ETV Bharat / state

ମେଳା ଦେଖି ଫେରିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ - ବାଲେଶ୍ବର ରେମୁଣା ଦୁର୍ଗାଦେବୀର ଘଟଣା

ବାଲେଶ୍ବର ରେମୁଣା ଦୁର୍ଗାଦେବୀରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମେଳା ଦେଖି ଫେରୁଥିବାବେଳେ ଘଟିଛି ଏହି ଲଜ୍ଜାଜନକ ଘଟଣା ।

ନାବାଳିକାକୁ ଗଣଦୁଷ୍କର୍ମ
author img

By

Published : Oct 16, 2019, 2:04 PM IST

Updated : Oct 16, 2019, 2:19 PM IST

ବାଲେଶ୍ବର: ପୁଣି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ବାଲେଶ୍ବର ରେମୁଣା ଦୁର୍ଗାଦେବୀରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏଥିରେ ୨ ଯୁବକଙ୍କ ସମ୍ପୃକ୍ତିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାଯାଇଛି ।

ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖରୁ ରେମୁଣା‌ ଦୁର୍ଗାଦେବୀ ଅଞ୍ଚଳରେ ଗ୍ରାମୀଣ ମେଳା ଚାଲିଛି । ସମ୍ପୃକ୍ତ ନାବାଳିକା ଜଣକ ମଙ୍ଗଳବାର ରାତିରେ ସେଠାକୁ ମେଳା ଦେଖିବାକୁ ଯାଇ ବୁଧବାର ଭୋର ସମୟରେ ଘରକୁ ଫେରୁଥିଲେ । ଏହି ସମୟରେ ମଙ୍ଗଳପୁର ଛକ ନିକଟରେ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ ।

ଯୁବକ ଦ୍ବୟ ସ୍ଥାନୀୟ ଅଞ୍ଚଳର ହେମନ୍ତ ବିନ୍ଧାଣୀ ଓ ବବୁଲୁ ବାରିକ ବୋଲି ଜଣାପଡିଛି । ନାବାଳିକା ଜଣକ ଘରକୁ ଫେରିବା ପରେ ପରିବାର ‌ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ପରେ ଏନେଇ ଅଭି‌ଯୋଗ କରିବା ପରେ ନାବାଳିକାଙ୍କର ଡାକ୍ତରୀ ମାଇନା କରାଯାଇଛି । ଏହାପରେ ସମ୍ପୃକ୍ତ ୨ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ହେମନ୍ତକୁ ରେମୁଣା ଥାନାକୁ ଆଣି ପଚରାଉଚୁରା କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ରେମୁଣା ଦୁର୍ଗାଦେବୀରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏଥିରେ ୨ ଯୁବକଙ୍କ ସମ୍ପୃକ୍ତି ରହିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ୧୫୨/୧୯ରେ ମାମଲା ରୁଜୁ କରି ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାଯାଇଛି।
ଅଭିଯୋଗ ଅନୁଯାୟୀ, ରେମୁଣା‌ ଦୁର୍ଗାଦେବୀ ଅଞ୍ଚଳରେ ଗତ ୧୩ ତାରିଖରୁ ଗ୍ରାମୀଣ ମେଳା ଚାଲିଛି। ସମ୍ପୃକ୍ତ ନାବାଳିକା ଗତକାଲି ରାତିରେ ସେଠାକୁ ମେଳା ଦେଖିବାକୁ ଯାଇ ଆଜି ଭୋର୍‌ ସମୟରେ ଫେରୁଥିଲେ। ତେବେ ମଙ୍ଗଳପୁର ଛକ ନିକଟରେ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ସ୍ଥାନୀୟ ଅଞ୍ଚଳର ହେମନ୍ତ ବିନ୍ଧାଣୀ ଓ ବବୁଲୁ ବାରିକ ଟେକିନେଇ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ସେଠାରୁ ଘରକୁ ଫେରିବା ପରେ ପରିବାର ‌େଲାକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ତାଙ୍କ ବାପା ଦୁର୍ଗାଦେବୀ ଫାଣ୍ଡିରେ ଅଭି‌େଯାଗ କରିବା ପରେ ନାବାଳିକାଙ୍କର ଡାକ୍ତରୀମାଇନା କରାଯାଇଛି। ଏହାପରେ ସମ୍ପୃକ୍ତ ୨ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ହେମନ୍ତକୁ ରେମୁଣା ଥାନାକୁ ଆଣି ପଚରାଉଚୁରା ଚାଲିଛି। ନୀଳଗିରି ଏସ୍‌ଡିପିଓ ସୁଦାମ ପାତ୍ର ଏହାର ତଦନ୍ତ ଦାୟିତ୍ବରେ ଥିବା ଜଣାପଡ଼ିଛି।Conclusion:
Last Updated : Oct 16, 2019, 2:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.