ETV Bharat / state

ଭାଇଚାରାର ସହର ଭଦ୍ରକ ପାଳୁଛି ରମଜାନ, ଜମୁଛି ଇଫତାର ପାର୍ଟିର ଆସର - Iftar party

ଚାଲିଛି ପବିତ୍ର ରମଜାନ ମାସ । ଇସଲାମିକ ସମ୍ପ୍ରଦାୟର ଭାଇଉଭଣୀ ମାନେ ରୋଜା ରଖିବା ସହ ନମାଜ ପାଠ କରୁଛନ୍ତି । ଏଥିସହ ସଞ୍ଜ ହେଲେ ରୋଜା ଭାଙ୍ଗି ବିଭିନ୍ନ ବର୍ଗର ଲୋକଙ୍କ ସହ ପାଳନ କରୁଛନ୍ତି ଇଫତାର ପାର୍ଟି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 29, 2019, 12:08 PM IST

Updated : May 29, 2019, 12:39 PM IST

ଭଦ୍ରକ: ଇସଲାମିକ ଧର୍ମର ପବିତ୍ର ମାସ ରମଜାନ । ଏହି ପବିତ୍ର ମାସରେ ରୋଜା(ଉପବାସ) ରଖିବା ସହ ନମାଜ ପାଠ କରାଯାଏ । ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଉପବାସ ରହି ଆଲ୍ଲାଙ୍କ ନିକଟତର ହେବାକୁ ରୋଜା ରଖିଥାନ୍ତି ମୁସଲିମ ଭାଇଭଉଣୀ । ଭାଇଚାରର ଏହି ପର୍ବରେ କେବଳ ଗୋଟିଏ ପ୍ରହର ଖାଇ ରୋଜା ଭାଙ୍ଗିଥାନ୍ତି ଶ୍ରଦ୍ଧାଳୁ । ରୋଜା ଖୋଲିବା ପରେ ଯେଉଁ ଭୋଜନ କରାଯାଏ ତାହାକୁ ଇଫତାର କୁହାଯାଏ । ଭାଇଚାରର ସହର କୁହାଯାଉଥିବା ଭଦ୍ରକରେ ଆୟୋଜିତ ହୋଇଯାଇଛି ଇଫତାର ପାର୍ଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ପବିତ୍ର ରମଜାନ ମାସରେ ଚଳଚଞ୍ଚଳ ଭାଇଚାରର ସହର ଭଦ୍ରକ । ଇସଲାମିକ ପରମ୍ପରା ଅନୁସାରେ 30 ଦିନ ଉପବାସ ରଖନ୍ତି ମୁସଲିମ ସମ୍ପ୍ରଦାୟ । ଯାହାକି ରୋଜା ନାମରେ ପରିଚିତ । କୁହାଯାଏ ମାସକ ପାଇଁ ରୋଜା ବା ଉପବାସ ରଖିଲେ ଶ୍ରଦ୍ଧାଳୁଙ୍କ ପାଇଁ ଏହା ପାଲଟେ ରକ୍ଷା କବଚ । ପ୍ରତିଦିନ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ନିର୍ଜଳ ଉପବାସ ରଖିବା ସହ 5 ଇନ୍ଦ୍ରିୟରେ ସଂଯମ ରଖି ରୋଜା ପାଳିଥାନ୍ତି ମୁସଲିମ ସମ୍ପ୍ରଦାୟ ।

ମଧ୍ୟରାତ୍ରିର ସହେରୀରୁ ଆରମ୍ଭ ହୋଇଥାଏ ରୋଜା । ଦିନ ତମାମ ଉପବାସ ରଖିବା ପରେ ସଂଧ୍ୟାରେ ରୋଜା ଭାଙ୍ଗିଥାନ୍ତି ଶ୍ରଦ୍ଧାଳୁ । ପରେ ମସଜିଦରେ ହୁଏ ସମୂହ ନମାଜ ପାଠ । ମହିଳାମାନେ ମଧ୍ୟ ଘରେ ନମାଜ ପାଠ କରିବା ସହ କୋରାନ ପାଠ କରିଥାନ୍ତି । ରୋଜା ଭାଙ୍ଗିବା ପରେ ସନ୍ଧ୍ୟାରେ ଜମେ ଇଫତାର ପାର୍ଟିର ଆସର । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତ୍ରିତ ହୋଇ ସୁସ୍ବାଦୁ ଖାଦ୍ୟ ସହ ମାହୋଲକୁ ବେଶ ଉପଭୋଗ କରନ୍ତି ସଭିଏଁ ।

ବେଶ ନିଷ୍ଠାର ସହ ଧର୍ମମାସ ରମଜାନ ପାଳୁଛନ୍ତି ଭଦ୍ରକର ମୁସଲିମ ଭାଇ ଭଉଣୀ । ଆଉ ମାତ୍ର ସପ୍ତାହକ ପରେ ନୂଆ ଚାନ୍ଦ ଦେଖି ରମଜାନ ବ୍ରତ ଭାଙ୍ଗିବେ ମୁସଲିମ ଶ୍ରଦ୍ଧାଳୁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

sample description
Last Updated : May 29, 2019, 12:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.