ETV Bharat / state

ଲକଡାଉନରେ ବାଲେଶ୍ବର ସଦର ବିଧାୟକଙ୍କ ଅନଲାଇନ ସେବା

author img

By

Published : May 8, 2021, 7:03 AM IST

ଜନସାଧାରଣଙ୍କ ଅସୁବିଧା ଦୂର କରିବା ପାଇଁ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଅନଲାଇନ ମାଧ୍ୟମରେ ସହଯୋଗ କରିବା ପାଇଁ ସ୍ଥିର କରିଛନ୍ତି। ଅଧିକ ପଢନ୍ତୁ...

ଲକଡାଉନ ବେଳେ ସଦର ବିଧାୟକଙ୍କ ଅନଲାଇନ ସେବା
ଲକଡାଉନ ବେଳେ ସଦର ବିଧାୟକଙ୍କ ଅନଲାଇନ ସେବା

ବାଲେଶ୍ବର: କୋରୋନା ସଂକ୍ରମଣ ରୋକିବା ପାଇଁ ଏବେ 14 ଦିନ ସାରା ରାଜ୍ୟ ଲକଡାଉନ ରହିଛି । ଏହାରି ଭିତରେ ଜନସାଧାରଣଙ୍କ ଅସୁବିଧା ଦୂର କରିବା ପାଇଁ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଅନଲାଇନ ମାଧ୍ୟମରେ ସହଯୋଗ କରିବା ପାଇଁ ସ୍ଥିର କରିଛନ୍ତି।

ଲକଡାଉନ ବେଳେ ସଦର ବିଧାୟକଙ୍କ ଅନଲାଇନ ସେବା
ଲକଡାଉନ ବେଳେ ସଦର ବିଧାୟକଙ୍କ ଅନଲାଇନ ସେବା

ଏହି ସମୟରେ ସଦର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି, ସମସ୍ୟା ଏବଂ ଅଭିଯୋଗର ଅନଲାଇନ ମାଧ୍ୟମରେ ଶୁଣାଣି କରାଯିବ। ଏଥିପାଇଁ ସଦର ନିର୍ବାଚନ ମଣ୍ଡଳୀର ଜନସାଧାରଣ ସେମିତି କିଛି ସମସ୍ୟା କିମ୍ବା ଅସୁବିଧା ପରିଲକ୍ଷିତ ହେଉଥିଲେ ସେମାନେ ଘରେ ରହି ବିଧାୟକଙ୍କୁ ଅନଲାଇନ ମାଧ୍ୟମରେ ଯୋଗାଯୋଗ କରିପାରିବେ।

ଏଥିପାଇଁ ବିଧାୟକଙ୍କ ମେଲ୍ ଆଇଡି skdblsr@gmail.com କିମ୍ବା ତାଙ୍କର ହ୍ଵାଟ୍ସଆପ ନମ୍ବର 9437007000 ରେ ଯୋଗାଯୋଗ କରି ପାରିବେ। ଏହାସହ ଟ୍ବିଟର ଆକାଉଣ୍ଟ @SwarupDas_Bls ରେ ମଧ୍ୟ ଯୋଗାଯୋଗ କରି ପାରିବେ।

ସେହିପରି ତାଙ୍କର ଅଫିସିଆଲ ଆଇଡି kirannath1234@gmail.com ଏବଂ ଅଫିସ ହ୍ଵାଟ୍ସଆପ ନମ୍ବର 8260921256 / 7008610072 ରେ ଯୋଗାଯୋଗ କରି ସହାୟତା ପାଇ ପାରିବେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.