ETV Bharat / state

ଧାମରା ବନ୍ଦର କମ୍ପାନୀ ବିରୋଧରେ ଗର୍ଜିଲା କଂଗ୍ରେସ

ଭଦ୍ରକ ଜିଲ୍ଲା ଧାମରା ବନ୍ଦର କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ବର୍ଷିଲା କଂଗ୍ରେସ । ଦଳ ପକ୍ଷରୁ ବନ୍ଦର କମ୍ପାନୀ ବିରୋଧରେ ବିଶାଳ ଜନ ସମାବେଶ ହୋଇଛି । ଅଧିକ ପଢନ୍ତୁ

author img

By

Published : Jun 19, 2022, 12:11 PM IST

ଧାମରା ବନ୍ଦର କମ୍ପାନୀ ବିରୋଧରେ କଂଗ୍ରେସର ବିଶାଳ ଜନ ସମାବେଶ

ଭଦ୍ରକ: ଜିଲ୍ଲା ଧାମରା ବନ୍ଦର କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ବର୍ଷିଲା କଂଗ୍ରେସ । ଦଳ ପକ୍ଷରୁ ବନ୍ଦର କମ୍ପାନୀ ବିରୋଧରେ ବିଶାଳ ଜନ ସମାବେଶ ହୋଇଛି । 15 ଦଫା ସମ୍ବଳିତ ଦାବିରେ ଧାମରା ବନ୍ଦରର ମୁଖ୍ଯ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ ହୋଇଛି । ଜିଲ୍ଲା ପ୍ରଶାସନ ସମେତ ବନ୍ଦର କମ୍ପାନୀର କର୍ମକର୍ତ୍ତା 3 ମାସ ମଧ୍ଯରେ ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଗତ 2018 ମସିହା ଧାମରା ବନ୍ଦର (ଆଦାନୀ)ର ଦ୍ଵିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ଆୟୋଜିତ ଜନଶୁଣାଣିରେ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇନଥିବା, ଧାମରା ବନ୍ଦରକୁ ଆସୁଥିବା କୋଇଲା ଉତ୍ତୋଳନ ଗଚ୍ଛିତ ଓ ପରିବହନ କରିବା ଦ୍ବାରା କୋଇଲା ଗୁଣ୍ଡ ଅଞ୍ଚଳପାଇଁ ବିପଦ ସୃଷ୍ଟି କରିଛି । ପରିବେଶ ପ୍ରଦୂଷଣ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା, ମନ୍ତେଇ ନଦୀର ପାଣିକୁ ବିଶୋଧନ ନକରି ବୃହତ ବୋରୱେଲ ସ୍ଥାପନ କରିବା, ସବୁଜ ବଳୟ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ନକରିବା, ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ନଦେବା, ଶୁଖୁଆ ଖଳା ନିର୍ମାଣ ନକରିବା, ବିସ୍ଥାପିତ ମାନଙ୍କୁ ଥଇଥାନ ନକରିବା, ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିବା, ଏଲଏନଜି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ଆଦି ଦାବିରେ କଂଗ୍ରେସ ଧାମରା ବନ୍ଦର କମ୍ପାନୀକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅଚଳ କରିବା ପାଇଁ ଆନ୍ଦୋଳନ କରିଥିଲା ।

ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୃବର୍ତନ ସାଂସଦ ଅନନ୍ତ ସେଠୀ, ଅଶୋକ ଦାସ, ଅମିୟ ମହାପାତ୍ର, ଦିଗମ୍ବର ଦାସ, ମଧୁସ୍ମିତା ସେଠୀ, ସତ୍ୟାନନ୍ଦ ରାଉତ, ଉମେଶ ମହାକୁଡ ଓ ନରେନ୍ଦ୍ର ମାଝୀଙ୍କ ସମେତ ବହୁନେତା ସାମିଲ ହୋଇଥିଲେ । ଜିଲ୍ଲା ପ୍ରଶାସନ ସମେତ ବନ୍ଦର କମ୍ପାନୀର କର୍ମକର୍ତ୍ତା 3 ମାସ ମଧ୍ଯରେ ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଯଦି 3 ମାସ ମଧ୍ୟରେ ଦାବି ପୂରଣ ନ ହୁଏ ପୁଣି ଆନ୍ଦୋଳନ କରିବା ସହ ବନ୍ଦରକୁ ବନ୍ଦ କରିବାକୁ ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.