ETV Bharat / entertainment

୯୯ ଟଙ୍କାରେ ମିଳୁଛି ଫିଲ୍ମ ଟିକେଟ୍, ହାଉସଫୁଲ୍ ସିନେମା ହଲ୍ - MOVIE TICKETS 99 RUPEES

author img

By ETV Bharat Odisha Team

Published : 2 hours ago

National Cinema Day 2024: ଆଜି ଜାତୀୟ ସିନେମା ଦିବସ । ଏହି ଦିବସ ଅବସରରେ ଫିଲ୍ମ ଟିକେଟ୍ ମାତ୍ର 99 ଟଙ୍କାରେ ମିଳିଥୁବା ବେଳେ ଭୁବନେଶ୍ୱରର ବିଭିନ୍ନ ହଲ୍ ହାଉସଫୁଲ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

ଜାତୀୟ ସିନେମା ଦିବସ
ଜାତୀୟ ସିନେମା ଦିବସ (ETV Bharat Odisha)

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ସିନେମା ଦିବସ । ଆଉ ଦିନକୁ ସାରା ଭାରତରେ ପାଳନ କରାଯାଉଥିବା ବେଳେ ଆଜି ପାଇଁ ଫିଲ୍ମ ଟିକେଟର ଦାମ ମାତ୍ର ୯୯ ଟଙ୍କା ରହିଛି । ସିନେମା ଦିବସରେ ୯୯ ଟଙ୍କାରେ ବଲିଉ଼ଡ ହେଉ ଅବା ହଲିଉଡ କିମ୍ୱା ଟଲିଉଡ, ଓଲିଉଡ ସବୁ ଭାଷାର ଫିଲ୍ମ ମନଭରି ଦେଖିପାରିବେ ଦର୍ଶକ । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପ୍ରତିବର୍ଷ ଏହି ଦିନରେ ଦର୍ଶକଙ୍କୁ ଟିକେଟ୍ ଭେଟି ଦେଇଥିବା ବେଳେ ଚଳିତ ଥର 99 ଟଙ୍କାରେ ଫିଲ୍ମ ଦେଖିବାର ସୁଯୋଗ ପାଇଛନ୍ତି ଦର୍ଶକ । ଯାହାକୁ ନେଇ ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ହଲରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ବର୍ତ୍ତମାନ ଥିଏଟରରେ 'ୟୁଦ୍ରା, Goat, ସ୍ତ୍ରୀ 2' ଭଳି ଫିଲ୍ମ ରିଲିଜ ହୋଇଥିବା ବେଳେ ଦର୍ଶକ କମ ଦାମରେ ନିଜ ପସନ୍ଦର ଫିଲ୍ମ ଦେଖି ଖୁସିବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱର ବିଭିନ୍ନ ହଲ୍ ହାଉସଫୁଲ୍

ସେ ମହାରାଜା ହଲ୍ ହେଉ ଅବା କେଶରୀ ଅବା ଶ୍ରୀୟା ସ୍ତୁତି ଅବା ସିନେପଲିସ୍ ଭୁବନେଶ୍ୱର ର ସବୁ ସିନେମା ହଲ ହାଉସଫୁଲ ରହିଛି । ସିନେପ୍ରେମୀ ମାନେ ୯୯ ଟଙ୍କାର ଟିକେଟ ଉପଲବ୍ଧକୁ ନେଇ ଦର୍ଶକ ଉତ୍ସାହିତ ଥିବା ବେଳେ କିଏ ସାଙ୍ଗ ସହ ତା କିଏ ପ୍ରିୟଜନ ଅବା ପରିବାର ସହ ଆସି ଫିଲ୍ମ ଦେଖୁଛନ୍ତି । ଆଉ ଆଜିର ଟିକେଟ ଦାମ ସିନେପ୍ରେମୀଙ୍କୁ ବେଶ ସୁହାଉଥିବା ବେଳେ ମନ ପସନ୍ଦର ସିନେମା ଦେଖୁ ବେଶ ଖୁସି ବ୍ୟକ୍ତ କରିଛନ୍ତି ଦର୍ଶକ ।

