ବାଲେଶ୍ଵର: ବାଲେଶ୍ଵର ଟ୍ରେଡ ୟୁନିଅନ ଆସୋସିଏସନ କାେଡିନେସନ କମିଟି ପକ୍ଷରୁ 6 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି ।
ପ୍ରଚଳିତ ଶ୍ରମ ଆଇନକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହା ମାଲିକମାନଙ୍କ ସପକ୍ଷରେ ବୋଲି ସଂଗଠନ ଯୁକ୍ତି ବାଢ଼ିଛି । 44ଟି ଶ୍ରମ ଆଇନକୁ 4ଟି କୋଡ଼ ଭିତରେ ରଖି କେନ୍ଦ୍ର ସରକାର ନୂତନ ଆଇନ ଆଣିବାକୁ ଯାଉଥିବାବେଳେ ଏହା ଶ୍ରମିକମାରଣ ନୀତି ବୋଲି ସଂଗଠନ କହିଛି । ଏହାକୁ ବିରୋଧ କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