ETV Bharat / sports

ପୁଣି ଝୁଣ୍ଟିଲା ଟିମ୍‌ ଇଣ୍ଡିଆ ଟପ୍‌ ଅର୍ଡର; ରନ ସ୍କୋର କରିବାକୁ ସଂଘର୍ଷ କରୁଛନ୍ତି ରୋହିତ-କୋହଲି - IND vs BAN 1st Test

IND vs BAN 1st Test Day 2 Stumps : ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ବି ଝୁଣ୍ଟିଲେ ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର ବ୍ୟାଟର । 5 ରନ କରି ରୋହିତ, 17 ରନ କରି କୋହଲି ଆଉଟ୍‌ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା 81/3 ଭାରତ । ବାଂଲାଦେଶଠୁ 308 ରନରେ ଆଗୁଆ । ଅଧିକ ପଢ଼ନ୍ତୁ

IND vs BAN 1st Test
IND vs BAN 1st Test (AP Photo)
author img

By ETV Bharat Sports Team

Published : Sep 20, 2024, 5:28 PM IST

ଚେନ୍ନାଇ : ପ୍ରଥମ ପାଳି ପରି ଦ୍ବିତୀୟ ପାଳିରେ ବି ଝୁଣ୍ଟିଲା ଭାରତର ଟପ୍‌ ଅର୍ଡର । ବଡ଼ ପାଳି ଖେଳିବାକୁ ସଂଘର୍ଷ କରୁଛନ୍ତି ଭାରତର ଶୀର୍ଷକ୍ରମ ବ୍ୟାଟର । ଦ୍ବିତୀୟ ଦିନରେ ବାଂଲାଦେଶକୁ ପ୍ରଥମ ପାଳିରେ 149ରେ ଅଲ୍‌ ଆଉଟ୍‌ କରିବା ପରେ ଦ୍ବିତୀୟ ପାଳି ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 81 ରନରେ 3ଟି ବହୁମୂଲ୍ୟ ୱିକେଟ ହରାଇଛି । ତେବେ ବାଂଲାଦେଶଠାରୁ 227 ରନ ଲିଡ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆଜି ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳଠାରୁ 308 ରନ ଆଗୁଆ ରହିଛି । ହେଲେ ଚିନ୍ତାର ବିଷୟ ପାଲଟିଛି ଭାରତର ଟପ୍‌ ଅର୍ଡରଙ୍କ ସଂଘର୍ଷ । ପ୍ରଥମ ପାଳିରେ 6 ରନ ଲେଖାଏଁ କରି ଆଉଟ୍‌ ହୋଇଥିବା ରୋହିତ ଓ କୋହଲି ଆଜି ଯଥାକ୍ରମେ 5 ଓ 17 ରନ କରି ଆଉଟ୍‌ ହୋଇଛନ୍ତି । ଓପନର ଜୟସ୍ବାଲ 11 ରନ କରି ଆଉଟ୍‌ ହୋଇଥିବାବେଳେ ଶୁବମନ ଗିଲ୍‌ (33) ଓ ଋଷଭ ପନ୍ତ (12) ମୈଦାନରେ ମହଜୁଦ ଅଛନ୍ତି ।

ଦିନ-1 :-

ଭାରତ ପ୍ରଥମ ପାଳି :- ମ୍ୟାଚ୍‌ର ପ୍ରଥମ ଦିନରେ ପ୍ରାରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର 34 ରନରେ 3ଟି ବଡ଼ ୱିକେଟ ହରାଇଥିଲା । ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ବାଂଲାଦେଶର ଯୁବ ପେସର ହାସନ ମହମ୍ମଦଙ୍କୁ ସାମ୍ନା କରିପାରି ନଥିଲେ ଭାରତୀୟ ଟିମର ଟପ୍ ଅର୍ଡର । ଏହାପରେ ଷ୍ଟାର ଓପନର ଜୟସ୍ବାଲ ଏବଂ ପନ୍ତଙ୍କ ମଧ୍ୟରେ 62 ରନର ଉପଯୋଗୀ ଭାଗିଦାରୀ ହୋଇଥିଲା । ତେବେ ବ୍ୟକ୍ତିଗତ ସ୍କୋର 39 ରନ ସମୟରେ ପନ୍ତ ମଧ୍ୟ ହାସନଙ୍କ ଶିକାର ହୋଇଥିଲେ । ଏହା ପରେ କେଏଲ ରାହୁଲ ମଧ୍ୟ କିଛି ଖାସ କରିନଥିଲେ, ସେ ମାତ୍ର 16 ରନ ସ୍କୋର କରି ଆଉଟ ହୋଇଥିବା ବେଳେ ଜୟସ୍ବାଲ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ ।

ଜାଡେଜା-ଅଶ୍ବିନ ସୋ' :- ଏହାପରେ ଆରମ୍ଭ ହୋଇଥିଲା ଅଶ୍ବିନ-ଜାଡେଜା ସୋ' । ଦୁହେଁ 7ମ ୱିକେଟ ପାଇଁ 195 ରନର ରେକର୍ଡ ପାର୍ଟନରସିପ୍ ସହ ଭାରତର ସ୍କୋରକୁ 339 ରନରେ ପହଞ୍ଚାଇଥିଲେ । ଅଶ୍ବିନ ଦମଦାର ଶତକୀୟ ଇନିଂସ ଖେଳି 102 ରନରେ ଅପରାଜିତ ରହିଥିଲେ । ଏପଟେ ଜାଡେଜା ମଧ୍ୟ 86 ରନର ଆକର୍ଷଣୀୟ ପାଳି ଖେଳିଥିଲେ । ଦୁହଁଙ୍କ 195 ରନର ରେକର୍ଡ ଭାରତ ପକ୍ଷରୁ 7ମ ୱିକେଟରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ଭାଗିଦାରୀ ରେକର୍ଡ । ଏହା ପୂର୍ବରୁ ସୌରଭ ଗାଙ୍ଗୁଲି ଏବଂ ସୁନୀଲ ଯୋଶୀ 24 ବର୍ଷ ପୂର୍ବେ 121 ରନ 7ମ ୱିକେଟ ପାଇଁ ସ୍କୋର କରିଥିଲେ ।

