ETV Bharat / state

ସ୍ୱାମୀ ସ୍ତ୍ରୀ ବିବାଦରେ ହସ୍ତକ୍ଷେପ କଲେ ଗାଁ ଲୋକେ, ୧୧ ଜଣଙ୍କ ନାଁରେ ମାମଲା ରୁଜୁ - ଭଦ୍ରକ ସ୍ୱାମୀ ସ୍ତ୍ରୀ ବିବାଦ

ସ୍ୱାମୀ ସ୍ତ୍ରୀ ଆଭ୍ୟନ୍ତରୀଣ ବିବାଦରେ ଗ୍ରାମବାସୀଙ୍କ ହସ୍ତକ୍ଷେପକୁ ନେଇ ୧୧ ଜଣଙ୍କ ବିରୋଧରେ ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ

ସ୍ୱାମୀ ସ୍ତ୍ରୀ ବିବାଦରେ ଗ୍ରାମବାସୀଙ୍କ ପକ୍ଷଭୁକ୍ତ, ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Dec 11, 2021, 9:19 AM IST

ଭଦ୍ରକ: ସ୍ୱାମୀ ସ୍ତ୍ରୀ ଆଭ୍ୟନ୍ତରୀଣ ବିବାଦ ( husband and wife conflict )ରେ ଗ୍ରାମବାସୀଙ୍କ ହସ୍ତକ୍ଷେପକୁ ନେଇ ତୁମୁଳ କାଣ୍ଡ । ଥାନାରେ ୧୧ଜଣଙ୍କ ନାଁରେ ମାମଲା ରୁଜୁ । ଏଭଳି ଘଟଣା ଘଟିଛି ଭଦ୍ରକ ତିହିଡି ଥାନା ଗୁଆମାଳ ପଞ୍ଚାୟତ ମସୁଆପାଳ ଗାଁରେ । ଗ୍ରାମର ପ୍ରଭାକର ନାଥ ଓ ସ୍ତ୍ରୀ ଅଯୋଧ୍ୟା ନାଥଙ୍କ ମଧ୍ୟରେ ଚରିତ୍ରକୁ ନେଇ ସନ୍ଦେହ ହେବାରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ଏହି ବିବାଦରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ୨ପକ୍ଷ ହୋଇଥିଲା । ଗୋଟିଏ ପଟେ ପ୍ରଭାକର ଓ ତାଙ୍କର ବିବାହିତ ଝିଅ ସଞ୍ଜୁଲତା ଥିବା ବେଳେ ଅପରପକ୍ଷେ ଅଯୋଧ୍ୟାଙ୍କ ସମେତ ତାଙ୍କ ପୁଅ ବୋହୂ ରହିଛନ୍ତି ।

ସ୍ୱାମୀ ସ୍ତ୍ରୀ ବିବାଦରେ ଗ୍ରାମବାସୀଙ୍କ ପକ୍ଷଭୁକ୍ତ, ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ

ତେବେ ଏହି ବିବାଦରେ ପରିବାରର ଉଭୟପକ୍ଷଙ୍କୁ ଛାଡି ଗ୍ରାମର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ହସ୍ତକ୍ଷେପ କରୁଥିବାରୁ ଏହି ବିବାଦ ଏବେ ଉଗ୍ରରୂପ ନେଇଥିବା ଜଣାପଡିଛି । ଏନେଇ ପ୍ରଭାକର ନାଥ ଥାନାରେ ୯ଜଣଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ସ୍ତ୍ରୀ ଅୟୋଧ୍ୟା ନାଥ ସ୍ବାମୀ ପ୍ରଭାକର ଓ ତାଙ୍କ ଝିଅଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.