ETV Bharat / state

ଦୁଇ ଅନାଥ ଶିଶୁଙ୍କ ଦାୟିତ୍ବ ନେଲେ ବିଧାୟକ

author img

By

Published : Jun 21, 2021, 11:28 AM IST

ଦୁଇ ଅନାଥ ଶିଶୁଙ୍କ ଦାୟିତ୍ବ ନେଲେ ବିଧାୟକ । ପାଠପଢା ସହ ସମସ୍ତ ଖର୍ଚ୍ଚ କରିବେ ତୁଲାଇବେ ବିଧାୟକ । ଅଧିକ ପଢନ୍ତୁ....

baleswar sadar mla swarup kumar das took charge of the two orphans
ଦୁଇ ଅନାଥ ଶିଶୁଙ୍କ ଦାୟିତ୍ବ ନେଲେ ବିଧାୟକ

ବାଲେଶ୍ବର: ଦୁଇ ଅନାଥ ଶିଶୁଙ୍କୁ କୋଳେଇ ନେଲେ ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ । ପୌରପାଳିକା ୨୭ ନମ୍ବର ଓ୍ବାର୍ଡ ମାଣିଖମ୍ବର ହୋମିଓପାଥିକ ଡାକ୍ତର ଡ଼.ରାଜେଶ ସିଂଙ୍କ କୋରୋନାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁର ଠିକ ୨୧ ଦିନ ପରେ ସେହି ଦୁଃଖରେ ତାଙ୍କ ସ୍ତ୍ରୀ ଜୁଲି ସିଂ ଆତ୍ମହତ୍ୟା କରିଥିଲେ। ଯାହା ଫଳରେ ତାଙ୍କ ଦୁଇ ପିଲା ଝିଅ ରିତୁ କ୍ରିଷ୍ଣା ସିଂ(୧୩) ଓ 7 ବର୍ଷର ପୁଅ ଆଦିତ୍ୟ ନାରାୟଣଙ୍କ ମୁଣ୍ଡ ଉପରୁ ସାହାରା ଉଠି ଯାଇଛି । ଉଭୟ ପିଲା ଜେଜେ ବାପା ଓ ଜେଜେ ମାଙ୍କ ପାଖରେ ରହୁଥିବା ବେଳେ ଏ ବିଷୟରେ ଖବର ପାଇ ସଦର ବିଧାୟକ ସ୍ବରୂପ କୁମାର ଦାସ ।

ଦୁଇ ଅନାଥ ଶିଶୁଙ୍କ ଦାୟିତ୍ବ ନେଲେ ବିଧାୟକ

ବିଧାୟକ ସେଠାରେ ପହଞ୍ଚି ପରିବାରକୁ ଆଶ୍ବସନା ଦେଇଥିଲେ । ଏହି ବିଷୟରେ ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କୁ ଅବଗତ କରାଇ ଭିଡ଼ିଓ କଲ ମାଧ୍ୟମରେ ସେହି ଦୁଇ ଶିଶୁ ଏବଂ ବୃଦ୍ଧ ଜେଜେବାପା ଓ ଜେଜେମା ସହ କଥା କରାଇଥିଲେ । କେନ୍ଦ୍ରମନ୍ତ୍ରୀ ମଧ୍ୟ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ପରିବାରକୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାସହ ସଦର ବିଧାୟକ ସେହି ଦୁଇ ଜଣ ପିଲାଙ୍କର ସମସ୍ତ ଦାୟିତ୍ବ ନେବା ସହ ପିଲାଙ୍କ ପାଠପଢାଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ମଧ୍ୟ କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.