ETV Bharat / state

ବ୍ୟବସାୟୀଙ୍କଠୁ 8 ଲକ୍ଷ ଲୁଟିଥିଲେ ଡକାୟତ ଗ୍ୟାଙ୍ଗ, 5 ଜଣଙ୍କୁ ବାନ୍ଧିଲା ପୋଲିସ - ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ନିକଟରୁ ଲୁଟ

ଅଭିଯୋଗର 3 ଦିନ ଭିତରେ ପୋଲିସ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବାଲେଶ୍ବର ପୋଲିସ । ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ନିକଟରୁ 8 ଲକ୍ଷ ଟଙ୍କା ଲୁଟି ନେଇଥିଲେ ଡକାୟତ । ଅଧିକ ପଢ଼ନ୍ତୁ

ଧରାପଡିଲେ 5 ଡ଼କାୟତ
ଧରାପଡିଲେ 5 ଡ଼କାୟତ
author img

By

Published : Feb 19, 2023, 8:32 PM IST

3 ଦିନ ଭିତରେ ପୋଲିସ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ବାଲେଶ୍ବର ପୋଲିସ

ବାଲେଶ୍ବର: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କୁ 8 ଲକ୍ଷ ଲୁଟିଥିବା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବାଲେଶ୍ବର ପୋଲିସ । ବାଲେଶ୍ବର ଟାଉନ ଥାନା ପୋଲିସକୁ ମିଳିଛି ଏହି ସଫଳତା । ଉକ୍ତ ଡକାୟତ ଗ୍ୟାଙ୍ଗଙ୍କ ନାମରେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗର 3 ଦିନ ଭିତରେ ପୋଲିସ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ବାଲେଶ୍ଵର ଏସ୍ପି ସାଗରିକା ନାଥରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି । ଏସ୍ପିଙ୍କ ସୂଚନା ଅନୁସାରେ, ଗତ 15 ତାରିଖ ବାଲେଶ୍ଵର ଓଟି ରୋଡ଼ରେ ଥିବା ଜାନା ସେଲସ ଏଜେନ୍ସିର ମାଲିକ ବଳାଇ କୁମାର ଜାନା ଦୋକାନ ବନ୍ଦ କରି ଫେରୁଥିବା ଥିଲେ । ପୂର୍ବରୁ ଜଗି ରହିଥିବା ଡକାୟତ ଗ୍ୟାଙ୍ଗ ତାଙ୍କୁ ପିଛା କରିଥିଲେ । ଏହାପରେ ଡକାୟତ ଗ୍ୟାଙ୍ଗ ବଳାଇଙ୍କୁ ତନ୍ତିସାହି ନିକଟରେ ଅଟକାଇ ତାଙ୍କୁ ଖଣ୍ଡା ଓ ମାରଣାସ୍ତ୍ର ଦେଖାଇ ତାଙ୍କ ନିକଟରୁ 8 ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ଏନେଇ ବଳାଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏସପିଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ ଗଠନ କରାଯାଇଥିଲା । ଗୋଟିଏ ଟିମରେ ଟାଉନ ଥାନା ଅଧିକାରୀ ପର୍ଶୁରାମ ସାହୁ ଥିବା ବେଳେ ଅନ୍ୟଟିରେ ସଦର ଏସଡିପିଓ ରହିଥିଲେ । ଦୁଇଟି ଟିମ ତଦନ୍ତ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ 5 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ 2ଟି ଖଣ୍ଡା, 4 ଟି ଦୁଇ ଚକିଆ ଗାଡ଼ି, 5 ଟି ମୋବାଇଲ ଫୋନ ଓ 5ଲକ୍ଷ 22 ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ପି ।

ତେବେ ନିକଟରେ ବାଲେଶ୍ବର ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାତାରାତି ୫ଟି ଟିମ ଗଠନ କରାଯାଇଥିଲା । ଗଠନ ହୋଇଥିବା ଟିମର ନେତୃତ୍ବ ନେଇଥିଲେ ବାଲେଶ୍ଵର ଏସ୍‌ପି ସାଗରିକା ନାଥ । ଯେଉଁଥିରେ ସହଦେବଖୁଣ୍ଟା ଥାନା ଓ ଟାଉନ ଥାନା ଆଇଆସିଙ୍କ ତତ୍ତ୍ବାବଧାନରେ ବାଲେଶ୍ଵର ସମେତ ୫ଟି ଟିମ ଜଳେଶ୍ବର, ଚାନ୍ଦିପୁର, ଭଦ୍ରକ ଆଦି ଅଞ୍ଚଳରେ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.