ETV Bharat / state

୩ଟି ସନ୍ତାନ ଥିବାରୁ ପଦବୀ ହରାଇଲେ ବ୍ଲକ ଅଧ୍ୟକ୍ଷା, ପଦ ରଦ୍ଦ କଲେ କୋର୍ଟ - Block Chairman Loses Position - BLOCK CHAIRMAN LOSES POSITION

Block Chairperson Loses Position: ୩ଟି ସନ୍ତାନ ଥିବାରୁ ପଦ ହରାଇଲେ ପୁରୀ ଜ଼ିଲ୍ଲା ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା । ପଦ ରଦ୍ଦ କଲେ ସିଭିଲ ଜଜ ପିପିଲି । ଅଧିକ ପଢ଼ନ୍ତୁ

Block Chairperson Loses Position
Block Chairperson Loses Position (ETV Bharat Odisha)
author img

By ETV Bharat Odisha Team

Published : Sep 20, 2024, 5:49 PM IST

ନିମାପଡ଼ା: ୩ଟି ସନ୍ତାନ ପାଇଁ ପଦ ଗଲା । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ ଉଲ୍ଲଂଘନ କରିଥିବାରୁ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷା ପଦ ସହିତ ସିଭିଲ୍ ଜଜ୍-କମ-ନିର୍ବାଚନ ଟ୍ରିବ୍ୟୁନାଲ୍ ସମାନ ଧାରା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁରର ପଞ୍ଚାୟତ ସମିତି ସଦସ୍ୟ ପଦ ବି ରଦ୍ଦ କରାଯାଇଛି ।

Block Chairperson Loses Position (ETV Bharat Odisha)

ପିଲା ପାଇଁ ପଦ ଗଲା :

ସୂଚନା ଅନୁସାରେ, ୨୦୨୨ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ବାସନ୍ତୀ ସାହୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ହରିରାଜପୁରର ପଞ୍ଚାୟତ ସମିତି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ପରେ ସେ ଡେଲାଙ୍ଗ ବ୍ଲକର ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଥିଲେ । ବାସନ୍ତୀ ସାହୁଙ୍କ ନିର୍ବାଚନକୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପ୍ରତିଦ୍ବନ୍ଦ୍ବୀ ମନୋରମା ରାଉତରାୟ । ବାସନ୍ତୀଙ୍କ ୩ଟି ସନ୍ତାନ ଥିବା ନେଇ ରମାଦେବୀ ୨୦୨୨ ମସିହା ମାର୍ଚ୍ଚ ୨୫ ତାରିଖରେ କୋର୍ଟରେ ଦ୍ୱାରସ୍ଥ ହୋଇ ଥିଲେ । ବାସନ୍ତୀଙ୍କ ୩ଟି ସନ୍ତାନ ଥିବା କୋର୍ଟରେ ପ୍ରମାଣିତ ହେବା ପରେ କୋର୍ଟ ଅଧ୍ୟକ୍ଷା ପଦ ରଦ୍ଧ କରିଛନ୍ତି ପିପିଲି ସହକାରୀ ଦୌରା ଜଜ ତଥା ସିଭିଲି ଜଜ ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ବୟାନ, ଲୋକଙ୍କ ହିତ ପାଇଁ ଇସ୍ତଫା ଦେଇଦେବି - Mamata Ready To Quit

ଏହା ମଧ୍ୟ ପଢ଼ନ୍ତୁ...ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ମାମଲା; AMMA ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୋହନଲାଲ, 17 ସଦସ୍ୟ ବି ଛାଡିଲେ ପଦ - Mohanlal resigns as AMMA president

ଅଯୋଗ୍ୟ ଘୋଷଣା ହେଲେ ଅଧ୍ୟକ୍ଷା:

ଆଇନଜୀବୀ ପ୍ରମୋଦ କୁମାର ପାତ୍ର କହିଛନ୍ତି, "ନିର୍ବାଚନ ମିସ୍‌ କେଶ ୧/୨୨ ପିପିଲି ବରିଷ୍ଠ ସିଭିଲ କୋର୍ଟ ଜର୍ଜଙ୍କ ପାଖରେ ଥିଲା । ସେ ମକଦ୍ଦମାରେ ଦରଖାସ୍ତକାରୀ ରମାଦେବୀ ରାଉତରାୟଙ୍କ ତରଫରୁ ମକଦ୍ଦମା ପରିଚାଳନା କରୁଥିଲି । ଏ କେସରେ ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ବିରୋଧରେ ଦରଖାସ୍ତକାରୀ ରମାଦେବୀ ରାଉତରାୟ ମକଦ୍ଦମା କରିଥିଲେ । ବାସନ୍ତୀ ସାହୁ ଯିଏ ଅଧ୍ୟକ୍ଷା ଅଛନ୍ତି ତାଙ୍କର ଦୁଇରୁ ଅଧିକ ସନ୍ତାନ ଅର୍ଥାତ ୩ଟି ସନ୍ତାନ ଥିବାରୁ ପଞ୍ଚାୟତ ସମିତି ଆଇନ ଧାରା ୪୫ (ଭି) ଅନୁଯାୟୀ, ସେ ଅଯୋଗ୍ୟ ଅଟନ୍ତି । କୋର୍ଟ ତାଙ୍କ ରାୟ ଶୁଣାଇଲେ ଯେହେତୁ ବାସନ୍ତୀ ସାହୁ ପଞ୍ଚାୟତ ଆକ୍ଟ୍ ସେକ୍ସନ ୪୫(ଭି) ଅନୁଯାୟୀ ଅଯେଗ୍ୟ ଅଛନ୍ତି ତେଣୁ ତାଙ୍କର ପଞ୍ଚାୟତ ସମିତି ପଦକୁ ରଦ୍ଦ କରିବା ସହିତ ହାଇରାଜପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପଦକୁ ମଧ୍ୟ ରଦ୍ଧ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଜିତିଲା ବିଜେଡି, ମୋହନ ସରକାରକୁ ଝଟକା; ବ୍ଲକ ଅଧକ୍ଷ ନର୍ବାଚନରେ ବାଜି ମାରିଲା ଶଙ୍ଖ ଦଳ, ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ହାରିଲା BJP - Block chairman election

କିଏ ହେଲେ ନୂଆ ଅଧ୍ୟକ୍ଷା:

ଆଇନଜୀବୀ ପ୍ରମୋଦ ଏହା ମଧ୍ୟ କହିଛନ୍ତି, "ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ପାଇଁ ରମାଦେବୀ ରାଉତରାୟ ଏବଂ ବାସନ୍ତୀ ସାହୁ ନିର୍ବାଚନ ଲଢିଥିଲେ । ଯେହେତୁ ୨ ଜଣ ନିର୍ବାଚନ ପ୍ରତିଦ୍ବନ୍ଦ୍ବୀ ଥିଲେ, ବାସନ୍ତୀ ସାହୁଙ୍କୁ ଅଯୋଗ୍ୟ ଘୋଷଣା କରିବା ସହିତ ରମାଦେବୀ ରାଉତରାୟଙ୍କୁ ଡେଲାଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ହିସାବରେ ଘୋଷଣା କରିଛନ୍ତି । ଓଡ଼ିଶା ପଞ୍ଚାୟତ ସମିତି ଆର୍କ୍ଟ ଅନୁଯାୟୀ ୧୮.୪.୧୯୯୫ ମସିହା ପରେ ଯାହାର ୨ରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରହି ପାରିବେ ନାହିଁ ।"

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.