ETV Bharat / state

ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ସ୍ତ୍ରୀ, ୩ ସନ୍ତାନଙ୍କ ମୁହଁରେ ପଡୁନି ଦାନା

author img

By ETV Bharat Odisha Team

Published : Nov 28, 2023, 6:47 PM IST

Updated : Nov 28, 2023, 9:06 PM IST

ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ବାଲେଶ୍ବର ଜିଲ୍ଲାର ମହିଳା ରେବତୀ । ୩ ସନ୍ତାନଙ୍କ ମୁହଁରେ ଦାନା ପଡ଼ୁନଥିବା ବେଳେ ଜଣେ ଅଜଣା ରୋଗରେ ପୀଡ଼ିତ । ଅଧିକ ପଢ଼ନ୍ତୁ

helpless woman REBATI GOCHHAYAT
helpless woman REBATI GOCHHAYAT
ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ସ୍ତ୍ରୀ, ୩ ସନ୍ତାନଙ୍କ ମୁହଁରେ ପଡୁନି ଦାନା

ବାଲେଶ୍ବର: ସ୍ବାମୀଙ୍କ ମୃତ୍ୟୁ ପରେ ତିନି ନାବାଳକ ପିଲାଙ୍କୁ ଧରି ଭୋକ ଉପାସରେ ଜୀବନ ବିତାଉଛନ୍ତି ଅସହାୟ ମହିଳା । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ହୋଇଥିବା ବେଳେ ଜୀବନ ଦୁର୍ବିସହ ପାଲଟିଲାଣି । ବାଲେଶ୍ବର ଜିଲ୍ଲା ସାର୍ଥା ଅଞ୍ଚଳର ବନମାଳୀ ଗୋଚ୍ଛାୟତଙ୍କ ସ୍ତ୍ରୀ ରେବତୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ପରିବାରକୁ ସରକାର ସହାୟ ହୁଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

ମାରାତ୍ମକ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ସ୍ବାମୀଙ୍କ ମୃତ୍ୟୁ ପରେ ୩ ଜଣ ନାବାଳକ ପିଲାଙ୍କୁ ଧରି ଭୋକ ଉପାସରେ ଜରି ପାଲ ତଳେ ଜୀବନ ବିତାଉଛି ସ୍ତ୍ରୀ । ସମସ୍ତ ସରକାରୀ ଯୋଜନା ସତେ ଯେମିତି ଏହି ପରିବାର ପାଇଁ ପାଲଟି ଯାଇଛି ସାତ ସପନ । ନିଜ ଭାଗ୍ୟକୁ ଆଦରି କାନ୍ଦିବା ଛଡ଼ା ଏମାନଙ୍କ ପାଖରେ କିଛି ବି ସମ୍ବଳ ନାହିଁ । ବନମାଳୀଙ୍କ ନିଜର ଜମି ବାଡ଼ି କିଛି ନଥିବାରୁ ନିଜେ ଝାଡ଼ୁ ତିଆରି କରି ତାହାକୁ ବଜାରରେ ବିକ୍ରି କରି ଯାହା କିଛି ରୋଜଗାର ହୁଏ ସେଥିରେ କଷ୍ଟେମଷ୍ଟେ ଚଳି ଯାଉଥିଲେ । ପରିବାର କହିଲେ ସ୍ତ୍ରୀ ରେବତୀ, ୨ ଝିଅ ଏବଂ ଗୋଟିଏ ପୁଅ । ସମସ୍ତେ ଛୋଟ ହୋଇଥିବା ବେଳେ ସାନ ଝିଅ ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏବେ ସମ୍ପୂର୍ଣ୍ଣ ଭାବରେ ଦିବ୍ୟାଙ୍ଗ ପାଲଟି ଯାଇଛି।

ଏହା ବି ପଢନ୍ତୁ- ଅଧା ରାସ୍ତାରେ ହାତ ଛାଡି ଆରପାରିକୁ ଚାଲିଗଲା ସ୍ବାମୀ, ଶୁଦ୍ଧକ୍ରିୟା ପାଇଁ ଭିକ୍ଷା ମାଗୁଛି ସ୍ତ୍ରୀ

