ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି ହୋଇଥିବା ଜଣାପଡିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ।
![ଧାନ କିଣାକୁ ନେଇ କାର୍ଯ୍ୟାନୁଷ୍ଠାନ](https://etvbharatimages.akamaized.net/etvbharat/prod-images/od-bha-03-seba-samabaya-samiti-photo-od10030-rtu_05032021152654_0503f_1614938214_181.jpg)
ଖବର ଅନୁଯାୟୀ, ମାଳଦା ସେବା ସମବାୟ ସମିତିର କାର୍ଯ୍ୟକାରୀ ସମ୍ପାଦକ ମଦନମୋହନ ସବୁଙ୍କୁ ବାଲି ପୋଖରୀ ସେବା ସମବାୟ ସମିତି ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏଥିସହ ମାଳଦା ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି।
![ଧାନ କିଣାକୁ ନେଇ କାର୍ଯ୍ୟାନୁଷ୍ଠାନ](https://etvbharatimages.akamaized.net/etvbharat/prod-images/od-bha-03-seba-samabaya-samiti-photo-od10030-rtu_05032021152654_0503f_1614938214_383.jpg)
ଅନ୍ୟପକ୍ଷରେ ରହଣିଆ ସେବା ସମବାୟ ସମିତିର ସହଯୋଗୀ ସମ୍ପାଦକ ସନ୍ତୋଷ କୁମାର ଦାସଙ୍କୁ ମାଳଦା ସେବା ସମବାୟ ସମିତିର କାର୍ଯ୍ୟକାରୀ ସମ୍ପାଦକ ଭାବେ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହିପରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ସମବାୟ ବିଭାଗ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