ETV Bharat / state

ମଦ ବିକ୍ରିକୁ ବାରଣ କରିବାରୁ ଘର ଜାଳିଦେଲେ ଦୁର୍ବୃତ୍ତ - miscreant set fire refusing to drink

ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ହାସିନପୁର ଗ୍ରାମରେ ମଦ ବିକ୍ରିକୁ ବିରୋଧ କରିବାରୁ ଘର ଜାଳିଦେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ମଦ ପିଇବାକୁ ବାରଣ କରିବାରୁ ଘର ଜାଳିଦେଲେ ଦୁର୍ବୃତ୍ତ

author img

By

Published : Apr 18, 2021, 7:41 PM IST

ଭଦ୍ରକ: ମଦ ବିକ୍ରିକୁ ବିରୋଧ କରିବାରୁ ଘର ଜାଳିଦେଲେ ଦୁର୍ବୃତ୍ତ । ଏହିପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ହାସିନପୁର ଗ୍ରାମରେ । ଖବର ଅନୁଯାୟୀ ହାସିନପୁର ଠାରେ ଥିବା ଏକ ମଦ ଦୋକାନରେ ବିଷାକ୍ତ ମଦ ପିଇବା ଯୋଗୁଁ ଜଣେ ଯୁବକଙ୍କୁ ଚଳିତ ମାସ 6 ତାରିଖରେ ମୃତ୍ୟୁ ହୋଇଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିବାଦର ସ୍ବର ଉଗ୍ର ରୂପ ଧାରଣ କରିଥିଲା ।

ମଦ ପିଇବାକୁ ବାରଣ କରିବାରୁ ଘର ଜାଳିଦେଲେ ଦୁର୍ବୃତ୍ତ

ପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ତେବେ ଅଦ୍ୟାବଧି ସେହି ମଦ ଦୋକାନ ନିକଟରେ ଖୁଲମଖୁଲା ମଦ୍ୟ ପାନକୁ ବିରୋଧ କରିଥିଲେ ସ୍ଥାନୀୟ ଅଞ୍ଚଳର ନାରାୟଣ ଚନ୍ଦ୍ର ମହାଲାର । ଯାହାକୁ ନେଇ କିଛି ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ବୋଲି ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ନାରାୟଣଙ୍କ ଘର ସମ୍ପୁର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଘଟିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳେକୁ ନିଆଁର ଆଁରେ ସବୁ ଜଳି ଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.