ବୟସ ୧୦ ବର୍ଷ ହୋଇଥିଲେ ବି ସବୁବେଳେ ଗୋଟିଏ ଜାଗାରେ ପଡି ରହି କାନ୍ଦୁଛି । ପରିବାରର ଆର୍ଥିକ ସମ୍ବଳ ନଥିବାରୁ ଝିଅର ଚିକିତ୍ସା କରାଇ ପାରୁନାହାନ୍ତି ରେବତୀ । ଯେଉଁଠି ଦିନକୁ ଦିମୁଠା ପେଟକୁ ଦାନା ଯୋଗାଡ କରିବା ପାଇଁ ଏମାନଙ୍କୁ ସଂଘର୍ଷ କରିବାକୁ ପଡୁଛି ସେଠି ଚିକିତ୍ସା କଥା ବହୁ ଦୂରରେ । ଅର୍ଥାଭାବରୁ ବନମାଳୀଙ୍କ ଚିକିତ୍ସା ହୋଇ ନପାରି ଗତ ୧୫ ଦିନ ପୂର୍ବରୁ ବନମାଳୀଙ୍କ ହଠାତ ମୃତ୍ୟୁ ହେବା ପରେ ସ୍ତ୍ରୀ ରେବତୀ ଏବେ ତିନି ନାବାଳକ ପିଲାଙ୍କୁ ନେଇ ଭୋକ ଉପାସରେ ଦିନ କାଟୁଛନ୍ତି। ପର ଘରେ ମାଗି ଯାଚି ଯାହା କିଛି ମିଳୁଛି ଏବଂ ସାହି ପଡିଶା ଲୋକ ଯିଏ ଯାହା ଦେଉଛନ୍ତି ସେଥିରେ ଚଳୁଛନ୍ତି । ରହିବା ପାଇଁ ଘର ଟିଏ ନଥିବାରୁ ଛିଣ୍ତା ପଲିଥିନଟିଏ ପକାଇ ଖରା ବର୍ଷା ଏବଂ ଶୀତ କାକରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ।

ସରକାରୀ ସହାୟତା କହିଲେ କେବଳ ମାସକୁ ୨୦ କିଲୋ ଚାଉଳ ବ୍ୟତୀତ ଆଉ କିଛି ବି ନାହିଁ । ସାନ ଝିଅ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଥିବା ବେଳେ ଦିବ୍ୟାଙ୍ଗ ଭତ୍ତା ବି ଏପର୍ଯ୍ୟନ୍ତ ମିଳିପାରିନି । ଆବାସ ଯୋଜନାରେ ଘର ଖଣ୍ତିଏ ପାଇଁ ବାରମ୍ବାର ସ୍ଥାନୀୟ ସରପଞ୍ଚଠୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ମଧ୍ୟ ଏମାନଙ୍କ ଦୁଃଖର କଥା ବଡ଼ବାବୁଙ୍କ କାନରେ ପଡ଼ି ପାରୁନାହିଁ । ଏହି ଦୁଃଖୀ ପରିବାରକୁ ଯଦି ସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ଏହି ପରିବାର ଉପକୃତ ହୋଇ ପାରନ୍ତେ ।

ତେବେ ଏହି ପରିବାରକୁ କେହି ସହୃଦୟ ସାହାଯ୍ୟ କରିବାକୁ ଚାହୁଁଥିଲେ ନିମ୍ନଲିଖିତ ରେବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ପାରିବେ।

STATE BANK OF INDIA
BRANCH - SRIRAMPUR , BALASORE
NAME - REBATI GOCHHAYAT
A/C - 39429629490
IFSC - SBIN0006413
PHONE - 8456929035

ଇଟିଭି ଭାରତ, ବାଲେଶ୍ବର

Last Updated : Nov 28, 2023, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.