଆଙ୍କ ଯୋଗୁଁ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି । ଶୁକ୍ରବାର ମଧ୍ୟ ଜିଲ୍ଲାର ପଲସପାଟ, ଗୁଢିଆଳୀ, ପିଙ୍ଗଲାବେଡା ଭଳି ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେପଟେ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଅବସରରେ ବାଉଁଶୁଣୀ ଓ୍ବାଇସିଡିଏ ପକ୍ଷରୁ ବିଭିନ୍ନ ସ୍ଥାନରେ କିଶୋରୀ ବାଳିକାଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.