ETV Bharat / state

ଚାଲିଛି ବାତ୍ୟା-ବନ୍ୟା କ୍ଷୟକ୍ଷତି ଆକଳନ, 5 ଦିନ ମଧ୍ୟରେ ଚୂଡାନ୍ତ ତାଲିକା ପ୍ରକାଶ

ବାତ୍ୟା ଓ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ନଦୀ କୂଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି । ଆଗାମୀ ଚାରି ପାଞ୍ଚ ଦିନ ମଧ୍ୟରେ ଶେଷ ହେବ କ୍ଷୟକ୍ଷତିର ଚୂଡାନ୍ତ ତାଲିକା । ଅଧିକ ପଢନ୍ତୁ...

author img

By

Published : Jun 1, 2021, 8:35 AM IST

ଭଦ୍ରକରେ ଚାଲିଛି ବାତ୍ୟା-ବନ୍ୟା କ୍ଷୟକ୍ଷତି ଆକଳନ

ଭଦ୍ରକ: ବିଗତ ସାତ ଦିନ ଧରି ଭଦ୍ରକ ଜିଲ୍ଲାର ନଦୀ କୂଳିଆ ପଞ୍ଚାୟତ ବନ୍ୟା ଜଳରେ ପ୍ରଭାବିତ ହେଉଛନ୍ତି । ସେପଟେ ବାତ୍ୟା ଯୋଗୁଁ ମଧ୍ୟ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହିସବୁ କ୍ଷୟକ୍ଷତିର ଆକଳନ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ତେବେ ଆଗାମୀ ଚାରି ପାଞ୍ଚ ଦିନ ମଧ୍ୟରେ କ୍ଷୟକ୍ଷତିର ଚୂଡାନ୍ତ ତାଲିକା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ଆଦି ବ୍ଲକ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି । ମୋଟାମୋଟି ଭାବେ ବାତ୍ୟା ଓ ବନ୍ୟା ଯୋଗୁଁ 18 ହଜାର ଘର ଆଂଶିକ ତଥା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ଜିଲ୍ଲାପାଳ । ଏଥିସହ 1 ହଜାରରୁ ଉର୍ଦ୍ଧ୍ବ ଚାଷ ଜମିରେ ବନ୍ୟା ପାଣି ମାଡି ଯାହିଛି । ଯାହାର ଆକଳନ ଜାରି ରହିଛି । ତେବେ ଏହି ପ୍ରାକୃତିକ ବିପତ୍ତି ସମୟରେ କୌଣସି ମୃତାହତ ହୋଇନଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । 4-5 ଦିନ ମଧ୍ୟରେ ଏହାର ଚୂଡାନ୍ତ ତାଲିକା ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.