ବାଲେଶ୍ଵର: ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ପାଉଛି ପିଆଜ ଦର। ଯାହାର ପ୍ରତିବାଦରେ ସହରର ଫାଣ୍ଡି ଛକରେ ମହିଳା କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ଦରବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
କୋରୋନା ମହାମାରୀ ସମୟରେ ଯେଉଁଠି ଲୋକ ଦୁଇ ଓଳି ଖାଇବାକୁ କଷ୍ଟସାଧ୍ୟ ହେଉଛନ୍ତି, ସେଇଠି ଅତ୍ୟାବଶକୀୟ ସାମଗ୍ରୀ ତାଲିକାରୁ ପ୍ରଥମେ ବାଦ ଦେଇ ଏବେ ପୁଣି ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ ମରାଯାଇଛି।
ପିଆଜ ଦରବୃଦ୍ଧି ଯୋଗୁଁ ଗୋଟିଏ ସରକାର ଭୁଶୁଡିଥିବା ବେଳେ, ଏବେ ପୁଣି ସେହି ସମୟ ଆସିଛି ଲୋକମାନେ ଉଚିତ ଜବାବ ଦେବେ ବୋଲି କୁହାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