ETV Bharat / state

ଭୋଟ ବର୍ଜନ କରିବେ ପତ୍ରାପାଳି ଗ୍ରାମବାସୀ - _Vote donet bycot

ଏଥର ବିଜେପୁର ଉପ-ନିର୍ବାଚନରେ ସାମିଲ ହେବେନି ପତ୍ରାପାଳି ଗ୍ରାମବାସୀ । ନେତାଙ୍କ ପ୍ରତିଶ୍ରୁତିରେ ପ୍ରତାରିତ ହୋଇ ସେମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 17, 2019, 10:28 PM IST

ବରଗଡ: ଆସନ୍ତା ୨୧ରେ ବିଜେପୁର ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏହି ଆସନ ଦଖଲ ପାଇଁ ସବୁ ଦଳ ଯୋରଦାର ପ୍ରଚାର ଚଳାଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଜେପୁର ଗସ୍ତରେ ଆସିଛନ୍ତି ।

ଠିକ ଏହି ସମୟରେ ଗାଇସିଲେଟ ବ୍ଲକ ଚାଣ୍ଟିପାଳି ଗ୍ରାମପଞ୍ଚାୟତର ପତ୍ରାପାଳି ଗ୍ରାମବାସୀ ଧାରଣାରେ ବସିଥିଲେ । ଏହା ବ୍ୟତୀତ ସେମାନେ ବିଜେପୁର ଉପ-ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ।ନେତା ଓ ମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ପ୍ରତାରିତ ହୋଇ ଗ୍ରାମବାସୀ ଏପରି ଚରମ ପଦକ୍ଷେପ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ନିର୍ବାଚନ ଆସିଲେ କେବଳ ପ୍ରତିଶ୍ରୁତିର ବର୍ଷା ହୁଏ । ନିର୍ବାଚନ ସରିଲେ ପୁଣି ପ୍ରତିଶ୍ରୁତି ପାଇଁ ଆଉ ଏକ ନିର୍ବାଚନକୁ ଅପେକ୍ଷା ଥାଏ । ଗ୍ରାମକୁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମବାସୀ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଛାତ୍ରଛତ୍ରୀ ସ୍କୁଲ ଯିବେରେ ସମସ୍ୟା ଭୋଗୁଥିବା ବେଳେ, ସ୍ବାସ୍ଥ୍ୟ ଖରାପ ହେଲେ ଆମ୍ବୁଲାନ୍ସ ମଧ୍ୟ ଗ୍ରାମକୁ ଆସୁ ନାହିଁ । ବାରମ୍ବାର ଦାବି ପରେ ମଧ୍ୟ ସମସ୍ୟାର କୌଣସି ସମାଧାନ ନହେବାରୁ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କହିଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆସନ୍ତା ୨୧ ରେ ବିଜେପୁର ଉପନିର୍ବାଚନ, ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁର ଗସ୍ତରେ ଆସିଛନ୍ତି । ବିଜେଡ଼ି ପ୍ରାର୍ଥୀନୀ ରିତାସାହୁଙ୍କୁ ଭୋଟ ଦେବାପାଇଁ ନବୀନ ପ୍ରଚାରରେ ଆସିଥିବା ବେଳେ ଅନ୍ୟପଟେ ପତ୍ରାପାଳି ଗ୍ରାମବାସୀ ନବୀନଙ୍କ ଗସ୍ତକୁ ବିରୋଧକରି ଗ୍ରାମର ମୁଖ୍ୟ ରାସ୍ତାରେ ଆନ୍ଦୋଳନରେ ବସିଥିଲେ ଏବଂ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ।

Body:ଗାଇସିଲେଟ ବ୍ଲକ ଚାଣ୍ଟିପାଳି ଗ୍ରାମପଞ୍ଚାୟତର ପତ୍ରାପାଳି ଗ୍ରାମବାସୀ ଚଳିତ ଉପନିର୍ବାଚନରେ କରିବେ ଭୋଟ ବର୍ଜନ । ଗ୍ରାମରେ ୩୮୨ ଭୋଟର ରହିଥିବା ବେଳେ ସାମୁହିକ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । କାରଣ ନେତା ଓ ମନ୍ତ୍ରୀଙ୍କ କେବଳ ପ୍ରତିଶ୍ରୁତି ରେ ଛନ୍ଦିହୋଇ ବୋକା ସାଜିଛନ୍ତି ପତ୍ରାପାଳି ଗ୍ରାମବାସୀ । ଯୁଗ ଯୁଗ ଧରି ରାସ୍ତା ଖଣ୍ଡେକ ପାଇଁ ବହୁ ହଇରାଣ ହେଉଛନ୍ତି ଏଠାକାର ଲୋକେ । ଯେତେ ଦାବି କଲେ ମଧ୍ୟ ଶୁଣୁନାହାନ୍ତି ପ୍ରଶାସନ ଓ ନେତା । ଯାହାର ପ୍ରଭାବ ଦେଖିବାକୁ ମିଳିଛି ବିଜେପୁର ଉପନିର୍ବାଚନରେ ।

୧୦୦ ବର୍ଷ ହେଲା ପତ୍ରାପାଲି ଗ୍ରାମକୁ ଯାଇଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ଥିବା ବେଳେ ଏହି ଗ୍ରାମର ଝିଅ ମାନେ ଦୀର୍ଘ ୭ କିଲୋମିଟର ଦୂର ନଅଗାଁ କୁ ପାଠ ପଢି ଯିବାକୁ ବହୁ ଅସୁବିଧା ଭୋଗୁଛନ୍ତି । ଦୁରାବସ୍ଥା ରାସ୍ତା ଯୋଗୁଁ ଏହି ବାଟ ଦେଇ ନା ଏମବୁଲେନ୍ସ ଟିଏ ଯିବାକୁ ରାଜି ହେଉଛି ନା କୌଣସି ଗାଡ଼ି ଚଳାଚଳ ହେଉଛି । ଫଳରେ ଗ୍ରାମର ରୋଗୀ ମାନେ ଓ ପ୍ରସବ ମହିଳା ମାନଙ୍କ ଜୀବନ ଅଯଥାରେ ଚାଲିଯାଉଛି । ଯାହାକୁ ନେଇ ଏଠାକାର ଗ୍ରାମବାସୀ ରାସ୍ତା ମରାମତି ପାଇଁ ବହୁ ବିନତି କଲେ ସୁଦ୍ଧା କେହି ଶୁଣୁନାହାନ୍ତି । ଶେଷରେଭୋଟ ବର୍ଜନ କରିବା ବାଟକୁ ବାଧ୍ୟ ହୋଇ ବାଛିନେଇଛନ୍ତି ଗ୍ରାମବାସୀ ।

ବାଇଟ ୧- ସୁରୁବାବୁ ଭୁଏ ( ଗ୍ରାମବାସୀ )
ବାଇଟ ୨- ସୀମା ବିଶ୍ୱାଳ ( ଛାତ୍ରୀ )
ବାଇଟ ୩- ଡୋଳାମଣି ଭୋଇ ( ଗ୍ରାମବାସୀ )
ବାଇଟ 4- ଜାମଧର ତୁନିଆ ( ଗ୍ରାମର ମହିଳା )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.