ETV Bharat / technology

ଲଞ୍ଚ ହେବ ନୂଆ Bajaj Pulsar; ଟିଜର ଜାରି, ଆସିବ କି RS-ବ୍ରାଣ୍ଡେଡ୍ ମଡେଲ୍ - 2025 BAJAJ PULSAR TEASER REVEALED

Bajaj Auto ସୋସିଆଲ ମିଡିଆରେ ଏକ ନୂଆ ମୋଟର ସାଇକେଲର ଟିଜର ପୋଷ୍ଟ କରିଛି । ଏହା କମ୍ପାନୀର ଏକ RS ମଡେଲ ହୋଇପାରେ । ଅଧିକ ପଢନ୍ତୁ

Bajaj Pulsar RS200
Bajaj Pulsar RS200 (Photo Credit- Bajaj Auto)
author img

By ETV Bharat Tech Team

Published : Dec 31, 2024, 6:22 PM IST

ହାଇଦ୍ରାବାଦ: ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ବଜାଜ ଅଟୋ (Bajaj Auto) ଏହାର ପଲସର୍‌ (Pulsar) ରେଞ୍ଜର ଏକ ନୂତନ ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି, ଯେଉଁଥିପାଇଁ କମ୍ପାନୀ ଏକ ନୂଆ ଟିଜର ଜାରି କରିଛି । କମ୍ପାନୀ ଏହି ମୋଟର ସାଇକେଲର ଟିଜରକୁ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରିଛି । କୁହାଯାଉଛି ଏହି ନୂତନ ମୋଟର ସାଇକେଲ କମ୍ପାନୀର RS-ବ୍ରାଣ୍ଡେଡ୍ ମଡେଲ୍ ହୋଇପାରେ ।

ବଜାଜ ଅଟୋର ସୀମିତ RS ଲାଇନ୍ଅପ୍‌କୁ ବିଚାରକୁ ନେଲେ ଏହି ନୂଆ ବାଇକ୍‌ ସମ୍ଭବତଃ ଏକ ଫ୍ରେସେଡ୍‌ RS200 କିମ୍ବା ଏକ ନୂଆ RS400 ମଡେଲ୍‌ ହୋଇପାରେ । ବଜାଜ ପୋର୍ଟଫୋଲିଓରେ RS200 ଦୀର୍ଘ ସମୟ ଧରି ଏକ ମଡେଲ୍ ହୋଇଆସୁଥିବା ବେଳେ ଏଥିରେ କୌଣସି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇ ନାହିଁ । ଟିଜରରେ ରହିଥିବା ମୋଟର ସାଇକେଲ୍ ଯଦି ଅପଡେଟେଡ୍‌ RS200 ହୁଏ, ତେବେ ମଡେଲକୁ ଆଧୁନିକୀକରଣ କରିବା ପାଇଁ ଅନେକ ଅପଗ୍ରେଡ୍ କରାଯାଇପାରେ । ଅନ୍ୟପଟେ ଏହି ଟିଜରେ ଥିବା ମୋଟର ସାଇକେଲ ଯଦି ବଜାଜ୍ RS400 ହୁଏ, ତେବେ RS ଲାଇନ୍ଅପ୍‌ର ବିସ୍ତାର ହୋଇପାରେ । ବଜାଜ NS400Zକୁ 2024ରେ ପ୍ରଥମରୁ ଲଞ୍ଚ କରିଥିଲା, ତେଣୁ କମ୍ପାନୀ ନୂଆ RS400 ଆଣିପାରେ ।

