ETV Bharat / state

କାଳିଆ ସେବାରେ ମୋନାଲିସା, ରଙ୍ଗ ଦେଇ ସଜାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jun 16, 2023, 9:12 PM IST

କାଳିଆ ସାଆନ୍ତଙ୍କ ପ୍ରେମରେ ମୋନାଲିସା ସାହୁ । ମହାପ୍ରଭୁଙ୍କ ବିଗ୍ରହରେ ରଙ୍ଗ ଦେଇ ତାଙ୍କ ସେବାରେ ନିମଗ୍ନ ହେଇଛନ୍ତି ମୋନାଲିସା । ଅଧିକ ପଢ଼ନ୍ତୁ

monalisha sahu made painting of lord Jagannath
ମୋନାଲିସାଙ୍କ ତୂଳୀରେ ଚତୁର୍ଦ୍ଧାମୂର୍ତ୍ତି
ମୋନାଲିସାଙ୍କ ତୂଳୀରେ ଚତୁର୍ଦ୍ଧାମୂର୍ତ୍ତି

ବାଲେଶ୍ବର: ଭକତ ପ୍ରେମରେ ବନ୍ଧା ସେ କାଳିଆ ସାଆନ୍ତ । ଯେଉଁ ଭକ୍ତ ହୃଦୟ ସହକାରେ ମହାପ୍ରଭୁଙ୍କୁ ସ୍ମରଣ କରେ ସେ ତାଙ୍କୁ କୋଳେଇ ନିଅନ୍ତି । କାଳିଆ ସାଆନ୍ତଙ୍କ ପ୍ରତି ଥିବା ଭକ୍ତି ଅର୍ଘ୍ୟକୁ ତୂଳୀ ମାଧ୍ୟମରେ ବର୍ଣ୍ଣନା କରୁଛନ୍ତି ବାଲେଶ୍ବର ସହର ସୁଏଲପୁର ଅଞ୍ଚଳର ମୋନାଲିସା ସାହୁ । ମହାପ୍ରଭୁଙ୍କ ବିଗ୍ରହରେ ରଙ୍ଗ ଦେଇ ତାଙ୍କ ସେବାରେ ନିମଗ୍ନ ହେଇଛନ୍ତି ମୋନାଲିସା ।

ମହାପ୍ରଭୁଙ୍କ ପ୍ରେମରେ ବିଲୀନ ମୋନାଲିସା । ଯାହା ତାଙ୍କ ପାଇଁ ଏବଂ ପରିବାର ପାଇଁ ଆଣି ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ମୋନାଲିସାଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି କାଳିଆର କଳାକୃତି । ବିନା କୌଣସି ତାଲିମରେ ସେ ଅତି ସୁନ୍ଦର ଭାବରେ ମହାପ୍ରଭୁଙ୍କ ବିଗ୍ରହ ସଜାଉଛନ୍ତି । ଯାହା ନଦେଖିଲେ ବିଶ୍ବାସ ହେବନାହିଁ । ପ୍ରାୟ ତିନିବର୍ଷ ପୂର୍ବରୁ ବସୁବସୁ ଘରେ ଥିବା ମହାପ୍ରଭୁଙ୍କ ବିଗ୍ରହରେ ରଙ୍ଗ ଦେଇ ସଜାଇବା ପାଇଁ ମନସ୍ଥ କରିଥିଲେ ମୋନାଲିସା। ଏହାରି ଭିତରେ କେତେବେଳେ ସେ ଚତୁର୍ଦ୍ଧା ମୂର୍ତ୍ତିକୁ ଏତେ ସୁନ୍ଦର ଭାବେ ସଜେଇ ଦେଇଥିଲେ ତାହା ସେ ନିଜେ ମଧ୍ୟ ବୁଝି ପାରି ନଥିଲେ । ପରବର୍ତ୍ତୀ ସମୟରେ ପଡ଼ୋଶୀଙ୍କ ଘରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ମଧ୍ୟ ରଙ୍ଗ ଦେଇ ଅତି ସୁନ୍ଦର ଭାବେ ସଜାଇ ଦେଇଥିଲେ । ଏଥିପାଇଁ ସେ କୌଣସି ତାଲିମ ନେଇ ନଥିବା ବେଳେ ଏମିତି ସୁନ୍ଦର ଭାବେ ମହାପ୍ରଭୁଙ୍କୁ ସଜାଇବା ନିଶ୍ଚୟ ଭାବେ ଆଶୀର୍ବାଦ ବୋଲି କୁହାଯାଇ ପାରେ । ମୋନାଲିସା ଧିରେଧିରେ କଳା ପ୍ରତି ଆକୃଷ୍ଟ ହୋଇଥିଲେ । ଆଖପାଖ ଲୋକେ ମୋନାଲିସାଙ୍କ କଳା ଦେଖି ନିଜ ଘରେ ଥିବା ମହାପ୍ରଭୁଙ୍କ ବିଗ୍ରହ ସଜାଇବା ପାଇଁ ଭିଡ଼ ଜମାଇବାକୁ ଲାଗିଲେ । ଏହାପରେ ସେ ନିଜ କଳାକୁ ଆହୁରି ମାର୍ଜିତ କରିବାକୁ ପ୍ରେରଣା ପାଇଥିଲେ ।

ସୋସିଆଲ ମିଡିଆରେ ମୋନାଲିସାଙ୍କ ଏମିତି ସୁନ୍ଦର କଳାକୃତି ବେଶ ଆଦୃତ ହେବାରେ ଲାଗିଛି । ଯାହାକୁ ନେଇ ସେ ମଧ୍ୟ ବେଶ ଆଗ୍ରହର ସହକାରେ ମହାପ୍ରଭୁଙ୍କ ସେବାରେ ନିଜକୁ ଜଣେ ସେବିକା ଭାବେ ନିୟୋଜିତ କରିବାକୁ ପସନ୍ଦ କରିଛନ୍ତି । ସେଥିପାଇଁ ତାଙ୍କୁ ମହାପ୍ରଭୁଙ୍କ ବିଗ୍ରହ ସଜାଇବା ପାଇଁ ଅର୍ଡର ଆସିବାରେ ଲାଗିଛି । ଏନେଇ ସେ କହିଛନ୍ତି, "ପ୍ରଭୁଙ୍କ ବିଗ୍ରହରେ ରଙ୍ଗ ଦେବା ଅର୍ଥ ଦେବ ସେବା । ସେ ସୁଯୋଗ ମୋତେ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି । ବିଗ୍ରହ ସଜାଇବା ପାଇଁ କୌଣସି ପାରିଶ୍ରମିକ ନେଇ ନଥାଏ । ଯିଏ ଯେତିକି ଖୁସିରେ ଦେଲା ସେତିକିରେ ସନ୍ତୁଷ୍ଟ ହୋଇଥାଏ । ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଛି ।" ଜୀବନ ଥିବା ଯାଏ ଏମିତି ମହାପ୍ରଭୁଙ୍କ ସେବା କାର୍ଯ୍ୟ ଜାରି ରଖିବେ ବୋଲି ମୋନାଲିସା କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.