ETV Bharat / state

୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ

author img

By

Published : Oct 27, 2021, 5:22 PM IST

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଚେକିଂ କରୁଥିବା ସମୟରେ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ । ଅଧିକ ପଢନ୍ତୁ...

୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଜବତ: ଦୁଇ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସକୁ ବଡ ସଫଳତା । ପୋଲିସ ଚେକିଂ କରୁଥିବା ସମୟରେ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଭଦ୍ରକ ଏସପି ଚରଣ ସିଂ ମିନା ସୂଚନା ଦେଇଛନ୍ତି । ଯାହାର ଓଜନ ଏକ କିଲୋ ୩୦ ଗ୍ରାମ । ଏଥିସହିତ ଦୁଇ ଜଣକୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ରାନ୍ଦିଆ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ଚେକିଂ କରୁଥିଲା । ସେହି ସମୟରେ ଦୁଇ ଜଣ ଏକ ବାଇକରେ ବିନା ମାସ୍କ ଓ ବିନା ହେଲମେଟରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । ପରେ ପୋଲିସ ଉଭୟଙ୍କୁ କାବୁ କରି ଚେକିଂ କରିବା ସମୟରେ ବ୍ରାଉନସୁଗାର ଥିବାର ଜାଣିପାରିଥିଲା । ତେବେ ସେମାନେ କେଉଁଠାରୁ ଏତେ ପରିମାଣର ବ୍ରାଉନ ସୁଗାର ଆଣିଥିଲେ ଓ କେଉଁ ସ୍ଥାନକୁ ନେଇ ଯାଉଥିଲେ ସେନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.