ETV Bharat / state

ସ୍ତ୍ରୀକୁ କାଖେଇ ଭିକ୍ଷା ବୃତ୍ତି କରୁଛନ୍ତି ସ୍ବାମୀ - hasuband is begging for his wife in balesore

ଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ ନିକଟର ଶମ୍ଭୁ ନାୟକ ଓ ଦୀପା ନାୟକ । ପରିସ୍ଥିତ ଯାହାବି ହେଉ ନା କାହିଁକି, ସାରା ଜୀବନ ସାଥୀ ହୋଇ ଚାଲିବାକୁ ଶପଥ ନେଇଛନ୍ତି । ସ୍ତ୍ରୀ ଦୂରାରୋଗରେ ପୀଡିତ ହୋଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଆଉ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସ୍ବାମୀ ଏବେ ତାଙ୍କୁ ନିଜ କାଖରେ କାଖେଇ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

ସ୍ତ୍ରୀକୁ କାଖେଇ ଭିକ୍ଷା ବୃତ୍ତି କରୁଛନ୍ତି ସ୍ବାମୀ

author img

By

Published : Jul 24, 2020, 12:27 PM IST

ବାଲେଶ୍ବର: ସାରା ଜୀବନ ସାଥୀ ହୋଇ ଚାଲିବାକୁ ଶପଥ ନେଇଛନ୍ତି । ପରସ୍ପରଠୁ କେବେ ବି କୌଣସି ପରିସ୍ଥିତିରେ ଅଲଗା ନକରିବାକୁ କରିଛନ୍ତି ପଣ । ହେଲେ ଗରିବୀ ଯେତେବେଳେ ଜୀବନ ବାଟରେ କଣ୍ଟା ହୋଇ ଛିଡା ହୁଏ ସେତେବେଳେ ମଣିଷ ଭାଙ୍ଗିପଡିବା ସ୍ବାଭାବିକ । ହେଲେ ବାଲେଶ୍ବରରେ ଭିକ୍ଷା ବୃତ୍ତି କରୁଥିବା ଏହି ଦମ୍ପତ୍ତିଙ୍କୁ ଦେଖିଲେ ଆପଣ ନିଶ୍ଚୟ କିଛି ସମୟ ଭାବିବାକୁ ବାଧ୍ୟ ହେବେ।

ସ୍ତ୍ରୀକୁ କାଖେଇ ଭିକ୍ଷା ବୃତ୍ତି କରୁଛନ୍ତି ସ୍ବାମୀ

ସ୍ତ୍ରୀ ଦୂରାରୋଗରେ ପୀଡିତ ହୋଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଦୁଇ ଗୋଡ ସମ୍ପୂର୍ଣ୍ଣ ଅଚଳ । ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସ୍ବାମୀ ଏବେ ତାଙ୍କୁ ନିଜ କାଖରେ କାଖେଇ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି । ଏ ଦମ୍ପତି ହେଲେ ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ ନିକଟର ସମ୍ଭୁ ନାୟକ ଓ ଦୀପା ନାୟକ।

ହସଖୁସିରେ ଚାଲିଥିବା ଶମ୍ଭୁଙ୍କ ପରିବାରରେ ଘୋଟି ଆସିଥିଲା ଦୁଃଖର କଳା ବାଦଲ। ହଠାତ ସ୍ତ୍ରୀଙ୍କ ୨ ଗୋଡ଼ ଅଚଳ ହୋଇଗଲା। ବିଭିନ୍ନ ଆଡୁ ଧାର କରଜ କରି ଶମ୍ଭୁ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ଦୀପା ଆରୋଗ୍ୟ ହୋଇ ପାରି ନଥିଲେ। ସର୍ବସ୍ବ ହରାଇ ଶେଷରେ ଦମ୍ପତ୍ତି ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି। ଏ ସହରରୁ ସେ ସହର ବୁଲିବୁଲି ଭିକ ମାଗୁଛନ୍ତି। ଯାହା ଦି ପାଇସା ମିଳୁଛି ସେଥିରେ ପରିବାର ଚଳୁଛି। ତେବେ କେହି ବଦାନ୍ୟ ବ୍ୟକ୍ତି କିମ୍ବା ସରକାର ଏହି ଦମ୍ପତ୍ତିଙ୍କୁ ସାହାଯ୍ୟ କରିବା ଜରୁରୀ ହୋଇପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.