ETV Bharat / state

ଭଦ୍ରକରେ ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ଅପଡେଟ

ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର 20 ମିଟର ଛୁଇଁଛି । ବିପଦ ସଙ୍କେତ 17.83 ମିଟର ରହିଥିବାବେଳେ ଗୁରୁବାର ସନ୍ଧ୍ୟା 6ଟା ସୁଦ୍ଧା ଏଠାରେ ଜଳସ୍ତର 20.04 ମିଟରରେ ପ୍ରବାହିତ ହେଉଛି, ରାତି 8ଟା ପର୍ଯ୍ୟନ୍ତ ମଧ୍ୟ ଜଳସ୍ତର ସେତିକିରେ ସୀମିତ ରହିଛି । ତେଣୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

author img

By

Published : Aug 27, 2020, 10:29 PM IST

ଭଦ୍ରକରେ ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ଅପଡେଟ
ଭଦ୍ରକରେ ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ଅପଡେଟ

ଭଦ୍ରକ: ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର 20 ମିଟର ଛୁଇଁଛି । ବିପଦ ସଙ୍କେତ 17.83 ମିଟର ରହିଥିବାବେଳେ ଗୁରୁବାର ସନ୍ଧ୍ୟା 6ଟା ସୁଦ୍ଧା ଏଠାରେ ଜଳସ୍ତର 20.04 ମିଟରରେ ପ୍ରବାହିତ ହେଉଛି, ରାତି 8ଟା ପର୍ଯ୍ୟନ୍ତ ମଧ୍ୟ ଜଳସ୍ତର ସେତିକିରେ ସୀମିତ ରହିଛି । ତେଣୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଜଳସ୍ତର ଆଉ ଅଧିକ ବୃଦ୍ଧି ପାଇବ ନାହିଁ । ବରଂ ଆଜି ରାତିରୁ ଜଳସ୍ତର ହ୍ରାସ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଭଣ୍ଡାରିପୋଖରୀ ଓ ଧାମନଗର ବ୍ଳକର ବିଭିନ୍ନ ରାସ୍ତାରେ ବନ୍ୟା ପାଣି ପ୍ରଭାବିତ ହେଉଥିବାରୁ ଅନେକ ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ବନ୍ୟା ପାଣି ମାଡିଯିବା ଫଳରେ ଶହ ଶହ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ଅନେକ ମାଟି ଘର ମଧ୍ଯ ଭାଙ୍ଗିଯାଇଥିବା ସୂଚନା ମିଳିଛି ।

ଏହାସହ ଦୁର୍ବଳ ନଦୀବନ୍ଧର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଏଥିପ୍ରତି ସଜାଗ ରହିଛି ପ୍ରଶାସନ । ବନ୍ୟା ବିପନ୍ନମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିବା ଜିଲ୍ଲାପାଳ କହିବା ସହ ବନ୍ୟା ପାଣି ହ୍ରାସ ପାଇଲେ ସମସ୍ତ ପ୍ରକାର କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.