ETV Bharat / state

ବଗଳାମୁଖୀଙ୍କ ମାହାତ୍ମ୍ୟ, ପୀଠରେ ନବରାତ୍ରର ସ୍ୱତନ୍ତ୍ର ପରମ୍ପରା

ବାଲେଶ୍ୱର ଉପକଣ୍ଠ କୁରୁଡ଼ା ନିକଟରେ ଥିବା ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା' ବଗଳାମୁଖୀଙ୍କ ରହିଛି ନିଆରା ପରମ୍ପରା । ବର୍ଷରେ 4ଥର ହୋଇଥାଏ ନବରାତ୍ର ପୂଜା । ଏହାସହିତ ମା'ଙ୍କ ବାର୍ଷିକ ଉତ୍ସବରେ 1008 ପ୍ରକାରର ଭୋଗ ଲାଗି ହୋଇଥାଏ । ଅଧିକ ପଢ଼ନ୍ତୁ

author img

By

Published : Sep 30, 2022, 7:26 PM IST

Updated : Sep 30, 2022, 10:03 PM IST

navaratri of maa bagalamukhi in balasore
ବଗଳାମୁଖୀଙ୍କ ମାହାତ୍ମ୍ୟ, ପୀଠରେ ନବରାତ୍ରର ସ୍ବତନ୍ତ୍ର ପରମ୍ପରା

ବାଲେଶ୍ୱର: ଶରତକାଳୀନ ପାର୍ବଣ ଋତୁରେ ମା'ଙ୍କ ଆଗମନ ହୋଇଛି । ଶlତୃର ସଂହାର ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦୁର୍ଗତିନାଶିନୀ । ମା'ଙ୍କ ଆବାହନ ନେଇ ସଜେଇ ହେଲାଣି ପୂଜା ମଣ୍ଡପ । ଶାରଦୀୟ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ବିଭିନ୍ନ ଶକ୍ତିପୀଠରେ ମହାଳୟା ଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ମା'ଙ୍କ ଷୋଡଶ ଉପଚାର ପୂଜା ଚାଲିଥିବାବେଳେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ବାଲେଶ୍ଵର ସହର ଉପକଣ୍ଠ କୁରୁଡ଼ା ନିକଟରେ ଥିବା ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା' ବଗଳାମୁଖୀଙ୍କ ନିଆରା ପୂଜାର୍ଚ୍ଚନା ଚାଲିଛି । ମା' ନଅଟି ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି।

ବଗଳାମୁଖୀଙ୍କ ମାହାତ୍ମ୍ୟ

ମା' ବଗଳାମୁଖୀଙ୍କ ପୀଠର ଅନେକ ମାହାତ୍ମ୍ୟ ରହିଛି। ଯେକେହି ବି ଏଠାକୁ ଆସିଲେ ଖାଲି ହାତରେ ଫେରନ୍ତି ନାହିଁ ବୋଲି ବିଶ୍ବାସ ରହିଛି । ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମୁଖ୍ୟ ଦେବତା ହେଲେ ମା' ବଗଳାମୁଖୀ। ଦଶ ମହାବିଦ୍ୟା ମଧ୍ୟରୁ ମା' ବଗଳାମୁଖୀ ହେଉଛନ୍ତି ଅଷ୍ଟମ ମହାବିଦ୍ୟା। ଗର୍ଭଗୃହରେ ମା'ଙ୍କ ଚାରି ପାଖରେ ଦଶ ମହାବିଦ୍ୟା ବିରାଜିତ। ମା'ଙ୍କ ଗଣପତି ହେଉଛନ୍ତି ହରିଦ୍ରା ଗଣେଷ ଏବଂ ରୁଦ୍ର ହେଉଛନ୍ତି ମହାମୃତ୍ୟୁଞ୍ଜୟ ବାବା, ମା'ଙ୍କ ଆଗରେ ବିରାଜମାନ କରିଛନ୍ତି। ସେହିପରି ମା'ଙ୍କ ପୀଠର ଚତୁର୍ପାର୍ଶ୍ୱରେ ବଟୁକ, ଭୈରବ, କ୍ଷେତ୍ରପାଳ ଯୋଗିନୀ ଆଦି ଦେବାଦେବୀ ରହିଛନ୍ତି । ମା'ଙ୍କ ସମସ୍ତ ଶକ୍ତି ପୂଜା ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ତେବେ ଏହି ପୀଠରେ ଏକ ନିଆରା ପରମ୍ପରା ରହିଛି। ବର୍ଷକରେ ମା'ଙ୍କ ପାଖରେ 4 ଥର ନବରାତ୍ର ପୂଜା କରାଯାଏ । ଦୁଇଟି ଗୁପ୍ତ ନବରାତ୍ର ପୂଜା ଥିବାବେଳେ ଅନ୍ୟ ଦୁଇଟି ବାସନ୍ତିକ ନବରାତ୍ର ଓ ଶାରଦୀୟ ନବରାତ୍ର ପୂଜା ହୋଇଥାଏ । ମାଘ ମାସ ଓ ଆଷାଢ଼ ମାସରେ ପଡୁଥିବା ଦୁଇଟି ନବରାତ୍ରକୁ ଗୁପ୍ତ ନବରାତ୍ର ଭାବେ ପାଳନ କରାଯାଇଥାଏ । ସେହିପରି ଶାରଦୀୟ ଓ ବାସନ୍ତିକ ନବରାତ୍ରରେ ମା'ଙ୍କ ଷୋଳପୂଜା ମୂଳାଷ୍ଟମୀରୁ ଆରମ୍ଭ ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ନବରାତ୍ରୀର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଇବେ ମା'

