ETV Bharat / state

Padampur ByPoll: 13 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

author img

By

Published : Nov 17, 2022, 10:56 PM IST

ପଦ୍ମପୁର ଉପନିର୍ବାଚନ ପାଇଁ 13 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ଆଜି ସମୁଦାୟ 13 ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ରହିଥିବା ବେଳେ ବିଜେଡି , ବିଜେପି , କଂଗ୍ରେସ ପ୍ରମୂଖ ଦଳ ସହିତ ସମୁଦାୟ 13 ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ପଦ୍ମପୁର ଉପନିର୍ବାଚନ ପାଇଁ  13 ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସମୁଦାୟ 13 ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ରହିଥିବା ବେଳେ ବିଜେଡି, ବିଜେପି, କଂଗ୍ରେସ ପ୍ରମୁଖ ଦଳ ସହିତ ସମୁଦାୟ 13 ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ଗତ 10 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ସୀମା ରହିଥିବା ବେଳେ ଗତକାଲି ପର୍ଯ୍ୟନ୍ତ କେହି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ମାତ୍ର ଆଜି ଗୋଟେ ଦିନରେ 13 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ ହୋଇଥିବା ବେଳେ ସମସ୍ତ ଦଳ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ 13 ଜଣ ପ୍ରାର୍ଥୀ ବିଧାୟକ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ଜିଲ୍ଲା ସୂଚନା ଅଧିକାରୀ ସୂଚନା ଦେଇଛନ୍ତି ।

ସେମାନଙ୍କ ମଧ୍ୟରୁ 8 ଜଣ ପ୍ରାର୍ଥୀ ସ୍ଵାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି , ବିଜେପି , କଂଗ୍ରେସ ଦଳ ବ୍ୟତୀତ ଓଡିଶା ଜନତା ପାର୍ଟି ଓ ଅଖିଲ ଭାରତୀୟ ହିନ୍ଦୁ ମହାସଭା ଦଳର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ମାନେ 4 ସେଟ ଲେଖାଏଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.