ETV Bharat / state

ବାଲେଶ୍ବରରୁ ୨ ଲକ୍ଷ ମୂଲ୍ୟର ଦେଶୀ ମଦ ଜବତ, ୨ ଗିରଫ

author img

By

Published : Jan 7, 2022, 7:28 AM IST

ବାଲେଶ୍ବରର ଦୁଇଟି ସ୍ଥାନରେ ଚଢାଉ କରାଯାଇ ୨ ଲକ୍ଷ ଟଙ୍କାର ଦେଶୀ ମଦ ଜବତ । ଘଟଣାରେ ଦୁଇ ଜଣ ଗିରଫ । ଅଧିକ ପଢନ୍ତୁ

ଦୁଇ ଅଭିଯୁକ୍ତ ଗିରଫ
ଦୁଇ ଅଭିଯୁକ୍ତ ଗିରଫ

ବାଲେଶ୍ବର: ସହରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ । ଚଢାଉ ସମୟରେ ୧୯୦୦ ଲିଟର ଦେଶୀ ମଦ ସହ ଏକ ବୋଲେରୋ ଜବତ କରିଛି ବିଭାଗ । ଜବତ ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନେ ହେଲେ ଇସା ଖାଁ(୨୩) ଏବଂ ଅନ୍ୟ ଜଣେ ପୁରୁଣା ବାଲେଶ୍ବର ଅଞ୍ଚଳର ଦିନେଶ ମହାରଣା(୨୦) । ମଦ ଧରପଗଡ ବେଳେ ଅଭିଯୁକ୍ତ ଅବକାରୀ ବିଭାଗ ଗାଡିକୁ ଜାଣିଶୁଣି ଧକ୍କା ଦେଇଥିବା ଏସପି ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି ।

ଦୁଇ ଅଭିଯୁକ୍ତ ଗିରଫ

ପ୍ରଥମେ ଫକୀରମୋହନ କଲେଜ ନିକଟରୁ ଏକ ବୋଲେରୋ ମଧ୍ୟରୁ ୧୩୦୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା । ବୋଲେରୋ ଯୋଗେ ମଦ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ଏକ ଟିମ୍ ଫକୀରମୋହନ କଲେଜ ନିକଟରେ ଲୁଚି ରହି ଗାଡିଟି ଏପରେ ଚଢାଉ କରିଥିଲେ । ଘଟଣାରେ ଅଭିଯୁକ୍ତ ଇସା ଖାଁକୁ ଗିରଫ କରିବା ସହ ଦେଶୀ ମଦ ଓ ବୋଲେରୋ ଜବତ କରାଯାଇଛି ।

ସେହିପରି ଗବଗାଁ ଛକ ନିକଟରେ ଅଭିଯୁକ୍ତ ଦିନେଶ ମହାରଣା ମଦ ଚାଲାଣ ପାଇଁ ଉଦ୍ୟମ କରୁଥିବା ସମୟରେ ଅବକାରୀ ବିଭାଗ ସେଠାରେ ମଧ୍ୟ ଚଢାଉ କରିଥିଲା ଏବଂ ଘଟଣାସ୍ଥଳରୁ ୬୦୦ ଲିଟର ଦେଶୀ ମଦ ଜବତ କରିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.