ETV Bharat / state

ଅବସର ପରେ ବି ପିଲାଙ୍କ ପଢା ଚିନ୍ତା, ପାଠ୍ୟ ଉପକରଣ ତିଆରି ଚର୍ଚ୍ଚାରେ ଶିକ୍ଷକ

ସେ ଜଣେ ମଣିଷ ତିଆରି କରୁଥିବା ଦେବତା, ପୁଣି ତାଙ୍କ ଆଶୀର୍ବାଦରେ ସୁଧୁରି ଯାଏ ଅନେକ ଦୁଷ୍ଟ ଛାତ୍ରଙ୍କ ଭାଗ୍ୟ । କେବେ ସେ ଛାତ୍ରବତ୍ସଳ ପୁଣି କେବେ କଠୋର ଶିକ୍ଷକ । ଆମେ ଏମିତି ଜଣେ ଶିକ୍ଷକଙ୍କ କଥା କହୁଛୁ, ଯାହାଙ୍କ କୃତିତ୍ବ ବିଷୟରେ ଜାଣିଲେ ଯେକେହି ବି ମଥାନତ ହୋଇପଡିବ । ଅଧିକ ପଢନ୍ତୁ....

author img

By

Published : Sep 24, 2020, 7:37 PM IST

ଅବସର ପରେ ବି ପିଲାଙ୍କ ପଢ଼ା ଚିନ୍ତା, ପାଠ୍ୟ ଉପକରଣ ତିଆରି କରି ଚର୍ଚ୍ଚାରେ ଶିକ୍ଷକ

ବାଲେଶ୍ବର: ସେ ଜଣେ ଶିକ୍ଷକ । ଅନେକ ପିଲାଙ୍କୁ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାଇଛନ୍ତି । ସେ ପୁଣି କେବେ ବିଦ୍ୟାଳୟର ଚାରି କାନ୍ଥ ଭିତରେ ନିଜ ଛାତ୍ରଙ୍କ ପାଇଁ ଦେଖିଛନ୍ତି ସୁନେଲି ସ୍ୱପ୍ନ । ଆଜି ଆମେ ସେମିତି ଜଣେ ଶିକ୍ଷକଙ୍କ କଥା କହିବାକୁ ଯାଉଛୁ, ଯିଏ ଚାକିରୀ ଜୀବନରୁ ଅବସର ନେଇଛନ୍ତି ସତ ହେଲେ କୁନିକୁନି ଛାତ୍ର ମାନେ କେମିତି ସହଜରେ ପାଠ ବୁଝି ପାରିବେ ସେନେଇ ତିଆରି କରୁଛନ୍ତି ବିଭିନ୍ନ ପ୍ରକଳ୍ପ ।

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ଗ୍ରାମର ରଘୁନାଥ ମହାନ୍ତି । ମାହାରାସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗତ ଦୁଇବର୍ଷ ପୂର୍ବରୁ ରଘୁନାଥ ଅବସର ନେଇଛନ୍ତି । ହେଲେ ଘରେ ରହି ବି ସେ ଜାରି ରଖିଛନ୍ତି ଶିକ୍ଷାଦାନ । ପିଲାମାନେ କିପରି ସହଜରେ ପାଠ ପଢିବା ଓ ବୁଝି ପାରିବେ, ସେନେଇ ରଘୁନାଥ ଆବର୍ଜନା ଜିନିଷରୁ ତିଆରି କରୁଛନ୍ତି ବିଭିନ୍ନ ପ୍ରକଳ୍ପ । ମାଛ କେମିତି ନିଶ୍ୱାସ ନେବା ଠାରୁ ଆରମ୍ଭ କରି ଜିଲ୍ଲା ଓ ପଞ୍ଚାୟତ ବାବଦରେ ପିଲାଙ୍କୁ ଜ୍ଞାନ ଦେବାପାଇଁ ସେ ପାଠ୍ୟ ଉପକରଣ ତିଆରି କରି ଏବେ ଖଇରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥିପାଇଁ ରଘୁନାଥଙ୍କୁ ବ୍ଲକ ସ୍ତରରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି ।

ରଘୁନାଥଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର ବେଳେ ସେ କହିଛନ୍ତି ଅନେକ ମନର କଥା । ସମୟ ବଦଳିଛି, ପାଠପଢ଼ା ଢାଞ୍ଚା ମଧ୍ୟ ବଦଳିଯାଇଛି । ଯେଉଁଥିପାଇଁ ଏବେ ଛାତ୍ର ଓ ଗୁରୁଙ୍କ ଭିତରେ ବଢିଯାଇଛି ଦୂରତା । ସ୍ମାର୍ଟ ମୋବାଇଲ ଯୁଗରେ ଆଉ ଗୁରୁଙ୍କୁ ମିଳୁନି ସମ୍ମାନ। ପିଲାଙ୍କ ପାଠ ପଢ଼ାରେ ଏବେ ଆଉ ସେ ପୁରୁଣା ଦିନର ଶିକ୍ଷା ନାହିଁ ବୋଲି କହିଛନ୍ତି ରଘୁନାଥ ।

ପୁରୁଣା ଦିନରେ ଶିକ୍ଷକମାନେ ପାଠ ଦେଇ ପୁଣି ଆଦାୟ କରନ୍ତି । ଯାହାକି ପିଲାମାନେ ପାଠର ପୁନରାବୃତ୍ତି କରିଥାନ୍ତି ଓ ସେମାନଙ୍କୁ ବୁଝିବା ସହ ମନେ ରଖିବାପାଇଁ ସହଜ ହୋଇଥାଏ । ଅନଲାଇନ ପାଠ ପଢ଼ାରେ ସବୁ ପିଲା ଠିକ ଭାବେ ପାଠ ବୁଝି ପାରୁ ନଥିବେ, ଯାହା ଏକ ଚିନ୍ତାଜନକ ବିଷୟ । ଏଥିପାଇଁ ପିଲାମାନେ ସବୁବେଳେ ବହି ସହ ଯୋଡି ହୋଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏମିତି କି ଘରେ ବାପା ମା ପିଲାଙ୍କୁ ପଢ଼ାଇବା ପାଇଁ ସହଯୋଗ କରିବାର ଆଵଶ୍ୟକତା ଥିବା ସେ କହିଛନ୍ତି । ସତରେ ଯୁଗ ବଦଳିଛି, ସମୟ ମଧ୍ୟ ସ୍ମାର୍ଟ ହୋଇଛି । ତେବେ ଏହାରି ଭିତରେ ସେହି ପୁରୁଣା ଦିନର ଜଣେ ଶିକ୍ଷକ ଆଧୁନିକ ସମୟରେ ମଧ୍ୟ ପିଲାଙ୍କ ଭବିଷ୍ୟତ ଗଢିବରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.