ETV Bharat / state

ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ‘ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ’ - Mohan Majhi reaction on Major case

Odisha CM Mohan Majhi assures stern action: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିକ୍ରିୟା । କ୍ରାଇମବ୍ରାଞ୍ଚ ରିପୋର୍ଟ ଆସିବା ପରେ ଦୋଷୀଙ୍କ ଯିଏ ହୁଅନ୍ତା ନା କାହିଁକି ନିଆଯିବ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

CM Mohan Majhi assures stern action
CM Mohan Majhi assures stern action (ETV Bharat Odisha)
author img

By ETV Bharat Odisha Team

Published : Sep 20, 2024, 6:54 PM IST

Updated : Sep 20, 2024, 8:06 PM IST

ଭୁବନେଶ୍ବର: ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଭରତପୁର ପୋଲିସ ଷ୍ଟେସନରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । "ସରକାର ସଚେତନ ଅଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏତଲା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଆମ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୋସିଆଲ ମିଡିଆରେ CMOର ପ୍ରତିକ୍ରିୟା-

"ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ସହିତ ଥିବା ଜଣେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗକୁ ସରକାର ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିଛନ୍ତି। ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।"

Odisha CM Mohan Majhi assures stern action (ETV Bharat Odisha)

"ଘଟଣା ଅତ୍ୟନ୍ତ ସଂବେଦନଶୀଳ ହୋଇଥିବାରୁ କ୍ରାଇମବ୍ରାଞ୍ଚକୁ ଘଟଣାର ଯାଞ୍ଚ କରି ତୁରନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ପ୍ରାପ୍ତ ହେବା ମାତ୍ରେ ଆଇନ ଅନୁଯାୟୀ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ । ମହିଳା ହିଂସା ବିରୁଦ୍ଧରେ ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛନ୍ତି ଏବଂ ମହିଳା ନିର୍ଯାତନାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ।"

କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ ପ୍ରଭାତୀ ପରିଡା-

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ଏମ୍‌ସରେ ବାନ୍ଧବୀଙ୍କୁ ଭେଟିବା ପରେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଜିରୋ ଟଲରାନ୍ସ ସରକାରଙ୍କ ପ୍ରତିବଦ୍ଧତା କହିଲେ ପ୍ରଭାତୀ ପରିଡ଼ା । ‘ରିପୋର୍ଟ ଖୁବ୍‌ କମ୍‌ ଦିନରେ ଆସିବ, ସରକାର ନଜର ରଖିଛନ୍ତି’ । ଦୋଷୀ ଯିଏ ବି ହୁଅନ୍ତୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପ୍ରଭାତୀ ପରିଡା ।

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ:

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଭୁବନେଶ୍ବର ଏମ୍ସ ଯାଇ ଭେଟିଲେ ପ୍ରଭାତୀ ପରିଡ଼ା । ଭୁବନେଶ୍ବର ଡିସିପିଙ୍କ ସହ ମଧ୍ୟ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ । ମାତ୍ର ଗଣମାଧ୍ୟମକୁ ଏନେଇ କୌଣସି ପ୍ରତିକ୍ରିୟା ଦେଲେନି ଡିସିପି ।

ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା:

ମହିଳା ଅପରାଧ କ୍ଷେତ୍ରରେ ସରକାର ଶୂନ୍ୟ ସହିଷ୍ଣୁତା ନୀତି ଆପଣାଉଛିନ୍ତି ଆମ ସରକାର କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଭରତପୁର ଥାନାରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । ବିରୋଧୀ ଦଳ ନେତା ଏନେଇ ନ୍ୟାୟିକ ତଦନ୍ତ ଦାବି କରିଥିବା ବେଳେ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରି ଦୋଷୀଙ୍କ ବିରୋଧରେ କଡ଼ା । କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସେପଟେ ଭରତପୁର ଥାନା ଘଟଣାରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି ସରକାର ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

କାହାରିକୁ ଛଡା ଯିବନି:

