ବାଲେଶ୍ଵର: ଜିଲ୍ଲା ଜଳେଶ୍ବର ତହସିଲ ଅଧୀନ ବିଭିନ୍ନ ବାଲି ସୈରାତ ଗୁଡିକୁ NGT ର 4ଜଣିଆ ଟିମ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି । ଅନେକ ସମୟରେ ବେଆଇନ ଭାବେ ବାଲି ଉଠାଣ ହେଉଥିବା ଅଭିଯୋଗ ଆସୁଥିଲା ।
ସରକାରୀ ନିଲାମଧାରୀ ମାନେ ପରିବେଶ ସୁରକ୍ଷା ଆଇନ ଉଲ୍ଲଙ୍ଘନ କରି ବାଲି ଉତ୍ତୋଳନ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ନେଇ NGTର 4 ଜଣିଆ ଟିମ ସହ ବାଲେଶ୍ଵର ଜିଲ୍ଲାପାଳ ଉକ୍ତ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