ETV Bharat / state

୨୦ ବର୍ଷ ହେଲାଣି ସ୍ବାମୀ ନିଖୋଜ: ରୋଜଗାରିଆ ପୁଅ ରୋଗାକ୍ରାନ୍ତ, ଅସହାୟ ବୃଦ୍ଧ ମା' - ଅସହାୟ ମହିଳା ଅନସୂୟା ନନ୍ଦ

୨୦ ବର୍ଷ ହେଲାଣି ସ୍ବାମୀ ନିଖୋଜ । ରୋଜଗାରିଆ ପୁଅ ରୋଗାକ୍ରାନ୍ତ ହେବା ପରେ ଅସହାୟ ହୋଇପଡ଼ିଛନ୍ତି ବାଲେଶ୍ବର ଖଇରା ବ୍ଲକର ବୃଦ୍ଧା ଅନସୂୟା ନନ୍ଦ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 14, 2023, 5:13 PM IST

୨୦ ବର୍ଷ ହେଲାଣି ସ୍ବାମୀ ନିଖୋଜ

ବାଲେଶ୍ବର: ଘରର ମୁରବୀ କେଉଁଆଡ଼େ ଚାଲିଯାଇଛନ୍ତି । ଆଜି ନୁହେଁ କି କାଲି ନୁହେଁ ବରଂ, 20 ବର୍ଷ ହେଲା ସେ ନିଖୋଜ ଅଛନ୍ତି । ଏହାରି ଭିତରେ ମାଆ ପୁଅ ଝୁରିଝୁରି ବଞ୍ଚୁଥିବା ବେଳେ ଏବେ ଏକମାତ୍ର ରୋଜଗାରିଆ ପୁଅ ରୋଗାକ୍ରାନ୍ତ । ଏକୁଟିଆ ବୁଢ଼ୀ ମାଆ ଖାଲି ଭାଗ୍ୟକୁ ନିନ୍ଦିବା ଛଡ଼ା ତା ପାଖରେ ଆଉ କିଛି ରାସ୍ତା ନାହିଁ । ଏପରି ଘଟଣା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁର ଗ୍ରାମରେ ଦେଖିବାକୁ ମିଳିଛି ।

ନନ୍ଦୁର ଗ୍ରାମର କାହ୍ନୁଚରଣ ନନ୍ଦଙ୍କ ପରିବାରର ଏପରି ଅବସ୍ଥା ଦେଇ ଗତି କରୁଛନ୍ତି । ପୁଅର ୧୩ବର୍ଷ ବୟସରେ ବ୍ରତଘର କାର୍ଯ୍ୟ ସାରି କାହ୍ନୁଚରଣ ମୁମ୍ବାଇ ଯାଇଥିଲେ । ହେଲେ ସେବେଠାରୁ ଆଜି ଯାଏଁ ସେ ଆଉ ଘରକୁ ଫେରି ନାହାନ୍ତି । ପତ୍ନୀ ଅନସୂୟା ନନ୍ଦ ସ୍ବାମୀଙ୍କୁ ଝୁରି ଝୁରି ବଞ୍ଚୁଛନ୍ତି । ପରିବାର ଚଳାଇବା ପାଇଁ କାହ୍ନୁଚରଣ ୨୦ ବର୍ଷ ତଳେ ମୁମ୍ବାଇ ଯାଇଥିଲେ । ହେଲେ ଘରୁ ବାହାରି ବିଦେଶ ଯାଇଥିବା କାହ୍ନୁଚରଣଙ୍କ ସେଠାରେ ପହଞ୍ଚିବାର କିଛିଦିନ ପରେ ଆଉ କିଛି ଖୋଜ ଖବର ମିଳି ନଥିଲା । ସେବେଠାରୁ ନା କାହ୍ନୁଚରଣଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁଛି ନା ସେ ଘରକୁ ଫେରୁଛନ୍ତି ।

ଏହା ବି ପଢନ୍ତୁ- ବୟସର ଅପରାହ୍ନରେ ଅସହାୟ ବୃଦ୍ଧା, ଅଳିଆକୁଣ୍ଡ ଭିତରେ ବିତୁଛି ଚନ୍ଦ୍ରମାଙ୍କ ଜୀବନ

ହେଲେ ସ୍ତ୍ରୀ ଅନସୂୟା ଆଜି ବି ତାଙ୍କ ବାଟ ଚାହିଁ ବସିଛନ୍ତି । ସ୍ବାମୀଙ୍କ ଫେରିବା ବାଟକୁ ୨୦ ବର୍ଷ ହେଲାଣି ଚାହିଁ ରହିଥିବା ଅନସୂୟାଙ୍କ ଉପରେ ଏବେ ସତେ ଯେମିତି ବିଜୁଳି ଛିଡ଼ି ପଡ଼ିଛି । ତାଙ୍କର ଏକମାତ୍ର ରୋଜଗାରିଆ ପୁଅ ନିରଞ୍ଜନ ବାହାର ରାଜ୍ୟରେ ରହି କାମ କରି ପରିବାର ଚଳାଉଥିଲେ । ହେଲେ ବିଧାତାର ଖେଳ ଥିଲା କିଛି ଅଲଗା । ହଠାତ ନିରଞ୍ଜନ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ସେ ଆଉ ବିଦେଶ ଯାଇ ରୋଜଗାର କରି ପାରୁନାହାନ୍ତି ।

ଏହା ବି ପଢନ୍ତୁ- ଚାକିରିରୁ ଅବସର ପରେ ଅଲୋଡ଼ା ହେଲା ମାଆ, ମାଡ଼ମାରି ଘରୁ ବିଦା କରିଦେଲେ ପୁଅ

ପରିବାରରେ ନିରଞ୍ଜନଙ୍କ ସ୍ତ୍ରୀ, ପୁଅ, ଝିଅ ଏବଂ ମାଆଙ୍କୁ ନେଇ ଦୁଇ ଓଳି ଭଲରେ ଖାଇବା ପାଇଁ କଷ୍ଟ ଭୋଗିବାକୁ ପଡୁଛି । ଗୋଟିଏ ପଟେ ପରିବାର ଚଳାଇବା ଏବଂ ଅନ୍ୟପଟେ ନିରଞ୍ଜନଙ୍କ ଚିକିତ୍ସା କରିବା ବୃଦ୍ଧା ମାଆ ଅନସୂୟାଙ୍କୁ ଅସହାୟ କରି ଦେଉଛି । ଏମିତି ପରିସ୍ଥିତି ଭିତରେ ଅନସୂୟା ଏବେ ଏକ ପ୍ରକାର ବେସାହାରା ହୋଇ ଯାଇଛନ୍ତି । ଆଉ କେବଳ ଭାଗବନଙ୍କୁ ଭରସା କରିବା ଛଡ଼ା ତାଙ୍କ ପାଖରେ ଅନ୍ୟକିଛି ରାସ୍ତା ନାହିଁ । ଏହି ଅସହାୟ ପରିବାରକୁ ସରକାର ଆର୍ଥିକ ସହାୟତା ଯୋଗାଇବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.