ଜାତୀୟ ସିନେମା ଦିବସ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ନ୍ୟାସନାଲ ସିନେମା ଡେ'ରେ ସାହିଦଙ୍କ ଫ୍ୟାନ୍ସଙ୍କୁ ଭେଟି, ପୁଣି ପରଦାକୁ ଆସୁଛି 'ହାଇଦର'

ଭଲ ବ୍ୟବସାୟ ନେଇ ଉତ୍ସାହିତ ସିନେମା ହଲ୍ ମାଲିକ

ଜାତୀୟ ସିନେମା ଦିବସ
ଜାତୀୟ ସିନେମା ଦିବସ (ETV Bharat Odisha)

ସେପଟେ ସିନେମା ହଲରେ ଆଜି ୯୯ ସିନେମା ଦାମକୁ ନେଇ ହଲ୍ ହାଉସଫୁଲ ଥିବାରୁ ଖୁସିବ୍ୟକ୍ତ କରିଛନ୍ତି ବିଭିନ୍ନ ହଲ ମାଲିକ । ସକାଳ ୯ ରୁ ରାତି ୧୧ ଯାଏ ସବୁ ଶୋ' ବୁକ ଥିବା ବେଳେ ଭଲ ବ୍ୟବସାୟ ନେଇ ଉତ୍ସାହିତ ହଲ୍ ମାଲିକ । ଭୁବନେଶ୍ୱର ମହାରାଜା ହଲ୍ ମ୍ୟାନେଜର ଲିଙ୍ଗରାଜ ପଣ୍ଡା କହିଛନ୍ତି,''ଫିଲ୍ମ ସକାଳୁ ଆରମ୍ଭ ହୋଇଥିବା ବେଳେ ଦର୍ଶକଙ୍କ ଭିଡ଼ ଜମୁଛି । ସବୁ ଶୋ' ବୁକ୍ ହୋଇଛି । ପୂର୍ବ ଦିନ ଅପେକ୍ଷା ଆଜିର ଦିନରେ ଭଲ ବ୍ୟବସାୟ ମଧ୍ୟ ହୋଇଛି ।''

ଏହା ମଧ୍ୟ ପଢନ୍ତୁ: ସିନେପ୍ରେମୀଙ୍କ ପାଇଁ ଜବରଦସ୍ତ ଅଫର୍, ମାତ୍ର 99 ଟଙ୍କାରେ ଦେଖିପାରିବେ ଯେକୌଣସି ଫିଲ୍ମ

ଆଜିର ଦିନରେ ଏହି ଫିଲ୍ମର ନେଇପାରିବେ ମଜା

ଏଥିରେ ନୂତନ ରିଲିଜ୍ 'ୟୁଦ୍ରା', 'ନାଭ୍ରା ମଜା ନବସାଚା 2', 'କାହାଁ ଶୁରୁ କାହାଁ ଖତମ', 'ସୁଚା ସୋରମା', 'ଟ୍ରାନ୍ସଫର୍ମର୍ସ ୱାନ' ଏବଂ 'ନେଭେର ଲେଟ ଗୋ' ସହିତ ଗତ ସପ୍ତାହର ଅଫର୍ 'ବକିଙ୍ଗହମ୍ ମର୍ଡର୍ସ' ଅନ୍ତର୍ଭୁକ୍ତ । ଅଗଷ୍ଟ 15 ରେ ରିଲିଜ୍ ହେବା ପରଠାରୁ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଥିବା 'ସ୍ତ୍ରୀ 2' ମଧ୍ୟ ସ୍କ୍ରିନିଂ ପାଇଁ ପ୍ରସ୍ତୁତ । 'ତୁମ୍ବାଡ' (2018) ଏବଂ 'ଭୀର ଜରା' (2004) 13 ସେପ୍ଟେମ୍ବରରେ ପୁନଃ ମୁକ୍ତିଲାଭ କରିଛି । ଯାହାକୁ ଦେଖିପାରିବେ ଦର୍ଶକ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.