ETV Bharat / state

ବିଦ୍ୟୁତ ତାର ପୋଛିଦେଲା ମଥା ସିନ୍ଦୁର, ଖାଲି କରିଦେଲା ମମତାର କୋଳ

author img

By

Published : Jun 10, 2020, 3:56 PM IST

ଏକା ସାଙ୍ଗରେ ପୋଛି ହୋଇଯାଇଛି ମଥାର ସିନ୍ଦୁର ଓ ଖାଲି ହୋଇଛି ମମତାର କୋଳ । ଏ ଭଳି ହୃଦୟବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାରେ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇ ବାପା ଓ ପୁଅ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

father-and-son-electric-shock-death-in-balasor
ଏକା ସାଙ୍ଗରେ ବାପା ପୁଅଙ୍କ ଜଳିଲା ଜୁଇ, ଅସହାୟ ମାର ମମତା

ବାଲେଶ୍ବର: ଦଇବର ନିଷ୍ପତ୍ତି ଆଗରେ ଆଜି ହାରିଯାଇଛି ଜଣେ ମା । ଏକା ସାଙ୍ଗରେ ପୋଛି ହୋଇଯାଇଛି ମଥାର ସିନ୍ଦୁର ଓ ଖାଲି ହୋଇଛି ମମତାର କୋଳ । ପୁଅକୁ ଛାତି ବାଡେଇ ଯେତେ ଡାକିଲେ ବି ସେ ଆଉ ଶୁଣୁନି । ଏପଟେ ସ୍ବାମୀ ବି ପୁଅ ସାଙ୍ଗରେ ଚାଲି ଯାଇଛନ୍ତି ଆରପାରିକୁ । ଗାଁ ମଶାଣିରେ ଜଳୁଛି ବାପା ପୁଅଙ୍କ ଜୁଇ, ଏପଟେ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ । ଏମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଆରୁଆଦମ ଗାଁରେ ।

ସୂଚନାଥାଉକି ମଙ୍ଗଳବାର ଗାଁର କାଶୀନାଥ ରାଉତ ଓ ପୁଅ ରାମକୃଷ୍ଣ ପାନ ବରଜରେ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇ ଦୁଇଜଣ ଯାକ ପ୍ରାଣ ହରାଇଥିଲେ । ଅନ୍ୟପଟେ ଘରର ସାନପୁଅ ବିଦେଶକୁ ଦାଦନ ଖଟିବାକୁ ଯାଇ ସେ ମଧ୍ୟ ଲକଡାଉନ ଯୋଗୁଁ ଫସି ରହିଥିଲା । ଏକାସାଙ୍ଗରେ ବାପା ପୁଅଙ୍କ ଜୁଇ ଜଳିବାକୁ ନେଇ କିଏ ବା ସମ୍ଭାଳି ପାରିବ ଦୁଃଖ । ପୁରା ଗାଁ ଆଜି ଏହି ପରିବାର ପାଇଁ କାନ୍ଦୁଥିବା ଦେଖିବାକୁ ମିଳିଛି । ଜଣେ ଅସହାୟ ମା ର କାନ୍ଦରେ ଆଜି ଫାଟି ପଡୁଛି ପୁରା ପରିବେଶ । ଗାଁ ମଶାଣି ଆଜି କୋଳେଇ ନେଇଛି ମାର ମମତା ଆଉ ମଥାର ସିନ୍ଦୁର । ସତରେ ଏମିତି ଦୁଃଖ ଆଉ କାହାକୁ ନମିଳୁ । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.