ଦିନ-2 :-

ଏହିଠାରୁ (ଭାରତ- 339/6) ଆଜି ଦ୍ବିତୀୟ ଦିନର ଖେଳ ଆରମ୍ଭ ହୋଇଥିଲା । ଆରମ୍ଭରୁ ଜାଡେଜା (86) ଆଉଟ୍‌ ହୋଇଯାଇଥିଲେ । ଆକାଶ ଦୀପ 17 ରନର ପାଳି ଖେଳି ଆଉଟ୍‌ ହେବାପରେ ଅଶ୍ବିନ (113) ଆଉଟ୍‌ ହୋଇଥିଲେ । ବୁମ୍‌ରା (7) ଶେଷ ୱିକେଟ ଭାବେ ଆଉଟ୍‌ ହେବାବେଳକୁ ଭାରତ 376 ରନ କରିସାରିଥିଲା ।

ବାଂଲାଦେଶ ପ୍ରଥମ ପାଳି :- ବାଂଲାଦେଶ ପ୍ରଥମ ପାଳି ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ହେଲେ ପ୍ରଥମ ଓଭରରେ ହିଁ ବାଂଲାଦେଶକୁ ପ୍ରଥମ ଝଟ୍‌କା ଦେଇଥିଲେ ଜସପ୍ରୀତ ବୁମ୍‌ରା । ସେ ପ୍ରଥମ ଓଭରର ଶେଷ ବଲରେ ଶଦମାନ ଇସଲାମଙ୍କୁ କ୍ଲିନ-ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଏହାପରେ ବାଂଲାଦେଶର ଦଳୀୟ ସ୍କୋର 22 ରନ ହୋଇଥିବାବେଳେ କ୍ରମାଗତ ଦୁଇଟି ବଲରେ ଦୁଇ ବାଂଲାଦେଶୀ ବ୍ୟାଟରଙ୍କ ୱିକେଟ ନେଇଥିଲେ ଆକାଶ ଦୀପ । ସେ ଜାକିର ହାସନ (3) ଓ ମୋମିନୁଲ ହକ୍‌ (0)ଙ୍କୁ କ୍ଲିନ-ବୋଲ୍ଡ କରିଥିଲେ । ଲଞ୍ଚ-ବ୍ରେକ୍‌ ସୁଦ୍ଧା ବାଂଲାଦେଶ କେବଳ 26 ରନରେ 3ଟି ବହୁମୂଲ୍ଯ ୱିକେଟ ହରାଇ ସଂକଟରେ ପଡ଼ିଥିଲା । ଏହାପରେ ମଧ୍ୟ ସଂକଟରୁ ରକ୍ଷା ପାଇନଥିଲା ବାଂଲାଦେଶ । 20 ବ୍ୟକ୍ତିଗତ ରନ ହାସଲ କରିଥିବା ଅଧିନାୟକ ନାଜମୋଲ ହୋସେନ ଶାଣ୍ଟୋଙ୍କୁ କୋହଲିଙ୍କ ହାତରେ ଧରା ପକାଇଥିଲେ ସିରାଜ । ଏହାପରେ ଶାକିବ ଅଲ୍‌ ହାସନ (32), ଲିଟନ ଦାସ (22) ଓ ମେହିଡୀ ହାସନ ମିରାଜ (27) କିଛି ସମୟ କ୍ରିଜରେ ଲଢ଼ିଥିଲେ ମଧ୍ୟ ଦଳକୁ ଆଶାନୁରୂପ ସହଯୋଗ କରିପାରିନଥିଲେ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ବାଂଲାଦେଶ ଶେଷରେ 149 ରନରେ ସମସ୍ତ ୱିକେଟ ହରାଇଥିଲା ।

ରୋହିତ-କୋହଲି ଫେଲ :- ପ୍ରଥମ ପାଳିରେ 227 ରନର ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ପାଳିରେ କେବଳ 6 ରନ କରିଥିବା ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଭାରତୀୟ କ୍ରିକେଟପ୍ରେମୀ ଏକ ବଡ଼ ପାଳିର ଆଶା ରଖିଥିଲେ । ହେଲେ ସେ କେବଳ 5 ରନ ହିଁ କରିପାରିଥିଲେ । 10 ରନ କରି ଆଉଟ୍‌ ହୋଇଥିଲେ ଜୟସ୍ବାଲ । ଅନ୍ୟପଟେ ପ୍ରଥମ ପାଳିରେ 6 ରନ କରି ଆଉଟ୍‌ ହୋଇଥିବା କୋହଲି ଆଜି ଭଲ ଆରମ୍ଭ କରିଥିଲେ ହେଁ କେବଳ 17 ରନ ହିଁ କରିପାରିଥିଲେ । ଭାରତ ପାଇଁ ଶୁବମନ ଗିଲ (33) ଓ ଋଷଭ ପନ୍ତ (12) କ୍ରିଜରେ ମହଜୁଦ ରହିଛନ୍ତି । ଆଜି (ଦ୍ବିତୀୟ ଦିନ) ଖେଳ ଶେଷ ସୁଦ୍ଧା ଭାରତ (81/3) ବାଂଲାଦେଶଠାରୁ 308 ରନ ଆଗୁଆ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.