ETV Bharat / state

ବାଲେଶ୍ବର ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣା; ମିଳିଥିଲା ସୁପାରି, 7 ଗିରଫ - ରମେଶ ବେହେରା ହତ୍ୟାକାଣ୍ଡ

ବାଲେଶ୍ବରର ଯୁବ ବ୍ୟବସାୟୀ ରମେଶ ବେହେରା ହତ୍ୟା ଘଟଣାରୁ ଉଠିଲା ପରଦା । ଜମିଜମାକୁ କେନ୍ଦ୍ରକରି ଘଟିଥିଲା ହତ୍ୟାକାଣ୍ଡ । ଘଟଣାରେ 7 ଗିରଫ । ଅଧିକ ପଢନ୍ତୁ...

ବାଲେଶ୍ବର ଯୁବ ବ୍ୟବସାୟୀ ହତ୍ୟା ଘଟଣା, 7 ଗିରଫ

author img

By

Published : Sep 3, 2021, 7:32 PM IST

ବାଲେଶ୍ବର: ଶିଳ୍ପାଞ୍ଚଳ ଥାନା ଅଧୀନ ଅଚ୍ୟୁତପୁର ଯୁବ ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦାଫାସ । ଗତ 28 ତାରିଖରେ ବ୍ୟବସାୟୀ ରମେଶ ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜମିଜମା ବିବାଦକୁ କେନ୍ଦ୍ରକରି ସୁପାରିକିଲର ମାଧ୍ୟମରେ ତାଙ୍କୁ ହତ୍ୟା କରାଯାଇଛି । ଘଟଣାରେ ମୋଟ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଶିଳ୍ପାଞ୍ଚଳ ଥାନା ପରିସରରେ ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି ।

ବାଲେଶ୍ବର ଯୁବ ବ୍ୟବସାୟୀ ହତ୍ୟା ଘଟଣା, 7 ଗିରଫ

ଏସପିଙ୍କ ସୂଚନା ଅନୁଯାୟୀ, ଗଣେଶପୁର ଅଞ୍ଚଳର ଟୁନା ଓରଫ ଚିତ୍ତରଞ୍ଜନ ପାଣିଗ୍ରାହୀ ଜମି ପ୍ଲଟିଂ କରି ବିକ୍ରି କରୁଥିଲେ । ଟୁନା ଓ ମୃତ ରମେଶ ବେହେରାଙ୍କ ମଧ୍ୟରେ ଏହି ଜମିକୁ ନେଇ ବିବାଦ ଲାଗି ରହୁଥିଲା । ଟୁନାଙ୍କ ଜମି ଆଗରେ ରମେଶଙ୍କ ଜମି ରହିଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲଗାଥିଲା । ଏଣୁ ଟୁନା ରମେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁପାରିକିଲରମାନଙ୍କ ସହ ଯୋଗାଯୋଗ କରିଥିଲେ । ହତ୍ୟା ପାଇଁ 50 ଲକ୍ଷ ଟଙ୍କାର ଡିଲ୍ ହୋଇଥିବାବେଳେ ଆଡଭାନ୍ସ ବାବଦକୁ 1 ଲକ୍ଷ ଟଙ୍କା ଦେଇଥିଲେ ଟୁନା ।

ଏଥିପାଇଁ ରମେଶଙ୍କ ସହ ପୂର୍ବରୁ ଶତ୍ରୁତା ଥିବା ସମ୍ଭୁନାଥ ବିଶୋଇ ଓ ରଞ୍ଜନ ସାହୁଙ୍କ ସହ ଯୋଗଯୋଗ କରି ହତ୍ୟା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଯୋଜନା ଅନୁସାରେ 28 ତାରିଖ ଦିନ ରମେଶଙ୍କୁ ଅଚ୍ୟୁତପୁରକୁ ଡାକି ସେଠାରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଘଟଣାର ଛାନଭିନ କରି ଶେଷରି ପୋଲିସ ଏହା ଉପରୁ ପରଦା ଉଠାଇଛି । ହତ୍ୟାକାଣ୍ଡ ସମ୍ପୃକ୍ତ 7 ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ରେମୁଣା ଅଚ୍ୟୁତପୁର ଗାଁର ରଞ୍ଜନ ସାହୁ, ଶ୍ରୀକୃଷ୍ଣପୁରର ସମ୍ଭୁନାଥ ବିଶୋଇ, କମଳ ବେହେରା, ଗଣେଶ୍ବରପୁରର ଚିତ୍ତରଞ୍ଜନ ପାଣିଗ୍ରାହୀ(ଟୁନା), ଓସ୍ତପୁରର ଗୋପୀନାଥ ପାକଳ, ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଚେଙ୍ଗୁଆ ଗାଁର ମାନସ କୁମାର ପ୍ରଧାନ ଓ ବାଲେଶ୍ବର ବରହମପୁର ଥାନା ଅନ୍ତର୍ଗତ ଭୋଗଡିହା ଗାଁର ଭଞ୍ଜୟ କୁମାର ବେହେରା । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.