ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ । ଜଳେଶ୍ବର ଅବକାରୀ ବିଭାଗ ଓ ବାଲେଶ୍ବର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ଜବତ କରାଯାଇଛି ମାଦକ ସାମଗ୍ରୀ ।
ବିପୁଳ ପରିମାଣରେ ଦେଶୀ ଏବଂ ବିଦେଶୀ ମଦ ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜଳେଶ୍ବର ଥାନା ଅଧୀନ ଲକ୍ଷ୍ମଣନାଥ ଓ ଗୋବରଘାଟା ଆଦି ଅଞ୍ଚଳରେ ବେଆଇନ ଭାବରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଯାହାପରେ ବୁଧବାର ଚଢାଉ କରାଯାଇଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