ETV Bharat / state

କୋରୋନା ମାଡରେ ଘାଇଲା ପରିବା ଚାଷୀ

କୋରୋନା ପାଇଁ ଉତ୍ପାଦିତ ପନିପରିବା ବିକ୍ରି କରିନପାରି ବିପୁଳ କ୍ଷତି ସହୁଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝାଲିଆମରା ଗାଁର ପରିବା ଚାଷୀ । ଅଧିକ ପଢନ୍ତୁ...

author img

By

Published : Apr 28, 2020, 12:42 AM IST

Lockdown impact in vegetables farmers
କୋରୋନା ମାଡରେ ଘାଇଲା ପରିବା ଚାଷୀ

ଦେବଗଡ: ପରିବା ଚାଷୀଙ୍କ ଉପରେ କୋରୋନା ମାଡ଼ । କୋରୋନା ସଂକ୍ରମଣ ନେଇ ଚାଲିଥିବା ଲକଡାଉନ ଯୋଗୁଁ ଉତ୍ପାଦିତ ପନିପରିବା ବିକ୍ରି କରିନପାରି ବିପୁଳ କ୍ଷତି ସହୁଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝାଲିଆମରା ଗାଁର ପରିବା ଚାଷୀ ।

ଉକ୍ତ ଗାଁରେ ବସବାସ କରୁଥିବା ଅଧିକାଂଶ ଚାଷୀ ପରିବାର ମୁଖ୍ୟତଃ ପନିପରିବା ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଗାଁର ଏହି ଚାଷୀ ପରିବାର ବିଭିନ୍ନ କିସମର ପନିପରିବା ଚାଷ କରି ସେମାନଙ୍କ ଉତ୍ପାଦିତ ପନିପରିବା ଦେବଗଡ଼ ଦୈନିକ ବଜାରକୁ ନେଇ ସେଠାରେ ବିକ୍ରି କରି ଯେଉଁ ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର କୋରୋନା ସଂକ୍ରମଣ ନେଇ ସାରା ଦେଶରେ ଲାଗୁ କରାଯାଇଥିବା ଲକଡାଉନ କଟକଣା ଏହି ପନିପରିବା ଚାଷୀଙ୍କ ପାଇଁ ନାହିଁନଥିବା ସମସ୍ୟା ସୃଷ୍ଟି କରିଛି ।

Lockdown impact in vegetables farmers
କୋରୋନା ମାଡରେ ଘାଇଲା ପରିବା ଚାଷୀ

ଲକଡାଉନ କଟକଣା ଯୋଗୁଁ ଦେବଗଡ଼ ଦୈନିକ ବଜାର ସକାଳ 10 ଟା ପର୍ଯ୍ୟନ୍ତ ସୀମିତ ସମୟ ପାଇଁ ଖୋଲା ରହୁଥିବାରୁ ଗାଁରୁ ବଜାରକୁ ପନିପରିବା ଆଣି ସୀମିତ ସମୟ ମଧ୍ୟରେ ସେସବୁ ବିକ୍ରି କରିବା ଏହି ଚାଷୀଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ । ତେଣୁ ପ୍ରତିଦିନ ବଜାରକୁ ଆସୁଥିବା ଅଧିକାଂଶ ପନିପରିବା ବିକ୍ରି ହୋଇନପାରି ନଷ୍ଟ ହୋଇ ଯାଉଛି । ଫଳରେ ନିଜ କଷ୍ଟ ଉପାର୍ଜିତ ପନିପରିବା ବିକ୍ରି କରିନପାରି ଚାଷୀମାନେ ବହୁ ପରିମାଣରେ କ୍ଷତି ସହୁଛନ୍ତି । ଯାହାକି ପରିବା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

କୋରୋନା ମାଡରେ ଘାଇଲା ପରିବା ଚାଷୀ

ପରିସ୍ଥିତି ପୁଣି କେବେ ସ୍ୱାଭାବିକ ହେବ ଓ ଚାଷୀକୂଳ ପୁଣି ଥରେ କେବେ ସେମାନଙ୍କ ଉତ୍ପାଦିତ ପନିପରିବା ବଜାରରେ ବିକ୍ରି କରି ରୋଜଗାର କ୍ଷମ ହେବେ, ସେ ଦିନକୁ ସମସ୍ତେ ଚାହିଁ ରହିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.