ETV Bharat / state

Attabira NAC election: ଆସନ୍ତାକାଲି ଆସିବ ଅତାବିରା NAC ଫଳାଫଳ

author img

By

Published : Apr 4, 2023, 8:45 PM IST

ଆସନ୍ତାକାଲି ଅତାବିରା ଏନଏସି ନିର୍ବାଚନ ଭୋଟ ଗଣତି । ସକାଳ 8ଟାରୁ ଆରମ୍ଭ ହେବ ଗଣତି ପ୍ରକ୍ରିୟା । ଅଧିକ ପଢନ୍ତୁ

Attabira NAC election
Attabira NAC election

ବରଗଡ: ରାତି ପାହିଲେ ବାହାରିବ ଅତାବିରା ଏନଏସି ନିର୍ବାଚନ ଫଳାଫଳ । ଏଥିପାଇଁ ଆସନ୍ତାକାଲି(ବୁଧବାର) ସକାଳୁ ଭୋଟ ଗଣତି ଆରମ୍ଭ ହେବ । ସକାଳ 8ଟାରୁ ସମସ୍ତ EVMଗୁଡିକୁ ବ୍ଲକ ଅଫିସରେ ଖୋଲାଯିବ । ବର୍ତ୍ତମାନ 32ଟି EVM ମେସିନ କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ ଅଫିସରେ ଥିବା ଷ୍ଟ୍ରଙ୍ଗ ରୁମରେ ରହିଛି । ଅତାବିରା ଏନଏସିରେ 13,520 ମତଦାତା ଥିବାବେଳେ ଭୋଟ ଦେଇଥିଲେ 10049 ଜଣ । ଅତାବିରାବାସୀ କେଉଁ ପ୍ରାର୍ଥୀ ଉପରେ ଆସ୍ଥା ପ୍ରକଟ କରୁଛନ୍ତି ଏବଂ ବିଜୟ ମୁକୁଟ ପିନ୍ଧାଉଛନ୍ତି ତାହା ଆସନ୍ତାକାଲି ଭୋଟ ଗଣତି ଫଳାଫଳ ଘୋଷଣା ପରେ ଜଣାପଡିବ ।

ଏହାମଧ୍ୟ ପଢନ୍ତୁ: Jharsuguda Bypoll: ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ପିସିସିକୁ ରିପୋର୍ଟ ଦେଲା ପର୍ଯ୍ୟବେକ୍ଷକ ଟିମ୍

ଅତାବିରା NAC ନିର୍ବାଚନ ପାଇଁ ଗତକାଲି(ସୋମବାର) ମତଦାନ ହୋଇଥିଲା । ଏନଏସିର 12ଟି ୱାର୍ଡରେ ମତଦାନ ପାଇଁ ମୋଟ 16ଟି ବୁଥ୍‌ କରାଯାଇଥିଲା । ପ୍ରତ୍ୟେକ ବୁଥରେ ୱାର୍ଡ ମେମ୍ବର ଏବଂ ଅଧ୍ୟକ୍ଷ ପାଇଁ ଦୁଇ ଗୋଟି EVM ରହିଥିବା ବେଳେ ସମୁଦାୟ 16ଟି ବୁଥର 32 ଗୋଟି EVMରେ କଏଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟ ଗଣତିର ପ୍ରତ୍ୟେକ ରାଉଣ୍ଡରେ 2 ଗୋଟି ବୁଥର EVM ଖୋଲାଯିବ ସେହିପରି ସମୁଦାୟ 8ଟି ରାଉଣ୍ଡରେ ଭୋଟ ଗଣତି ସମାପ୍ତ ହେବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ଏପ୍ରିଲ 3 ତାରିଖରେ ଅତାବିରା ଏନ୍‌ଏସିରେ ଭୋଟିଂ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: NAC Poll: ଶେଷ ହେଲା ଅତାବିରା ଏନଏସି ନିର୍ବାଚନ, 74.33 ପ୍ରତିଶତ ମତଦାନ

ବ୍ଲକ ଅଫିସରେ ରହିଥିବା ଷ୍ଟ୍ରଙ୍ଗ ରୁମରେ ସମସ୍ତ EVM ରଖାଯାଇଥିବା ବେଳେ ଏହାର ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଷ୍ଟ୍ରଙ୍ଗ୍‌ ରୁମ ଚାରିପଟେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ରାଜନୈତିକ ବିଶେଷଜ୍ଞମାନଙ୍କ ସମୀକ୍ଷା ଅନୁଯାୟୀ ଅତାବିରା NAC ନିର୍ବାଚନରେ 74.33 ପ୍ରତିଶତ ମତଦାନ ବିଜେଡି ଦଳକୁ ଅଧିକ ସୁହାଉଥିବାରୁ ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ଭଲ ସଙ୍କେତ ଅଟେ । ଅନ୍ୟପଟେ ୱାର୍ଡ ନମ୍ବର 1 ଓ ୱାର୍ଡ ନମ୍ବର 11ରେ ବିଜେଡି ଦଳ ସହିତ କଡା ଟକ୍କର ଦେଇଛି ବିରୋଧୀ । ଆସନ୍ତାକାଲିର ଭୋଟ ଗଣତି ପରେ ପ୍ରକୃତରେ ଜନତା କାହା ମୁଣ୍ଡରେ ବିଜୟୀ ମୁକୁଟ ପିନ୍ଧାଇଛନ୍ତି ଜଣାପଡିବ ।

ଏହାମଧ୍ୟ ପଢନ୍ତୁ: ବାହାପିଆ ବିଜେଡି ବିଧାୟକ: ଓଡିଶାରେ ଦାଦନ ନାହାଁନ୍ତି କହି ଅଜବ ଯୁକ୍ତି କଲେ ଉମା

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.