ଭଦ୍ରକ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ବରଣ୍ଡୁଆ ଗାଁରେ ଅଘଟଣ । ଅଗ୍ନିକାଣ୍ଡ ଘଟି କୈଳାସ ମହାପାତ୍ରଙ୍କ ଘର ସମ୍ପୂର୍ଣ୍ଣ ପୋଡି ଯାଇଛି । ତେବେ ଘରେ ଥିବା ଗ୍ୟାସ ଟାଙ୍କି ଫାଟିବା ଯୋଗୁଁ ନିଆଁର ପ୍ରକୋପରେ କିଛିକ୍ଷଣ ମଧ୍ୟରେ 5 ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି ।
ଖବରପାଇ ବାସୁଦେବପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ନିଆଁର ପ୍ରକୋପରୁ କିଛି ବି ବର୍ତ୍ତି ନଥିଲା । ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