Bajaj RS200

  • ଯଦି ଏହି ନୂତନ ମୋଟର ସାଇକେଲ୍ Bajaj RS200 ହେବ, ତେବେ କମ୍ପାନୀ ଏଥିରେ ଆଧୁନିକ ଫିଚର ବ୍ୟବହାର କରିବ । ଅପଗ୍ରେଡ୍ ବିଷୟରେ କହିବାକୁ ଗଲେ ଏହା ଏକ ସଂପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍ ପାଇପାରିବ, ଯାହା ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ଟର୍ଣ୍ଣ-ବାଇ-ଟର୍ଣ୍ଣ ନାଭିଗେସନ୍‌କୁ ସମର୍ଥନ କରିପାରେ ।
  • ଏଥିରେ 199.5cc, ସିଙ୍ଗଲ୍-ସିଲିଣ୍ଡର ଇଞ୍ଜିନ ବ୍ୟବହାର କରାଯାଇପାରେ ଯାହାକି 9750rpmରେ 24.16bhp ପାୱାର ଏବଂ 8000 rpmରେ 18.7nm ଟର୍କ ଯୋଗାଇବ । ଅବଶ୍ୟ କମ୍ପାନୀ ଏହି ମୋଟର ସାଇକେଲର ପରିଚାଳନା ଏବଂ ଚାଳନା ଗୁଣରେ ଉନ୍ନତି ଆଣିପାରେ ।
  • ଉଦାହରଣ ସ୍ବରୂପ ଏହି ବାଇକ୍‌ରେ USD ଫ୍ରଣ୍ଟ୍ ଫୋର୍କସ୍‌ ସାମିଲ କରାଯାଇପାରେ, ଯାହା ସ୍ଥିରତା ବଢାଇପାରେ ଏବଂ ବାଇକ୍‌କୁ ଅଧିକ ପ୍ରିମିୟମ୍ କରିପାରେ । ଏହି ଅପଡେଟ ହେଲେ ବାଇକର ଦାମ ମଧ୍ୟ ବୃଦ୍ଧି ହୋଇପାରେ । ଯାହାଦ୍ବାରା ବଜାଜ୍‌ RS200 ସହିତ Yamaha R15 V4 ଏବଂ Hero Karizma XMRରୁ ମୁକାବିଲା ହୋଇପାରେ ।

Bajaj RS400

  • ଯଦି ଆଗାମୀ ମୋଟର ସାଇକେଲ ବଜାଜ୍‌ RS400 ହୁଏ, ତେବେ ଏହା କମ୍ପାନୀର RS ବ୍ରାଣ୍ଡ ପୋର୍ଟଫୋଲିଓକୁ ମଜଭୁତ କରିବ । ବଜାଜ୍‌ ସମ୍ଭବତଃ ନିକଟରେ ଆରମ୍ଭ ହୋଇଥିବା Bajaj NS400Zର ପ୍ଲାଟଫର୍ମକୁ ଆଗକୁ ନେଇପାରେ ।
  • RS400 ବାଇକ ଲଞ୍ଚ ହେଲେ, ଏଥିରେ NS400Z ପରି ସମାନ 373cc, ଲିକ୍ବିଡ୍‌-କୁଲ୍ଡ, ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ବ୍ୟବହାର ହୋଇପାରେ । ଯାହାକି 8800rpmରେ 39.45bhp ପାୱାର ଉତ୍ପାଦନ କରେ ଏବଂ 6500rpmରେ 35Nm ଟର୍କ ଉତ୍ପାଦନ କରେ । ଇଞ୍ଜିନ ସମ୍ଭବତଃ ଏକ 6-ସ୍ପିଡ୍ ଗିଅରବକ୍ସ ସହିତ ଆସିପାରେ ।
  • ଫିଚର ସମ୍ପର୍କରେ କହିଲେ ଏଥିରେ ସ୍ବିଚେବୁଲ୍ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଏବଂ ଏକାଧିକ ରାଇଡ୍ ମୋଡ୍ ମିଳିପାରେ। ଏହି ବାଇକ୍ ଏଲଇଡି ଲାଇଟ୍‌ ସହିତ USD ଫ୍ରଣ୍ଟ୍ ଫୋର୍କସ ଏବଂ ଗ୍ୟାସ୍ ଚାର୍ଜ୍ଡ ରିଅର ମୋନୋଶକ୍ ଭଳି ହାର୍ଡୱେର୍ ପାଇପାରେ । ବ୍ରେକିଂ ପାଇଁ ଆଗ ଏବଂ ପଛରେ ଡିସ୍କ ବ୍ରେକ୍ ବ୍ୟବହାର କରାଯାଇପାରେ, ଯାହା ଡୁଆଲ୍ ଚ୍ୟାନେଲ୍ ABS ସହିତ ଆସିବ ।
ଏହା ବି ପଢନ୍ତୁ
  1. 2025 Honda Unicorn ଭାରତରେ ଲଞ୍ଚ୍‌; ଦାମ କେତେ ଜାଣନ୍ତୁ
  2. ଲଞ୍ଚ ହେଲା ନୂଆ Bajaj Chetak; ଜାଣନ୍ତୁ ରେଞ୍ଜ ଓ ଦାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.