ଏନେଇ ପୀଠ ଆଚାର୍ଯ୍ୟ କହିଛନ୍ତି, "ମୂଳାଷ୍ଟମୀ ପାଖରୁ ବଗଳାମୁଖୀଙ୍କ ପ୍ରତିଦିନ ଅଭିଷେକ, ଯନ୍ତ୍ରପୂଜା ଓ ଉପଚାର ହୋଇଥାଏ । ନବରାତ୍ର ପାଖରୁ ନବପତ୍ରିକା ଘଟ ସ୍ଥାପନ କରାଯାଇ ନବଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତିଦିନ ଚଣ୍ଡୀ, ଉପଚାର, ହୋମ, ଯନ୍ତ୍ରପୂଜା ଆଦି କରାଯାଇଥାଏ ।"

ମହାସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପୀଠରେ ବେଶ ଜାକଜମକରେ ମା'ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ମହାସପ୍ତମୀ ଠାରୁ ଦଶମୀ ଯାଏ ମା'ଙ୍କ ବିଭିନ୍ନ ବେଶ ହୋଇଥାଏ । ନୀଳ ସରସ୍ୱତୀ ବେଶ, ମହାଲକ୍ଷ୍ମୀ ବେଶ ଓ ବଗଳାମୁଖୀ ବେଶରେ ଦର୍ଶନ ଦିଅନ୍ତି । ଅଷ୍ଟମୀ ପୂଜା ସରିବା ପରେ ମା' ବଗଳାମୁଖୀଙ୍କର ଆହୁତି ଯଜ୍ଞମଣ୍ଡପରେ ହୋଇଥାଏ । ସେହିଠାରେ ସ୍ୱତନ୍ତ୍ର ଆହୁତି ଦିଆଯାଇଥାଏ । ନବମୀ ଦିନ ପରମ୍ପରା ଅନୁଯାୟୀ ଭକ୍ତମାନେ ଗୁରୁପୂଜା କରିଥାନ୍ତି । ସନ୍ଧ୍ୟାରେ ପୁଣି ମା' ଯଜ୍ଞ ମଣ୍ଡପକୁ ଯାଇଥାନ୍ତି ଓ ଆହୁତି ପ୍ରଦାନ କରାଯାଇଥାଏ । ଦଶହରା ଦିନ ଅପରାଜିତା ବେଶରେ ଦର୍ଶନ ଦିଅନ୍ତି ବଗଳାମୁଖୀ । ଏହିଦିନ ମା'ଙ୍କ ପୂଜାର୍ଚ୍ଚନା ଶେଷ ହୋଇଥାଏ।

ମା'ଙ୍କ ବାର୍ଷିକ ଉତ୍ସବରେ 1008 ପ୍ରକାରର ଭୋଗ ଲାଗି ହୋଇଥାଏ । ବଗଳାମୁଖୀଙ୍କ ଷୋଡ଼ଶ ଉପଚାର ପୂଜାରେ ଭକ୍ତଙ୍କ ସୁଅ ଛୁଟେ । କୁହାଯାଏ ମା'ଙ୍କ ମହିମା ପାଇ ଭକ୍ତ ସବୁ ବିପଦରୁ ମୁକ୍ତି ପାଇଥାଏ । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଭକ୍ତ ଓ ମା' ଏକାଠି ହୋଇଛି। ଯାହାକୁ ନେଇ ବେଶ ଖୁସି ଥିବା ଶ୍ରଦ୍ଧାଳୁମାନେ କହିଛନ୍ତି।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 30, 2022, 10:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.