"ମହିଳା ଅପରାଧ ମାମଲାରେ ସରକାର ଶୂନ୍ୟ ସହନଶୀଳତା ନୀତି ରହିଛି । କାହାକୁ ଛାଡ ହେବ ନାହିଁ । ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଯେତେ ପ୍ରଭାବଶାଳୀ ଲୋକ ହେଲେ ବି କାହା ମୁହଁ ଦେଖା ଯିବନି । ନବୀନ ବାବୁ ଯେଉଁ ବିଚାର ବିଭାଗୀୟ ତଦନ୍ତ କଥା କହୁଛନ୍ତି । ପୂର୍ବରୁ କନ୍ଧମାଳ ଜୁଡ଼ିସିଆଲ ତଦନ୍ତର ରିପୋର୍ଟ କୁଆଡେ ଗଲା। ନବୀନ ବାବୁଙ୍କ ସମୟରେ 24 ଜୁଡ଼ିସିଆଲ ତଦନ୍ତ ହେଲା । କୌଣସି ରିପୋର୍ଟ ସାର୍ବଜନୀନ ହେଲା ନାହିଁ । ନାରୀ ନିର୍ଯାତନା କ୍ଷେତ୍ରରେ କମିଶନ ଦରକାର ନାହିଁ ଦୋଷୀ ଗିରଫ ହେବା ଦରକାର।ତଦନ୍ତ ଆଉ ଚାର୍ଜସିଟ ଠିକ ଦେବା ଦରକାର।ଦୋଷୀ ଦଣ୍ଡିତ ହେବା ଦରକାର।ନବୀନ ବାବୁ କୁହନ୍ତି ଆଇନର ଆଖି ନାହିଁ ଥିଲେ ଦେଖିଥାନ୍ତା । ଆଇନ ତା ବାଟରେ ଯିବ, ଅଭିଯୁକ୍ତ ଦଣ୍ଡିତ ହେବ । ଅପରାଧୀଙ୍କୁ ପୃଷ୍ଠପୋଷକତା ଦେଉଥିବା ଲୋକ ବି ଦଣ୍ଡିତ ହେବ । 24 ବର୍ଷ ସରକାର ଚାହିଁଥିଲେ ହିଂସା ମୁକ୍ତ ଓଡିଶା ଗଠନ କରିପାରିଥାନ୍ତା ।

ନବୀନଙ୍କୁ ସୁରେଶଙ୍କ ଟାର୍ଗେଟ:

‘ନବୀନ ବାବୁ ଆଦର୍ଶ ଥାନା କରିବାକୁ ଚେଷ୍ଟା କରୁଥିଲେ ହେଲେ ଆମ ସରକାର ଆଦର୍ଶ ପୋଲିସ ତିଆରି କରିବାକୁ ଚେଷ୍ଟା କରିବ । ନିଲମ୍ବନ ହୋଇଛନ୍ତି ତଦନ୍ତ ଚାଲିଛି । ଘଟଣା ସାଙ୍ଗରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ଥିଲେ କିମ୍ଭା ତଥ୍ୟ ଲୁଚାଉଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ନବୀନ ବାବୁ ଯଦି ତାଙ୍କ ସମୟରେ କଥା ବୁଝୁଥାନ୍ତେ ତାହେଲେ ରାଜ୍ୟରେ ନାରୀ ନିର୍ଯାତନା ହେଇନଥାନ୍ତା।ଯେଉଁ ସମୟରେ କ୍ଷମତରେ ଥିଲେ ରଜଧର୍ମ ପାଳନ କଲେ ନାହିଁ । ବେବିନା, ପରୀ, ମାଧାବିଲତା ଘଟଣାରେ ତାଙ୍କ ଦଳର ଅନେକ ନେତାଙ୍କ ନାଁ ଉଠିଲା । ସେ ସମୟରେ ବି ରାଜଧର୍ମ ପାଳନ କଲେ ନାହିଁ ।ଏବେ 100 ଦିନ ସରକାରକୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି," ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଏହା ମଧ୍ୟ ପଢନ୍ତୁ:

କାଦୁଅ ବୋଳି ଲୁଚି ବୁଲୁଥିଲେ: ପୋଲିସ ପଞ୍ଝାରେ ରୋଡ ରୋମିଓ, ମହିଳା କମିଶନଙ୍କ ତନାଘନା

ମେଜର ବାନ୍ଧବୀ ନିର୍ଯାତନା ମାମଲାର ନ୍ୟାୟିକ ତଦନ୍ତ ଦାବି କଲେ ନବୀନ ପଟ୍ଟନାୟକ, ଜବାବ ରଖିଲା ବିଜେପି

ପ୍ରଥମଥର ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ, କାନ୍ଦି କାନ୍ଦି ବଖାଣିଲେ କାଳରାତିର କାହାଣୀ -

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 20, 2024, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.